Movie prime

ଦୁନିଆର ସବୁଠୁ ଭୟଙ୍କର ଜେଲ ଦେଖନ୍ତୁ ଏଠାରେ ମିଳେ କେମିତି ଭୟଙ୍କର ଦଣ୍ଡ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ

 
Special Report
ଆପଣମାନେ ଜେଲ୍ ବିଷୟରେ ବହୁତ କିଛି କଥା ଶୁଣିଥିବେ ଏବଂ ଜାଣିଥିବେ।ଯେଉଁଠି ଅପରାଧ କରିଥିବା କଏଦୀ ମାନେ ସଜା କାଟିଥାନ୍ତି।କିନ୍ତୁ ଆପଣମାନେ ଜାଣିଛନ୍ତି କି ଦୁନିଆର ସବୁଠାରୁ ଭୟଙ୍କର ଜେଲ୍ ବିଷୟରେ।
ଯେଉଁଠି କଏଦୀ ମାନଙ୍କୁ ଯମ ଯନ୍ତ୍ରଣା ଦିଆଯାଇଥାଏ।ଏ ହେଉଛି ଦୁନିଆର ସବୁଠାରୁ ଭୟଙ୍କର ଆଉ ଖତରନାକ୍ ଜେଲ୍।ଯେଉଁଠାରେ ମିଳେ ଯମ ଯନ୍ତ୍ରଣା ଠାରୁ ବି ଅଧିକ ଯନ୍ତ୍ରଣା। ଯୋଉ ଜେଲ୍ କୁ ଦେଖିଲେ ମରଣ ବି ଭୟ ପାଇଯିବ ଦୁଃଖ ବି ଦୁଃଖ କରିବ।
ଜେଲର ନାମ ହେଉଛି କଳାପାଣି,କଳା ଠାରୁ ଭୟଙ୍କର ଏହି କାହାଣୀ।ତାହା ଏକ ଜେଲ୍ ନୁହେଁ ତ ସାକ୍ଷାତ ନର୍କ ର ଦ୍ଵାରା ଅଟେ।ଯେଉଁ ଜେଲ୍ କୁ ଥରେ ଗଲେ କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା ମିଳିଥାଏ।
ଆପଣମାନେ ନିଶ୍ଚୟ ଭାବରେ କଳାପାଣି ର ଦଣ୍ଡ ବିଷୟରେ ଶୁଣିଥିବେ।କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଏହି କଳାପାଣି ର ଦଣ୍ଡ କେମିତି ଆଉ ଏହାର ନାଁ ଶୁଣିଲେ କଏଦୀ ମାନେ ଭୟରେ ଥରି ଉଠିଥାନ୍ତି।ଏହା ବିଷୟରେ ଜାଣିଲେ ଲୋମ ଟାଙ୍କୁରି ହୋଇ ଉଠିବ।
ସେଠାରେ କଏଦୀ ମାନଙ୍କୁ ଏଭଳି ଦଣ୍ଡ ଦିଆଯାଇଥାଏ କେହି ବି ଶୁଣିଲେ ଆଖି ରୁ ଲୁହ ଆସିଯିବ। କଏଦୀ ମାନଙ୍କୁ ଏଭଳି ଖାଦ୍ୟ ଦିଆଯାଉ ଥିଲା ଯେ ଯାହାକୁ ପଶୁ ମାନେ ବି ଖାଇବେ ନାହିଁ। ଏହି ଜେଲ୍ କୁ ପୃଥିବୀ ର ନର୍କ ବୋଲି ମଧ୍ୟ କୁହାଯାଇଥାଏ।
ରାତିର ରାତି ଆଉ ଦିନର ସୂର୍ଯ୍ୟ ସେଠି ପଡୁ ନଥିଲା।ଦିନରାତି କେବଳ ଅନ୍ଧାର କିଟି କିଟି ହିଁ ରହିଥିଲା। ତେଣୁ ଏହାକୁ କଳାପାଣି ବୋଲି ନାମ ଦିଆଯାଇଥିଲା।
କଳାପାଣି ଶବ୍ଦର ଅର୍ଥ ହେଉଛି ମୃ-ତ୍ୟୁ ର ସ୍ଥାନ।ଯେଉଁ ସ୍ଥାନ ରୁ କେହି ବି ଫେରି ଆସନ୍ତି ନାହିଁ।ଏହାକୁ ଇଂରେଜ ମାନେ ଭାରତୀୟ ସ୍ଵାଧୀନତା ସଂଗ୍ରାମ ର ସୈନ୍ୟ ମାନଙ୍କୁ କଏଦ କରି ରଖା ଯିବାକୁ ନିର୍ମାଣ କରାଯାଇଥିଲା।
ଏହା ଭାରତୀୟ ଭୂମି ଠାରୁ ହଜାର କିଲୋମିଟର ଦୂରରେ ଅବସ୍ଥିତ ଥିଲା।ଏହାକୁ ୧୮୯୭ ରେ ଆରମ୍ଭ କରାଯାଇଥିଲା ଆଉ ୧୯୦୬ ରେ ଏହା ଶେଷ ହୋଇଥିଲା।
ଏହି ଜେଲ୍ ଏପରି ନିର୍ମିତ ହୋଇଥିଲା ଯେ ଜଣେ କଏଦୀ ଆଉ ଜଣେ କଏଦୀଙ୍କ ସହିତ କଥା ହୋଇ ପାରୁ ନଥିଲେ।କଏଦୀ ମାନେ ଏକୁଟିଆ ହୋଇ ଯାଇଥିଲେ।