Movie prime

ଭୟଙ୍କର ପରିସ୍ଥିତି ରେ ପାକିସ୍ତାନ ଦେଖନ୍ତୁ କୋଟି କୋଟି ଲୋକେ ପ୍ରଭାବିତ ବନ୍ୟା କଲାଣି ଅଥୟ

 
Special Report
ବର୍ତ୍ତମାନ ଚାରିଆଡ଼େ ପ୍ରବଳ ବର୍ଷା ଲାଗି ରହିଛି।ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି।ବର୍ତ୍ତମାନ କିନ୍ତୁ ପାକିସ୍ତାନ ରେ ପ୍ରଳୟଙ୍କାରୀ ବନ୍ୟା ହୋଇଛି।ଏହି ବନ୍ୟା ହୋଇଥିବାରୁ ହଜାର ହଜାର ଲୋକ ମାନଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।ଏବଂ ଲକ୍ଷ ଲକ୍ଷ ଲୋକ ମାନେ ପ୍ରଭାବିତ ହୋଇଛନ୍ତି।ପାକିସ୍ତାନ ରେ ବର୍ତ୍ତମାନ ବହୁତ ଅସୁବିଧାରେ ରହିଛନ୍ତି।
ଏହାକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମବେଦନା ମୂଳକ ଟୁଇର କରି ଜଣାଇଛନ୍ତି। ପାକିସ୍ତାନ ରେ ବନ୍ୟା, ବର୍ଷା ଜନିତ ବିପର୍ଯ୍ୟୟ ପାଇଁ ପାଇଁ ସେ ବହୁତ ଦୁଃଖିତ ବୋଲି ସମସ୍ତଙ୍କୁ ଜଣାଇଛନ୍ତି।ପାକିସ୍ତାନ ପ୍ରଧାନ ମନ୍ତ୍ରୀ ସେହେବାଜ୍ କାଶ୍ମୀର ପ୍ରସଙ୍ଗ କୁ ନେଇ ଭାରତ ସରକାରଙ୍କ ଉପରେ ତିକ୍ତ ପ୍ରସ୍ତାବ ଲଦିବା ଆରମ୍ଭ କରି ଦେଇଛନ୍ତି।ପାକିସ୍ତାନ ର ଅର୍ଥ ମନ୍ତ୍ରୀ ମାଇଲ୍ ନିଜ ଆଡୁ କହିଥିଲେ।
ସେ କହିଥିଲେ ଯେ ବନ୍ୟା ରେ ଫସଲ ଉଜୁଡି ଯିବାରୁ ତାଙ୍କ ଦେଶ ଭାରତରୁ ଖାଦ୍ୟ,ପନିପରିବା ଆମଦାନୀ କରିବା ପାଇଁ ବିଚାର କରି ପାରେ।ତାଙ୍କର ଏହି ବିବୃତି ପରେ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ବିନା କାରଣରେ ମୋଦୀ ସରକାର ଙ୍କ ଉପରେ ବହୁତ ରାଗୀ ଯାଇଥିଲେ।ଏହାରି ମଧ୍ୟରେ ରାଜନୈତିକ ଫାଇଦା ହାସଲ କରିବା ଓ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ କୁ ନେଇ ସ୍ବପ୍ନ ଦେଖୁଥିବା ନାଗରିକଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଥିଲେ।
ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ସମବେଦନା ମୂଳକ ଟୁଇର ସୋସିଆଲ ମିଡିଆରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ସେଠାରେ ଅନେକ ଲୋକ ମୃ-ତ୍ୟୁବରଣ କରିଛନ୍ତି।କିନ୍ତୁ ଆହୁରି ଅନେକ ଲୋକମାନେ ଆହତ ହୋଇଛନ୍ତି।ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବହୁତ କ୍ଷୟକ୍ଷତି ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି।