Movie prime

ଦୁବାଇ ରେ ଚମତ୍କାର କରୁଛି କୁତ୍ରୀମ ବର୍ଷା ଦେଖନ୍ତୁ ଏହା କେମିତି ହେଲା ସମ୍ଭବ ମିଳିଲା ବଡ ସଫଳତା

 
Special Report
କୂତ୍ରିମ ବର୍ଷାରୁ ମିଳୁଛି ଅନେକ ଲାଭ।ଦୁବାଇ ର ପିଇବା ପାଣି ପାଇଁ ବଡ଼ ମାଧ୍ୟମ।ଯାହାଦ୍ଵାରା ଅନେକ ଦେଶ ପାଇଛନ୍ତି ଫାଇଦା। ଚୀନ୍ ସହର ବେଜିଂ ରେ ଅଲମ୍ପିକ୍ ର ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ଜଣାପଡିଛି। ଚୀନ୍ ର ଅନେକ ଦିନର ଆଶା ପୂରଣ ହୋଇଥିଲା।କାରଣ ତାଙ୍କୁ ସମର ଅଲମ୍ପିକ୍ ୨୦୦୮ କୁ ଆୟୋଜନ କରିବାର ମଉକା ମିଳିଥିଲା। ତେଣୁ ଚୀନ୍ ଏହାକୁ ଖୁବ୍ ଆଡ଼ମ୍ବରେ ବିନା କୌଣସି ବାଧା ବିଘ୍ନ ରେ ଆୟୋଜନ କରିବାକୁ ପ୍ରସ୍ତୁତ ହେଇ ଯାଇଥିଲା।
ଯେଉଁଥିପାଇଁ ଚୀନ୍ ୪୦ ମିଲିୟନ ଡଲାର ଖର୍ଚ୍ଚ କରି ନା କେବଳ ନୂଆ ଷ୍ଟାଡିୟମ୍ ତିଆରି କଲା ତା ସହିତ ବିମାନ ବନ୍ଦର କୁ ମଧ୍ୟ ସମ୍ପ୍ରସାରଣ କରିଥିଲା। ଲୋକାଲ ଗାଡ଼ି ମାନଙ୍କ ପାଇଁ ହଜାର ରୁ ଅଧିକ ନୂଆ ବସ୍ ମଧ୍ୟ ବାହାର କରାଯାଇଥିଲା।ଲାଇଫ ସିକିରୁଟି ଜେନେରେଟର ଟ୍ରାନ୍ସପୋର୍ଟ ସବୁ ପୁରାପୁରି ପ୍ରସ୍ତୁତ ଥିଲା। ଅଲମ୍ପିକ୍ ଓପନିଂ ସେରେମନି କୁ ମାତ୍ର ଆଉ ଦୁଇ ଦିନ ରହିଥିଲା। ସବୁ ଟିମ୍ ଚୀନ୍ ରେ ଆସି ପହଞ୍ଚି ସାରିଥିଲେ।
ଟିକେଟ ମଧ୍ୟ ବୁକ୍ ହୋଇଯାଇଥିଲା।ପୁରା ଦୁନିଆ ଏହି ଦିନକୁ ଅପେକ୍ଷା କରି ରହିଥିଲା।ସେତେବେଳେ ଚୀନ୍ ସରକାର ଙ୍କ ପାଖକୁ ଏମିତି ଏକ ଖବର ଆସି ପହଞ୍ଚିଲା ଯେ ଯେଉଁଥି ପାଇଁ ସେମାନଙ୍କର ନିଦ ହଜି ଯାଇଥିଲା।କାରଣ ଥିଲା ଚୀନ୍ ର ପାଣିପାଗ ବିଭାଗ ପକ୍ଷରୁ ଖବର ଆସିଲା ଯେ ଦୁଇଦିନ ମଧ୍ୟରେ ଭୟଙ୍କର ଝଡ଼ ବନ୍ୟା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଥିଲା।ସବୁଠାରୁ ବଡ଼ କଥା ହେଉଛି ଯେ ଯେଉଁ ଷ୍ଟାଡିୟମ୍ ରେ ଅଲମ୍ପିକ୍ ହେବାର ଥିଲା ତାହା ଏକ ଖୋଲା ଷ୍ଟାଡିୟମ ଅଟେ।
ବର୍ଷା ହେଲେ ଚୀନ୍ ର ସବୁ ଯୋଜନା ଖରାପ ହୋଇଯିବ। ତେଣୁ ଚୀନ୍ ଏକ ଉପାୟ ବାହାର କରିଲା। ଚୀନ୍ ସରକାର ଏଥିରୁ ମୁକ୍ତି ପାଇବା ପାଇଁ କ୍ଲାଉଡ୍ ସିଡିଂ ନାମକ ଟେକ୍ନୋଲୋଜି ବ୍ୟବହାର କରିଲେ।ଯେଉଁଦିନ ଓପନିଂ ସେରେମନି ହେବାର ଥିଲା ସେହିଦିନ କଳା ମେଘ ମାଡି ଆସିଥିଲା ତାକୁ କ୍ଲାଉଡ୍ ସିଡିଂ ମାଧ୍ୟମରେ ବେଜିଂ ସହର ଠାରୁ ଦୂରରେ ହିଁ କୁତ୍ରିମ ଉପାୟ ରେ ହିଁ ବର୍ଷା କରେଇ ଦିଆଯାଇଥିଲା।