Movie prime

ଜୀବନରେ ସମସ୍ତେ ଆପଣଙ୍କ କଥା ମାନିବେ ଏବଂ ସମ୍ମାନ ଦେବେ ଯଦି ଆପଣ APJ ABDUL KALAM ଙ୍କ ଏହି ୩ଟି ଗୁରୁତ୍ଵପୂର୍ଣ୍ଣ କଥା ମାନିବେ

 
tgrert

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୀବନ ରେ ଆମକୁ ସମାଜ ସହ ତାଳ ମିଶାଇ ଚାଲିବାକୁ ହେଲେ କିଛି କଥା ମାନିବାକୁ ପଡ଼ିଥାଏ। ଚାଲନ୍ତୁ ସେହି କଥା ଗୁଡିକ ସମ୍ପର୍କ ରେ ଜାଣିବା ସମ୍ମାନ ତାକୁ ମିଳେ ଯିଏ ସମ୍ମାନ ପାଇବାକୁ ଯୋଗ୍ୟ ଥାଏ। ଯେଉଁ ମାନେ ମିଳିବା ପାଇଁ ଜାଣି ଶୁଣି କାର୍ଯ୍ୟ କରନ୍ତି ତାଙ୍କୁ କେବେ ହେଲେ ମଧ୍ୟ ସମ୍ମାନ ମିଳେ ନାହିଁ। ସେଥିପାଇଁ ଆମକୁ ତିନୋଟି କଥା ଜାଣିବାକୁ ହେବ।

ପ୍ରଥମେ ତ ନିଜକୁ ଇଜ୍ଜତ ଦିଅ,ନିଜର ସମ୍ମାନ କରିବା ଶିଖ ଯେଉଁ ପର୍ଯ୍ୟନ୍ତ ନିଜର ଇଜ୍ଜତ ନକରିଛ ସେ ପର୍ଯ୍ୟନ୍ତ ଅନ୍ୟ କେହି ତୁମର ଇଜ୍ଜତ କରିବେ ନାହିଁ।ସେଥିପାଇଁ ନିଜକୁ ସର୍ବପ୍ରଥମେ ଇଜ୍ଜତ ଦିଅ। ନିଜ କୁ ଇଜ୍ଜତ ଦେବା ଅର୍ଥ ନିଜ ନିଜକୁ ଚିହ୍ନି ପାରିବା। ଯେ ଆମର ମହତ୍ତ୍ଵ କଣ ଏହି ସମାଜରେ। ନିଜକୁ ଇଜ୍ଜତ ବା ସମ୍ମାନ ଦେବା ଦ୍ଵାରା ଆମେ କର୍ମ ପଥରେ ଆଗକୁ ବଢ଼ି ଚାଲିବା। ଅନ୍ୟ କୌଣସି ମଣିଷ ପାଇଁ ନିକ ସମ୍ମାନ ଓ ସ୍ବାଭିମାନ ଙ୍କୁ କେବେ ହେଲେ ମଧ୍ୟ ତଳେ ପକେଇବେ ନାହିଁ।

ଦ୍ୱିତୀୟତ ସର୍ବଦା ସକାରାତ୍ମକ ଭାବନା ରଖିବା ଉଚିତ ଅଟେ। ସକାରାତ୍ମକ ଭାବନା ରଖିବା ଦ୍ବାରା ଆମେ ସର୍ବଦା ସକାରାତ୍ମକ କାର୍ଯ୍ୟ ହିଁ କରିଥାଉ କାରଣ ଆମେ ଯାହା ଭାବିଥାଉ କାର୍ଯ୍ୟ ମଧ୍ୟ ଠିକ୍ ସେହିଭଳି କରିଥାଉ। ଏହି ଭଳି ଭାବନା ରଖୁଥିବା ଲୋକ ମାନେ ମଧ୍ୟ ଅନ୍ୟକୁ ଇଜ୍ଜତ କରିଥାଆନ୍ତି। ସାଧାରଣ ସମସ୍ୟା କୁ ନେଇ ଜଣେ ସକାରାତ୍ମକ ଭାବନା ରଖୁଥିବା ଲୋକ କେବେ ହେଲେ ମଧ୍ୟ ଦୁଃଖିତ ହୋଇ କାନ୍ଦି ନଥାଏ। ତେଣୁ ସର୍ବଦା ମନରେ ସକାରାତ୍ମକ ଭାବନା ରଖିବା ଉଚିତ ଅଟେ।

ତୃତୀୟ ଟି ହେଉଛି ଆପଣ ଲୋକ ମାନଙ୍କ ସହ କିଭଳି ବ୍ୟବହାର କରିଥାନ୍ତି। ଯିଏ ଆପଣ ଙ୍କୁ ସମ୍ମାନ ଦେଉ କି ନଦଉ ତୁମେ କିନ୍ତୁ ତାଙ୍କୁ ସମ୍ମାନ ଦେବା ଉଚିତ୍ ଅଟେ କାରଣ ତୁମେ ଅନ୍ୟର ଖରାପ ବ୍ୟବହାର ପାଇଁ ନିଜ ବ୍ୟବହାର ଖରାପ କର ନାହିଁ। ଏହା ଦ୍ବାରା ଆମେ ପ୍ରଶଂସା ର ପାତ୍ର ହୋଇଥାଉ। ଆମେ ନିଜ କୁ ସମ୍ମାନ ଦେଉ ତେଣୁ ଅନ୍ୟ କାହାର ଖରାପ ବ୍ୟବହାର ଦ୍ବାରା ଆମକୁ ଫରକ୍ ପଡିବା ଅନୁଚିତ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.