Movie prime

E - Srama କାର୍ଡ କୁ ନେଇ ଆସିଲା ବଡ ସୂଚନା ଦେଖନ୍ତୁ କଣ ହେଲା ନୂଆ

 
Special Report
ଆପଣମାନେ ଜାଣିଥିବେ କୋଭି ଡ୍ ସମୟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଶ୍ରମିକ ମାନଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଥିଲା।ଯେଉଁ ଯୋଜନା ର ନାମ ଥିଲା ଇ ଶ୍ରମ କାର୍ଡ ଯୋଜନା।ଏହି ଯୋଜନା ବିଷୟରେ ବହୁତ କିଛି କଥା ଶୁଣିବାକୁ ମିଳିଥିଲା। ଇ ଶ୍ରମ କାର୍ଡ ଯାହା ପାଖରେ ଥିବ ସେମାନଙ୍କୁ ପଇସା ମିଳିବାକୁ ଯାଉଛି ଏହିଭଳି ଶୁଣିବାକୁ ମିଳୁଥିଲା।ବହୁତ କିଛି ଲାଭ ମଧ୍ୟ ମିଳିବ ବୋଲି କୁହାଯାଇଥିଲା।କିନ୍ତୁ ଏପର୍ଯ୍ୟନ୍ତ ଇ ଶ୍ରମ କାର୍ଡ ଦ୍ଵାରା ଶ୍ରମିକ ମାନଙ୍କୁ କିଛି ମିଳିନାହିଁ।
ଏମିତି କିଛି ଗଣମାଧ୍ୟମ ରେ ଶୁଣିବାକୁ ମିଳୁଥିଲା ଯେ ୟୁ ପି ସରକାର ସେମାନଙ୍କ ରାଜ୍ୟରେ ଥିବା ଶ୍ରମିକ ମାନଙ୍କ ପାଇଁ ଇ ଶ୍ରମ କାର୍ଡ ଜରିଆରେ ଏକ ହଜାର ଟଙ୍କା ତାଙ୍କ ଆକାଉଣ୍ଟ କୁ ପାଠ ଯାଉଥିଲା।କିନ୍ତୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ଇ ଶ୍ରମ କାର୍ଡ ଜରିଆରେ ଶ୍ରମିକ ମାନଙ୍କୁ କିଛି ଲାଭ ମିଳି ନଥିଲା।କିନ୍ତୁ ଏତେ ଦିନ ପରେ ଇ ଶ୍ରମ କାର୍ଡ କୁ ନେଇ କିଛି ଅପଡେଟ ଆସିଛି।ଯାହାକୁ ଶୁଣି ଲୋକମାନେ ବହୁତ ଖୁସି ହେଉଥିବାର ଜଣାପଡ଼ିଛି।
ଯେଉଁମାନେ ଇ ଶ୍ରମ କାର୍ଡ ଆପ୍ଲାଏ କରିଛନ୍ତି ସେମାନଙ୍କୁ ବର୍ତ୍ତମାନ ଇ ଶ୍ରମ କାର୍ଡ ରେ ନିଜର ଫ୍ୟାମିଲି ଆଇଡି କୁ ଅପଡେଟ କରିବାକୁ ପଡ଼ିବ।ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଦ୍ଵାରା ଆୟୁଷ୍ମାନ ଯୋଜନା ଆରମ୍ଭ କରାଯାଇଛି।ଏହି ଯୋଜନାରେ ଜଣେ ପରିବାର ମାଗଣା ଚିକିତ୍ସା ପାଇ ପାରିବେ।ସେହିଭଳି ଓଡ଼ିଶାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକେନ୍ଦ୍ର ଯୋଜନା ଆରମ୍ଭ କରାଯାଇଛି।
ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟକେନ୍ଦ୍ର ଯୋଜନା କାର୍ଡ ରହିଛି ସେମାନେ ମାଗଣାରେ ଚିକିତ୍ସା ପାଇପାରିବେ।କିନ୍ତୁ ଏବେ ଯେଉଁ ଇ ଶ୍ରମ କାର୍ଡ ରେ ଫ୍ୟାମିଲି ଆଇଡି ଅପଡେଟ କରାଯାଇଛି ସେ ଆଇଡି ଟି ହେଉଛି ଆୟୁଷ୍ମାନ ଭାରତ ଯୋଜନା ଆଇଡି।ଯେଉଁମାନଙ୍କ ପାଖରେ ଆୟୁଷ୍ମାନ ଆଇଡି ରହିଛି ସେମାନେ ଇ ଶ୍ରମ କାର୍ଡ ରେ ଅପଡେଟ କରିବାକୁ ପଡ଼ିବ।ଆଗରୁ ମଧ୍ୟ କୁହାଯାଇଥିଲା ଯେ ଯେଉଁମାନେ ଇ ଶ୍ରମ କାର୍ଡ ଆପ୍ଲାଏ କରିଛନ୍ତି କରିଛନ୍ତି ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ରେ ସାମିଲ୍ କରାଯିବ।