Movie prime

ଅକ୍ଟୋବର ମାସରେ ବାତ୍ୟା ଦେଖନ୍ତୁ କେଉଁ କେଉଁ ସ୍ଥାନ ଏବଂ କେମିତି ହେବେ ପ୍ରଭାବିତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡିଶା ପାଇଁ ଅକ୍ଟୋବର କେତେ ମାତ୍ରାରେ ଅଶୁଭ ବୋଲି ବିବେଚିତ ହୋଇ ଥାଏ। କାରଣ ପ୍ରାୟତଃ ଏହି ମାସରେ ହିଁ ଗୋଟେ ପରେ ଗୋଟେ ଭୟଙ୍କରୀ ବାତ୍ୟା ମାନ ଆସିଥାଏ। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ବାତ୍ୟା ଭୟ ଲୋକ ମାନଙ୍କୁ ଡରାଇ ଲାଣି। ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି ଆଣ୍ଡମାନ ସାଗର।
ଇଉରୋପୀୟାନ ମଡେଲ ଆକଳନ ଅନୁସାରେ ପୂର୍ବ ବଙ୍ଗୋପ ସାଗରରେ ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡମାନ ସାଗର ଅଞ୍ଚଳରେ ସୃଷ୍ଠି ହେବାକୁ ଥିବା ଘୂର୍ଣୀ ବଳୟ ତୃତୀୟ ସପ୍ତାହ ସୁଦ୍ଧା ସୁଦୃଢ ହେବ ବୋଲି କୁହା ଯାଇଛି। ଆଇଏମଡି ମଡେଲ ମଧ୍ୟ ଏହାର ସମାନ ଆକଳନ କରିଛି। ପାଇଲିନ , ହୁଡ ହୁଡ଼ ଓ ତିତଲି ଭଳି ଅନେକ ବାତ୍ୟା କୁ ଏହି ଅକ୍ଟୋବର ରେ ସାମ୍ନା କରିଛି ଓଡିଶା।
ଏହି ଅକ୍ଟୋବର ମାସର ବାତ୍ୟା ମଧ୍ଯ ଓଡ଼ିଶାକୁ ଛାରଖାର କରି ଦେବାରେ ଲାଗି ରହିଛି। ଏହି ଅକ୍ଟୋବର ମାସରେ ହୋଇଥିବା ୧୯୯୯ର ମହାବାତ୍ୟା କୁ ଲୋକ ମାନେ ସମ୍ପୂର୍ଣ ଭାବରେ ଭୁଲି ପାରୁ ନାହାଁନ୍ତି। କାରଣ ଏହି ବାତ୍ୟା ରେ ଲୋକ ମାନେ ତାଙ୍କର ଅନେକ ଧନ ଜୀବନ ହରାଇଛନ୍ତି। ଏହା ମଧ୍ୟ ଲୋକ ମାନଙ୍କ ମନରେ ଏକ ଭୟର ଛାପ ଛାଡି ଦେଇ ଯାଇଛି। ଏହି ବାତ୍ୟାରେ ପବନ ଥିଲା ଘଣ୍ଟା ପ୍ରତି ୨୧୩ କିମି।
ଏବଂ ଏହି ବାତ୍ୟାରେ ମଧ୍ୟ ରାଜ୍ୟର ୧୮,୩୭୪ ଟି ଗ୍ରାମ ପ୍ରଭାବିତ ହୋଇଥିଲା। ହେଲେ ଏବେ ଏହି ବାତ୍ୟା ଆସୁଥିବା ଖବର ଲୋକ ମାନଙ୍କ ମନରେ ପୁଣି ଥରେ ଛନକା ପଶାଇଛି। କାରଣ ଆଣ୍ଡମାନ ସାଗର ଅଶାନ୍ତ ହେବା ନେଇ ଏବେ ଠାରୁ ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଏହି ଅକ୍ଟୋବର ମାସରେ ଆସୁଥିବା ବାତ୍ୟା ଅତ୍ୟନ୍ତ ଭୟଙ୍କର ହୋଇ ଥାଏ ସେଥି ପାଇଁ ମଧ୍ୟ ଛାନିଆ ହେବାରେ ଲାଗିଛନ୍ତି ଲୋକ ମାନେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.