Movie prime

କୁଳପତି ଙ୍କ କଳା କାରନାମା ରେ ଆଉ ଜଣେ ଗିରଫ CBI କୁ ଧନ୍ୟବାଦ୍ ଦେଲେ ଛାତ୍ରଛାତ୍ରୀ

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପଶ୍ଚିମବଙ୍ଗ ଶିକ୍ଷକ ଙ୍କ ନିଯୁକ୍ତି ଘୋଟାଲାରେ ଆଉ ଜଣେ ଗିରଫ ହୋଇଛନ୍ତି।ପୂର୍ବତନ ଏସ ଏସ ସି ଅଧ୍ୟକ୍ଷ ତଥା ଉତ୍ତର ବେଙ୍ଗଲ ବିଶ୍ଵ ବିଦ୍ୟାଳୟ ର ଭାଏସ୍ ଚାନ୍ସେଲର ସୁବିରେଶ୍ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଛନ୍ତି।୨୦୧୪ ରୁ ୨୦୧୮ ଯାଏଁ ସେ ଏସ ଏସ ସି ଅଧ୍ୟକ୍ଷ ଥିଲେ।
ଏହି ସମୟରେ ସେ ଦୁର୍ନୀତି କରିଥିବା ଅଭିଯୋଗ ରହିଛି।ଏହି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହୋଇଛନ୍ତି।ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଙ୍କୁ ପୋଲିସ ଗିରଫ କରିଛନ୍ତି।ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଙ୍କୁ ସିବିଆଇ ନିଜ ହେପାଜତ ରେ ରଖିଛନ୍ତି।ଅନ୍ୟପଟେ ସୋମବାର ଦିନ ଏହି ମାମଲାରେ ଚାର୍ଟ୍ ସିଟ୍ ଦାଖଲ କରିଛନ୍ତି।
ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ଗିରଫ ହେବାର ୫୮ ଦିନ ପରେ ଇ ଡି ଚାର୍ଟ୍ ସିଟ୍ ଦାଖଲ କରିଛନ୍ତି।ଚାର୍ଟ୍ ସିଟ୍ ରେ ୬ ଟି କମ୍ପାନୀ ରେ ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀ ଙ୍କ ନାମ ରହିଛି। ମୋଟ ୧୭୨ ପୃଷ୍ଠା ର ଚାର୍ଟ୍ ସିଟ୍ ଦାଖଲ କରାଯାଇଛି। ଇ ଡି ର ସୂଚନା ଅନୁସାରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀ ଙ୍କ ଠାରୁ ସୁନା ଗହଣା ଜବତ କରାଯାଇଛି।
କେବଳ ସେତିକି ନୁହେଁ ନଗଦ ଟଙ୍କା ଏବଂ ବିଭିନ୍ନ ସ୍ଥାନରେ ଥିବା ଫ୍ଲାଟ୍ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ର ଟଙ୍କା କୁ ମିଶାଇ ମୋଟ ୧୦୩ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.