Movie prime

ପୁଅ ବୋହୂ ଙ୍କୁ ଘରୁ ବାହାର କଲା ମା, ଦରକାର୍ ନାହିଁ ମତେ ଏମିତି ପୁଅ ବୋହୂ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ କି ମାଆ ର ଏକା ଜିଦ୍ କି ପୁଅ ଘରୁ ବିଦା ହେବ।
ଲୋକ ମାନେ ସେଠାରେ ଗଦା ହୋଇଛନ୍ତି ଏବଂ ପୋଲିସ୍ ପ୍ରଶାସନ ମଧ୍ଯ ସେଠାରେ ଉପସ୍ଥିତ ଅଛନ୍ତି। ସମସ୍ତ ଙ୍କ ମନରେ ମଧ୍ଯ କୋହ ଭରି ହୋଇ ରହିଛି।
ଏବଂ ଏହା ପ୍ରଶ୍ନ ଉଠୁଛି କି ଏହାର କାରଣ କଣ? କଣ ପାଇଁ ଜଣେ ମାଆ ତା ପୁଅ କୁ ଘରେ ରଖିବାକୁ ଚାହୁଁ ନାହିଁ?
ଏହାର କାରଣ ମଧ୍ଯ ଜାଣିଲେ ଆପଣ ମାନଙ୍କ ହୃଦୟ ତରଳି ଯିବ। ଜଣେ ମାଆ ତାର ପୁଅକୁ ଘରୁ ବାହାର କରିବା ପାଇଁ ମଧ୍ୟ କୋର୍ଟ ରୁ ଅର୍ଡର୍ ଆଣିଛି।
ଏବଂ ପୁଅ ମଧ୍ଯ ମାଆ ର ଗୋଡ଼ ତଳେ ନେହୁରା ହୋଇଥିଲେ ମଧ୍ୟ ମାଆର ମନ କିନ୍ତୁ ତରଳି ନାହିଁ। ଆଠଗଡ଼ ବ୍ଲକ, ଖୁଣ୍ଠୁଣି ଗ୍ରାମପଞ୍ଚାୟତ ର,ରମ୍ପେଇ ଗ୍ରାମର ଏହି ଘଟଣା। ମାଆ ଲଳିତା ନାୟକ ଙ୍କ ଦୁଇ ପୁଅ।
ଲଳିତା ଙ୍କ ନାମରେ ୫୧୨ ଓ ୫୬୦ ନମ୍ୱର୍ ଜାଗାରେ ଥିବା ଏକ ଛାତ ଘର ହୋଇଛି। ସେହି ଘରେ ଲଳିତା ଙ୍କ ବଡ଼ ପୁଅ କାଳନ୍ଦି ନାୟକ ଓ ବୋହୂ ସୁଲୋଚିତା ନାୟକ ରୁହନ୍ତି।
କିନ୍ତୁ ମାଆ ଲଳିତା ଙ୍କ ଅଭିଯୋଗ କି ତାଙ୍କ ମାଆ ଅତ୍ୟାଚାର କରିବା କାରଣ ରୁ ସେ ନ୍ୟାୟାଳୟ ର ଆଶ୍ରୟ ନେଇଛନ୍ତି। ଏବଂ ତାଙ୍କ ନାମରେ ମଧ୍ୟ ଥିବା ଜାଗାରୁ ପୁଅକୁ ବାହାର କରି ଦେବା ପାଇଁ କୋର୍ଟ ରୁ ଅର୍ଡର୍ ମଧ୍ୟ ଆଣିଛନ୍ତି।
ଅନ୍ୟପଟେ ପୁଅ କାଳନ୍ଦି ଆଣିଛି ମାଆ ନାମରେ ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି କି ତାଙ୍କ ଝିଅ ଦଶମ ପରୀକ୍ଷା ଦେବ ତେଣୁ ସେ ହଠାତ୍ ଘର ଛାଡି ପାରିବେ ନାହିଁ।
ଯାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା। ପରେ କାଳନ୍ଦି ଘର ଛାଡ଼ିବା ପାଇଁ ୧୫ ଦିନ ସମୟ ମାଗିଥିବା ସ୍ଥାନୀୟ ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.