Movie prime

ଜୀବନ ବଞ୍ଚାଇଦେଲେ ଡାକ୍ତର ଦେଖନ୍ତୁ କେମିତି ଜଣେ ବ୍ୟକ୍ତି ଙ୍କୁ ଦେଲେ ନୂଆ ଜନ୍ମ

 
Special Report
ଡାକ୍ତର ଦେଇଥାନ୍ତି ପୁନର୍ଜନ୍ମ।ସେଥିପାଇଁ ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ।କଥାରେ ତ ଏମିତି ହିଁ ଅଛି। କିନ୍ତୁ ଆଜିର ଦିନରେ ଏମିତି ଭଗବାନ ରୁପି ଡାକ୍ତର ଦେଖିବାକୁ ମିଳୁଛନ୍ତି କି? ଟଙ୍କା ପଇସା ରେ କିଛି ଲୋଭ ନଦେଖି ଜଣେ ଡାକ୍ତର ରୋଗୀ ଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତି କି?ଏମିତି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ।କିନ୍ତୁ ଏହାର ଉତ୍ତର ହେବ ହଁ।ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଡାକ୍ତର ଜଣଙ୍କ ରୋଗୀ ଙ୍କୁ ଭଲ କରି ଦେଉଛନ୍ତି।
ଜଣେ ବ୍ୟକ୍ତି ଡାକ୍ତର ଙ୍କ କେଭିନ୍ ରେ ଆସି ବସିଥିଲେ।ତାଙ୍କର କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିବାରୁ ଡାକ୍ତର ଙ୍କ ପାଖକୁ ଚିକିତ୍ସା କରେଇବା ପାଇଁ ଆସିଥିଲେ।ପାଖରେ ସଂପର୍କୀୟ ମଧ୍ୟ ବସିଛନ୍ତି।କିନ୍ତୁ ଯେଉଁ ବ୍ୟକ୍ତି ଜଣଙ୍କ ସେଠାରେ ବସିଛନ୍ତି ହଠାତ୍ ବାକ୍ ଶୂନ୍ୟ ହୋଇ ଯାଉଛନ୍ତି।କେବଳ ତାଙ୍କ ହାତ ହିଁ କାମ କରୁଛି।ସେ କଥା କହି ପାରିଲେ ନାହିଁ।ନିଶ୍ବାସ ନେବାକୁ ତାଙ୍କୁ ଅସୁବିଧା ମଧ୍ୟ ହେଉଥିଲା।
ବ୍ୟକ୍ତି ଜଣଙ୍କ ସେଥିପାଇଁ ହାତ ହଲାଇ କିଛି କହିବାକୁ ଚାହୁଁ ଥିଲେ।କିନ୍ତୁ ତାଙ୍କ ପାଟି ସାଥ ଦେଇ ନଥିଲା। ସେଥିପାଇଁ ତାଙ୍କର କଣ ହେଉଛି କେହି ଜାଣି ପାରୁ ନଥିଲେ।ବ୍ୟକ୍ତି ଜଣଙ୍କ କହିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ।କିନ୍ତୁ ପାଟିରୁ ତାଙ୍କର କଥା ବାହାରୁ ନଥିଲା।ହଠାତ୍ ଆକସ୍ମିକ ଭାବରେ ଏହି ଘଟଣା ଟି ଘଟିଥିଲା।ବ୍ୟକ୍ତି ଜଣଙ୍କ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।ଶେଷରେ ଟେବୁଲ୍ ରେ ହାତ ବାଡେଇ ଡାକ୍ତର ଙ୍କୁ କିଛି କହିବାକୁ ଚାହିଁ ଥିଲେ।
ହୃଦଘାତରେ ଶିକାର ହୋଇ ବ୍ୟକ୍ତି ଜଣଙ୍କ ଟଳି ପଡ଼ିଥିଲେ।ଏସବୁ ଦେଖି ସିଟ୍ ରେ ବସିଥିବା ଡାକ୍ତର ଧାଇଁ ଆସିଥିଲେ।ଡାକ୍ତର ଙ୍କ ନାମ ହେଉଛି ଅର୍ଜୁନ।ଡାକ୍ତର ଅର୍ଜୁନ ସଙ୍ଗେ ସଙ୍ଗେ ବ୍ୟକ୍ତି ଙ୍କୁ ସିପିଆର୍ ଦେବା ଆରମ୍ଭ କରି ଦେଇଥିଲେ।କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ଚେତା ଫେରି ପାଇବା ସହ ସୁସ୍ଥ ଅନୁଭବ କରୁଥିବା ଭିଡିଓ ରେ ଦେଖିବାକୁ ମିଳିଛି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଡାକ୍ତର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମାତ୍ର କେଇ ସେକେଣ୍ଡ ରେ ଜଣେ ବ୍ୟକ୍ତି ନୂଆ ଜୀବନ ପାଇଲେ।