Movie prime

ଚିନ୍ତାରେ ଚୀ-ନ ସାମ୍ନାକୁ ଆସିଲା ଖାଦ୍ୟ ସଙ୍କଟର ସାଙ୍ଘାତିକ ଖବର

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଚୀନ ଏବେ ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଥର ଦେଶ ମହଙ୍ଗା ରେକର୍ଡସ୍ତରରେ ରହିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ରହିଛି, ଏହି କାରଣରୁ ଦେଶର ରାଜସ୍ଵ ସରିବାକୁ ବସିଛି। ଏବେ ଚୀନରେ ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି। ବିଭିନ୍ନ ରାଷ୍ଟ୍ରରେ ଏବେ ଖାଦ୍ୟ ସଙ୍କଟର ଆଶଙ୍କା ରହିଛି। ବିଶ୍ବରେ ଚାଉଳ ରପ୍ତାନୀରେ ଭାରତର ରହିଛି ୪୦%। ଚାଉଳ ରପ୍ତାନୀ ଉପରେ ଭାରତର କଟକଣା ଲାଗିବା ପରେ ଏସିଆ ବଜାରରେ ହଲଚଲ ସୃଷ୍ଟି ହୋଇଛି। କାରବାର ଏକାଥରେ ଠପ୍ ହୋଇଯାଇଛି। 
ଭାରତ କଟକଣା ଲାଗୁ କରିବା ପରେ ବିଶେଷ କରି ଚାଇନାରେ ଖାଦ୍ୟ ସଙ୍କଟ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ଚାଇନା ନୁହେଁ ବରଂ ଭାରତର ଏପରି ନିଷ୍ପତି ପରେ ସମଗ୍ର ଏସିଆ ବଜାର ରେ ସଙ୍କଟ ଜନକ ସ୍ଥିତି ଦେଖାଯାଇପାରେ ବୋଲି କଳ୍ପନା କରାଗଲାଣି। ସୂଚନା ମୁତାବକ ଭାରତ ହେଉଛି ବିଶ୍ଵର ସର୍ବ ବୃହତ ଚାଉଳ ରପ୍ତାନୀ ଦେଶ। ଏହା ଏସିଆ ରାଷ୍ଟ୍ର ସମେତ ସମଗ୍ର ବିଶ୍ଵକୁ ଚାଉଳ ରପ୍ତାନୀ କରିଥାଏ। କିନ୍ତୁ ଗତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଭାରତରେ ଚାଉଳ ଉତ୍ପାଦନ କମିଯାଇଛି। ଫଳରେ ଦେଶରେ ଖାଦ୍ୟ ସମସ୍ୟାର ଆଶଙ୍କା ଥିବାରୁ ଭାରତ ସରକାର ନେଇଛନ୍ତି ଏହିଭଳି ଏକ ବଡ ନିଷ୍ପତି। 
ବାହାର ଦେଶକୁ ବିଶେଷ କରି ଏସିଆ ଦେଶ ମାନଙ୍କୁ ଭାଙ୍ଗ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗେଇଛନ୍ତି ଭାରତ ସରକାର। ଏହାପରେ ଚୀନ ସମେତ ଏସିଆ ରାଷ୍ଟ୍ର ମାନଙ୍କର ଚିନ୍ତା ବଢ଼ିଯାଇଛି। ରୁଷ ୟୁକ୍ରେନ ଯୁଦ୍ଧ ପରେ ବିଶ୍ଵ ବ୍ୟବସାୟ କ୍ଷେତ୍ରରେ ଅନେକ ବାଧା ଉପୁଜିଥିଲା। ବିଭିନ୍ନ ସାମଗ୍ରୀ ଦର ବଢିବା ଫଳରେ ଲୋକ ମାନେ ହଇରାଣ ହେଉଛନ୍ତି। ତେବେ ଏହି ମହଙ୍ଗା ସମସ୍ୟା କାଳେ ଆଗକୁ ଅଣାୟତ ହେବ, ତେଣୁ ବିଦେଶକୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର। ବିଶ୍ଵରେ ମୋଟ ଚାଉଳ ରପ୍ତାନୀରେ ଭାରତର ଭାଗ ହେଉଛି ୪୦%। 
ଆଗାମୀ ଦିନରେ ଚାଉଳ ଦର କେତେ ବଢିବ କହିହବ ନାହିଁ। ବିଶ୍ବର ୩୦୦ କୋଟିରୁ ଅଧିକ ଲୋକ ଚାଉଳ ଉପରେ ନିର୍ଭରଶୀଳ। ପୂର୍ବରୁ ୨୦୦୭ ମସିହାରେ ଯେତେବେଳେ ଭାରତ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଥିଲା ସେତେବେଳେ ବିଶ୍ଵ ବଜାରରେ ଏହାର ଦର ଏକ ହଜାର ଟଙ୍କାରେ ପହଞ୍ଚି ରେକର୍ଡ଼ କରିଥିଲା। ଏବେ ପୁଣିଥରେ ଚାଉଳ ଉପରେ ଭାରତର କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ ପୁରା ବିଶ୍ବ ବଜାର ଉପରେ ପଡିପାରେ। ଏବେ ଭାରତରୁ ଚାଉଳ ଯୋଗାଣ ବନ୍ଦ ହୋଇଯିବା ପରେ , ତେଣୁ ଚାଇନାର ଖାଦ୍ୟ ସ୍ଥିତିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।