Movie prime

ମେଡିକାଲ ରେ ଭର୍ତି ହେଲେ ଦୀପିକା ଜାଣନ୍ତୁ କଣ ହେଲା ହଠାତ୍ ଯେ ହେଲା ଏମିତି ଅବସ୍ଥା

 
Special Report
ଆପଣମାନେ ବଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକନ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।ଅଭିନେତ୍ରୀ ଦୀପିକା ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ବର୍ତ୍ତମାନ ସମୟରେ ଅଭିନେତ୍ରୀ ଦୀପିକା ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକି ଅଭିନେତ୍ରୀ ଦୀପିକା ଙ୍କ ପ୍ରଶଂସକ ମାନେ ମନ ଦୁଃଖ କରୁଛନ୍ତି।
ସୂଚନା ଅନୁସାରେ ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି ବଲିଉଡ଼ ର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକନ୍। ଗତକାଲି ବିଳମ୍ବିତ ରାତିରେ ଅଭିନେତ୍ରୀ ଦୀପିକା ପାଦୁକନ୍ ଙ୍କୁ ମୁମ୍ବାଇ ର ବ୍ରିଜ କ୍ୟାଣ୍ଡି ହସ୍ପିଟାଲ୍ ରେ ଭର୍ତି କରାଯାଇଛି। ସୂଚନା ଅନୁସାରେ ଅଭିନେତ୍ରୀ ଦୀପିକା ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା।ସେଠାରେ ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରଯାଇଥିଲା।
ବର୍ତ୍ତମାନ ଅଭିନେତ୍ରୀ ଦୀପିକା ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।ତେବେ ଅଭିନେତ୍ରୀ ଦୀପିକା ଓ ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।କିଛି ଦିନ ତଳେ ଅଭିନେତ୍ରୀ ଦୀପିକା ହାଇଦ୍ରାବାଦ୍ ରେ ଫିଲ୍ମ୍ ପ୍ରୋଜେକ୍ଟ କେଶ୍ ସୁଟ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ।ତାଙ୍କର ହୃଦସ୍ପନ୍ଦନ ବଢ଼ି ଯାଇଥିଲା।ଫଳରେ ତାଙ୍କୁ ସୁଟିଂ ସେଟ୍ ରୁ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା।
ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ଅଭିନେତ୍ରୀ ଦୀପିକା ସୁସ୍ଥ ଅନୁଭବ କରିଥିଲେ।ଯଦିଓ ଏହା ତାଙ୍କ ସହିତ ପୂର୍ବରୁ ଘଟିଛି ତେଣୁ ପ୍ରଶଂସକ ମାନେ ମଧ୍ୟ ଅଭିନେତ୍ରୀ ଦୀପିକା ଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି।ତେବେ ଅଭିନେତ୍ରୀ ଦୀପିକା ପଠାନ ରେ ଶାହାରୁଖ୍ ଓ ଜନ୍ ଆବ୍ରାହାମ୍ ଙ୍କ ସହିତ ନଜର ଆସିବା ସହିତ ହ୍ରିତିକ୍ କ୍ରୋଷନ୍ ଙ୍କ ସହିତ ମଧ୍ୟ ଚଳଚ୍ଚିତ୍ର ରେ ନଜର ଆସିବାକୁ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.