Movie prime

୧୧୦୦ କିଲୋମିଟର ସାଇକେଲ ରେ ଆସିଥିବା ଫ୍ୟାନ କୁ ଘରେ ବସାଇ ଖାଇବାକୁ ଦେଲେ ଭାଇଜାନ Salman Khan

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ଅନେକ ପ୍ରକାରର ସିନେ ଜଗତ ବିଷୟରେ ଅନେକ ଖବର ଦେଖିଥିବେ ବା ଶୁଣିବାକୁ ପାଉଥିବେ ।
ଏବେ ଏହି ଭିଡିଓରେ ଆମେ ବଲିଉଡ ଜଗତ ବିଷୟରେ କିଛି କଥା ଜାଣିପାରିବା । ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ କଳାକାର ସଲମାନ୍ ଖାନଙ୍କୁ ତ ଜାଣିଥିବେ ।
ଏହି ସେଲିବ୍ରେଟିଙ୍କୁ କିଏ ବା ନ ଜାଣିଛି । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ।
ଏହି ଅଭିନେତା ଜଣକ ତାଙ୍କ ଅଭିନୟ ଆଉ ତାଙ୍କ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନେକ ଲୋକ ତାଙ୍କର ପ୍ରଶଂସା କରିଥାନ୍ତି । ତାଙ୍କର ଫ୍ୟାନ ଫୋଲୋଇଂ ବା ପ୍ରଶଂସକ ବହୁତ ଅଧିକ।
ଲୋକମାନେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ପାଗଳ ହୋଇଯାଆନ୍ତି । ତାଙ୍କ ପାଇଁ ଲୋକମାନେ ଅନେକ କିଛି କରିଥାନ୍ତି । ଆଉ ଏବେ ସୋସିଆଲ ମିଡିଆରେ ଏକ ଖବର ଆସୁଛି ଯାହା ଶୁଣିଲେ ବା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଅଭିନେତା ସଲମାନ୍ ଖାନଙ୍କ ଜଣେ ପ୍ରଶଂସକ ଏଭଳି ଏକ କାମ କରିଛନ୍ତି ଯାହା ବହୁତ ବଡ ଅଟେ । ଏହି ବ୍ୟକ୍ତି ଜଣଙ୍କ ଅଭିନେତା ସଲମାନ୍ ଖାନଙ୍କୁ ଦେଖା କରିବା ପାଇଁ ସାଇକେଲରେ ଘରୁ ବାହାରିଛନ୍ତି ।
ସେ ୧୧୦୦ କିଲୋମିଟର ସାଇକେଲରେ ଯାଇଛନ୍ତି କେବଳ ଅଭିନେତା ସଲମାନ୍ ଖାନଙ୍କୁ ଦେଖିବା ପାଇଁ । ଏହି ବ୍ୟକ୍ତିଙ୍କ ନାଁ ହେଉଛି ସମୀର ।
ସେ ତାଙ୍କ ଘର ଜବଲପୁର ଠାରୁ ସାଇକେଲ ଚଲାଇ ମୁମ୍ବାଇ ସଲମାନ୍ ଖାନଙ୍କୁ ଦେଖା କରିବାକୁ ଆସିଥିଲେ । ଏହି ବ୍ୟକ୍ତି ଜଣକ ୨୨ ଡ଼ିସେମ୍ବରରେ ସାଇକେଲ ନେଇ ଘରୁ ବାହାରିଥିଲେ ।
ଆଉ ସେ ପ୍ଲାନ୍ କରିଥିଲେ କି ୨୭ ଡିସେମ୍ବର ସଲମାନ୍ ଖାନଙ୍କ ଜନ୍ମଦିନରେ ତାଙ୍କୁ ଦେଖା କରିବେ କିନ୍ତୁ ସେ ପହଞ୍ଚିଲା ବେଳକୁ ଡିସେମ୍ବର ୨୯ ତାରିଖ ହୋଇଯାଇଥିଲା ।
ସେତେବେଳେ ଅଭିନେତା ସଲମାନ୍ ତାଙ୍କ ଘରେ ଥିଲେ । ଆଉ ସେ ଏହି ଫ୍ୟାନଙ୍କ ସହ ଦେଖା ହୋଇଥିଲେ । ତାଙ୍କ ସାଇକେଲ ଏବଂ ତାଙ୍କ ସହ ଫଟୋ ଉଠାଇଥିଲେ ।
ଆଉ ସେହି ପ୍ରଶଂସକଙ୍କୁ ତାଙ୍କ ଘରକୁ ଡାକିଥିଲେ ଆଉ ଖାଇବା ପିଇବାକୁ ମଧ୍ୟ ଦେଇଥିଲେ । ସେହି ବ୍ୟକ୍ତିଙ୍କ ସାଇକେଲରେ ବ human ଲେଖା ହୋଇଛି । 
ଆଉ ସଲମାନଙ୍କ ଫିଲ୍ମ୍ ପ୍ରେମ୍ ରତନ ଧନ ପାୟୋର ଗୀତ 'ଚାଲ ଉନ୍ସେ ମିଳନା ହେ ' ଏହି ଗୀତ ତାଙ୍କ ସାଇକେଲରେ ଏହି ବ୍ୟକ୍ତି ଜଣକ ଲେଖିଥିଲେ ।
ଏବେ ଏହି ଫ୍ୟାନଙ୍କ ସହ ଅଭିନେତା ସଲମାନ୍ ଖାନଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଫଟୋକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଲୋକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି ।