Movie prime

ସମୁଦ୍ର ଭିତରେ ଲୁଚି ରହିଛି ଅଦଭୂତ କିଲା ଯାହାର ନାହିଁ କବାଟ ବୈଜ୍ଞାନିକ ମାନେ ମଧ୍ୟ ଏହାର ରହସ୍ୟ ଦେଖି ଆଶ୍ଚର୍ଯ୍ୟ ଏହା କେମିତି ସମ୍ଭବ

 
ghrfh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଭାରତର ଅନେକ ସବୁ ଦୁର୍ଗ ମାନଙ୍କ ବିଷୟରେ ଜାଣିଥିବେ ଓ ଆଉ କେତେକ ଦୁର୍ଗ ସମ୍ଵନ୍ଧରେ ଶୁଣି ମଧ୍ୟ ଥିବେ ହେଲେ ଆମେ ଆପଣଙ୍କୁ ଏବେ ଯେଉଁ ଦୁର୍ଗ ସମ୍ପର୍କ ରେ କହିବାକୁ ଯାଉଛୁ ତାକୁ ଶୁଣିଲେ ଆପଣ ମାନେ ଅଶ୍ଚମ୍ବିତ ହୋଇଯିବେ। ଏହି ଦୁର୍ଗ ଟିର ଆମ ଭାରତର ଇତିହାସ ସହ ବେଶ ନିବିଡ଼ ସମ୍ପର୍କ ମଧ୍ୟ ଅଛି। ଏହି ଦୁର୍ଗ ର ବ୍ରିଟିଶ ମାନେ ମଧ୍ୟ କୌଣସି କ୍ଷତି କରି ପାରି ନଥିଲେ ତେବେ ଚାଲନ୍ତୁ ଜାଣିବା ଏହି ଦୁର୍ଗ ସମ୍ପର୍କ ରେ।

ମୁମ୍ବାଇ ଠାରୁ ୧୬୫ କିମି ଦୂରରେ ଥିବା ମରୁଡ଼ ସହରରେ ଅବସ୍ଥିତ ଅଛି ଏହି ଦୁର୍ଗ ଟି। ଏହାର ନାମ ହେଉଛି ଜଞ୍ଜିରା ଦୁର୍ଗ। ଏହାକୁ ଏକ ଭିନ୍ନ ଇଞ୍ଜିନିୟରିଂ କୌଶଳ ରେ ତିଆରି ଯାଇଛି। ଏହା କୁ ଚାରି ପଟୁ ପାଣି ଘେରି ରହିଛି ଆପଣ ଏହା ମଧ୍ୟ କହି ପାରିବେ କି ଏହା ସମୁଦ୍ର ମଧ୍ୟରେ ଅବସ୍ଥିତ ବୋଲି। ଏହି ଦୁର୍ଗ କୁ ଭାରତର କୌଣସି ଶାସକ ମାନେ ମଧ୍ୟ ଜିତି ପାରି ନଥିଲେ। ଏହାକୁ ଜଣେ କୋଲି ରାଜା ସମୁଦ୍ର ଲୁଟେରା ଙ୍କ ଠାରୁ ବଞ୍ଚାଇବା ପାଇଁ ଏହି ଦୁର୍ଗ ୧୨୦୦ ଖ୍ରୀଷ୍ଟାବ୍ଦ ରେ ଆରବ ସାଗରରେ ତିଆରି କରିଥିଲେ।

ଏଠାରେ ଏକ କୂଅ ମଧ୍ୟ ଅଛି ଯାହାକି ସମୁଦ୍ର ମଧ୍ୟରେ ଥାଇ ମଧ୍ୟ ସେଥିରେ ମିଠା ପାଣି ଅଛି। ଏହା ପାଣିରେ ଘେରି ହୋଇ ଥିବାରୁ ଏହାକୁ ଆୟରଲ୍ୟାଣ୍ଡ ପୋର୍ଟ ମଧ୍ୟ କୁହାଯାଏ। କୁହା ଯାଏ ଏହି ଦୁର୍ଗରେ ୫୦୦ ଟି ତୋପ ଥିଲା ଯାହାକି ଏହି ଦୁର୍ଗ କୁ ରକ୍ଷା କରୁଥିଲା। ହେଲେ ବର୍ତ୍ତମାନ୍ ଏଠାରେ ଅଳ୍ପ କିଛି ତୋପ ଅଛି। ଏହି ଦୁର୍ଗ କୁ ପୋର୍ଟ ମେହେରୁମ୍ ନାମରେ ମଧ୍ୟ ଜଣା ଯାଇଥାଏ। ଏହା ଶତ୍ରୁ ମାନଙ୍କ ଆକ୍ରମଣ କରିବା ପାଇଁ ବେଶ କଷ୍ଟ କର ହୋଇଥାଏ କାରଣ ପ୍ରଥମତଃ ଏହା ପାଣି ମଧ୍ୟରେ ଏହା ପରେ ଏହାର ପ୍ରଵେଶ ଦ୍ଵାର ମଧ୍ଯ ଜଣା ପଡ଼େ ନାହିଁ। ଅନେକ ନିକଟ ବର୍ତ୍ତି ଆସିବା ପରେ ହିଁ ଏହି ଦୁର୍ଗର ପ୍ରବେଶ ଦ୍ଵାର ଦେଖା ଦେଇ ଥାଏ।

ଯଦି ଏହି ଶତ୍ରୁ ମାନେ ପ୍ରବେଶ ଦ୍ଵାର ର ନିକଟବର୍ତ୍ତି ହୋଇ ଯାଆନ୍ତି ତେବେ ଏହି ଦୁର୍ଗରେ ଥିବା ତୋପ ଦ୍ବାରା ତାଙ୍କ ଉପରେ ପ୍ରହାର ମଧ୍ୟ ହୋଇଥାଏ। ଏହି ଦୁର୍ଗ ର ବାହାର କବାଟ ଗ୍ରାନାଇଟ ରେ ତିଆରି ହୋଇଛି। ଏହି ଦୁର୍ଗ ମଧ୍ୟରେ ଏକ ମହଲ ମଧ୍ୟ ଅଛି ଏବଂ ସେହି ମହଲ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବରେ ସୁରକ୍ଷିତ ଅଛି। ଏହି ଦୁର୍ଗ କୁ ଦେଖିବା ପରେ ଲାଗୁଛି ଏଠାରେ ବୋଧ ହୁଏ ଏକଦା ସଭ୍ୟ ସମାଜ ର ସ୍ଥାପନ ହୋଇଥିଲା। କାରଣ ଏଠାରେ ରହିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ଅଛି। ଏହି ଦୁର୍ଗ ଟି ମଧ୍ୟ ଦେଖିବାକୁ ବେଶ ସୁନ୍ଦର ଅଟେ।