Movie prime

ସାଉଥର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ଦେଖନ୍ତୁ ଏମାନଙ୍କ ବିଷୟରେ କିଛି ବିଶେଷ କଥା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ସାଉଥ ଫିଲ୍ମ ଦେଖୁଥିବେ। ଆଉ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଜାଣିଥିବେ। ସାଉଥ ଫିଲ୍ମ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଆଉ ଏବେ ଦେଖିବାକୁ ମିଳୁଛି ଯେ ଖୁବ୍ ଚର୍ଚ୍ଚାରେ ରହିଛି ସାଉଥ୍ ଇଣ୍ଡଷ୍ଟ୍ରି । ଅଭିନେତାଙ୍କୁ ଟକ୍କର ଦେଉଛନ୍ତି ଅଭିନେତ୍ରୀ। ଗୋଟିଏ ଫିଲ୍ମ କରିବା ପାଇଁ ସାଉଥ୍ ଇଣ୍ଡଷ୍ଟ୍ରି ଅଭିନେତା ଓ ଅଭିନେତ୍ରୀ ମାନେ ପଇସା ନିଅନ୍ତି ଆକାଶ ଛୁଆଁ। ଏବେ ଦିନକୁ ଦିନ ସାଉଥ୍ ଫିଲ୍ମ ଗୁଡିକର ଟ୍ରେଣ୍ଡ ବଢୁଛି। ସେ ଛୋଟ ହଉ କି ବଡ ସବୁ ଫିଲ୍ମ ଖୁବ୍ ଭଲ ରୋଜଗାର କରିବା ସହିତ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ଫିଲ୍ମର ସଫଳତା ଯୋଗୁଁ ସାଉଥ୍ ଅଭିନେତା ମାନେ ଭଲ ରୋଜଗାର କରିବାକୁ ଲାଗିଛନ୍ତି। 
ସେହିପରି ସାଉଥ୍ ଅଭିନେତ୍ରୀ ମାନେ ମଧ୍ୟ ପଛରେ ପଡ଼ିନାହାନ୍ତି ଅଭିନେତାଙ୍କ ତାଳ ସହିତ ତାଳ ମିଶାଇ ଟକ୍କର ଦେଉଛନ୍ତି। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ସାଉଥ୍ ର ଟପ୍ ଆକ୍ଟ୍ରେସ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ପଇସା ନେଇଥାନ୍ତି। ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଠୀ । ଅନୁଷ୍କା ତାଙ୍କର ଜବରଦସ୍ତ ଅଭିନୟ ଓ ନିଜର ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି। ଅନୁଷ୍କା ଜଣେ ତେଲୁଗୁ ଅଭିନେତ୍ରୀ ଅଟନ୍ତି। ଅନୁଷ୍କା ଗୋଟିଏ ଫିଲ୍ମ କରିବା ପାଇଁ ଅଢେଇ କୋଟି ରୁ ତିନି କୋଟି ଟଙ୍କା ନିଅନ୍ତି। ଏହାପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟମଣି। 
ପ୍ରିୟମଣି ଜଣେ ତାମିଲ୍ ଅଭିନେତ୍ରୀ ଅଟନ୍ତି। ତାଙ୍କର ଲୋପ୍ରିୟ ମଧ୍ୟ ବେଶ୍ ଅଧିକ ରହିଛି। ପ୍ରିୟମଣି ଗୋଟିଏ ଫିଲ୍ମ କରିବା ପାଇଁ ଅଢେଇ କୋଟି ରୁ ତିନି କୋଟି ଟଙ୍କା ନିଅନ୍ତି। ସେହିପରି ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥ୍ ର ଜଣାଶୁଣା ଅଭିନେତ୍ରୀ କାଜଲ୍ ଅଗ୍ରୱାଲ। ମୁମ୍ବାଇ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା କାଜଲ୍ ଅଗ୍ରୱାଲ ସାଉଥ୍ ସହ କେତେକ ବଲିଓଡ ଫିଲ୍ମ ମଧ୍ୟ କାମ କରିଛନ୍ତି। ତାଙ୍କର ସୁନ୍ଦରତା ଆଉ ଅଭିନୟକୁ ଲୋକ ମାନେ ବେଶ୍ ପସନ୍ଦ କରଥାନ୍ତି। କାଜଲ୍ ଗୋଟିଏ ଫିଲ୍ମ କାରିବା ପାଇଁ ଏକ କୋଟି ରୁ ଦେଢ଼ କୋଟି ଟଙ୍କା ନିଅନ୍ତି। ସେହିପରି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସମନ୍ତାଋତ ପ୍ରଭୁ। 
ସମନ୍ତା ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ସମନ୍ତା ଅନେକ ସୁପର୍ ହିଟ୍ ଫିଲ୍ମରେ କାମ କରିଛନ୍ତି। ସମନ୍ତା ଗୋଟିଏ ଫିଲ୍ମ କରିବା ପାଇଁ ଏକ କୋଟି ଟଙ୍କା ନିଅନ୍ତି। ତା'ପରେ ଲିଷ୍ଟରେ ଶେଷ ତଥା ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହଂସିକା। ହଂସିକା ନିଜ କ୍ୟାରିଅର୍ ଆରମ୍ଭ ପ୍ରଥମେ ଏକ ଶିଶୁ କଳାକାର ରୂପେ କରିଥିଲେ। ହଂସିକା ଗୋଟିଏ ଫିଲ୍ମ କରିବା ପାଇଁ ୫୭ ରୁ ଏକ କୋଟି ଟଙ୍କା ନେଇଥାନ୍ତି। ଏହିଭଳି ଭାବେ ଫିଲ୍ମ କରିବା ପାଇଁ ପଇସା ନେଇଥାନ୍ତି ସାଉଥ୍ ଏଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀମାନେ।