Movie prime

ଭାରତକୁ ମିଳିବ ଭିଟୋ ପାୱାର ଦେଖନ୍ତୁ କେମିତି କଣ ହେଲା ଫଇସଲା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ କୁଆଡେ ଭାରତକୁ ମିଳିବ 'ଭିଟୋ' ପାୱାର। ମନରେ ପ୍ରଶ୍ନ ଆସୁଛି ଯେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ କି ଭାରତ। କିନ୍ତୁ ବାଇଡେନଙ୍କ ଇଚ୍ଛା ଭାରତ ହେଉ ସ୍ଥାୟୀ ସଦସ୍ୟ। ଭାରତର ସ୍ଥାୟୀ ସଦସ୍ୟ ପାଇଁ ବାଇଡେନ କରିବେ ଚେଷ୍ଟା। '୫ ନୁହେଁ ୮ଟି ଦେଶ ହୁଅନ୍ତୁ ସ୍ଥାୟୀ ସଦସ୍ୟ' ବୋଲି କହିଛନ୍ତି ବାଇଡେନ୍। ଜାତିସଂଘ ସୁରକ୍ଷା ପରିଷଦରୁ ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ତା'ର ଚେଷ୍ଟା ଜାରି ରଖିଛି। ସ୍ଥାୟୀ ସଦସ୍ୟ ପାଇଁ ଭାରତକୁ ବାଇଡେନ ପୂର୍ଣ୍ଣ ସମର୍ଥନ କରୁଥିବା ଆମେରିକା ସରକାରଙ୍କ ର ଜଣେ ଅଧିକାରୀ କହିଛନ୍ତି।
 ଅଧିକାରୀ ଜଣଙ୍କ ମଧ୍ୟ କହିଛନ୍ତି ବାଇଡେନ ଚାହୁଁଛନ୍ତି ଭାରତ,ଜର୍ମାନୀ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ ନମିଳୁ। ସେହିପରି ସୁରକ୍ଷା ପରିଷଦର ପୁନର ଗଠନ ପାଇଁ ମଧ୍ୟ ମତ ରଖିଛନ୍ତି ବାଇଡେନ। ହେଲେ ଏହି ସ୍ଥାୟୀ ସଦସ୍ୟ ଗଠନ ପାଇଁ ଏତେ କସରତ କାହିଁକି। ସ୍ଥାୟୀ ସଦସ୍ୟ ହେଲେ ଲାଭ କ'ଣ ହେବ। ଜାତିସଂଘ ସୁରକ୍ଷା ପରିଷଦ ଅର୍ଥାତ ଦେଶୀ ଭାଷାରେ ବିଶ୍ବର ସବୁଠାରୁ ବଡ଼ ପୋଲିସ ଅଟେ। ବିଶ୍ଵର ଯେ କୌଣସି ସୁରକ୍ଷା ପ୍ରସଙ୍ଗ ଉପରେ ଏହା ହସ୍ତକ୍ଷେପ କରିପାରେ। ଆଉ କୌଣସି ପ୍ରସ୍ତାବକୁ ଖାରଜ ମଧ୍ୟ କରିପାରେ। 
ସୁରକ୍ଷା ପରିଷଦ ୧୫ ସଦସ୍ୟକୁ ନେଇ ଗଠିତ। ଏହି ସୁରକ୍ଷା ପରିଷଦରେ ୫ ସ୍ଥାୟୀ ଏବଂ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ୧୦ ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ହୋଇଥାଏ। ଭାରତ ଏବେ ଅସ୍ଥାୟୀ ସଦସ୍ୟ ଅଛି। ୨୦୨୨ରେ ଭାରତର କାର୍ଯ୍ୟକାଳ ପୁରା ହୋଇଯିବ। ତେବେ ୫ ଜଣ ସ୍ଥାୟୀ ସଦସ୍ୟ ହେଉଛନ୍ତି ଆମେରିକା, ବ୍ରିଟେନ, ଫ୍ରାନସ୍ , ଚୀନ ଏବଂ ରୁଷ ଏମାନଙ୍କ ପାଖରେ ଭିଟୋ ପାୱାର ରହିଛି। ଏମାନେ ଚାହିଁଲେ ଯେ କୌଣସି ପ୍ରସଙ୍ଗ ଆଲୋଚନା କରାଯାଇପାରିବ। ଯେ କୌଣସି ପ୍ରସ୍ତାବକୁ ରଦ୍ଧ କରିପାରିବେ। 
ତେବେ ଯିଏ ସ୍ଥାୟୀ ସଦସ୍ୟ ହେବ ତାକୁ ଭିଟୋ ପାୱାର ମିଳିବ। ଅନ୍ତର୍ଜାତୀୟ ସ୍ତରରେ କ୍ଷମତା ବୃଦ୍ଧି ହେବ। ଆମେରିକା ଭାରତକୁ ସ୍ଥାୟୀ ସଦସ୍ୟ ପାଇଁ ସମର୍ଥନ କରୁଛି। ହେଲେ ଚୀନ ପାଇଁ ମିଳିପାରୁନି ସ୍ଥାୟୀ ସଦସ୍ୟତା। କିନ୍ତୁ ଏଥର ଭାରତକୁ ସ୍ଥାୟୀ ସଦସ୍ୟତା ଦେବାକୁ ଅଣ୍ଟା ଭିଡୁଛନ୍ତି ବାଇଡେନ। ସବୁଠାରୁ ବଡ଼ କଥା ସ୍ଥାୟୀ ସଦସ୍ୟତା ପାଇଁ ୫ ସ୍ଥାୟୀ ସଦସ୍ୟଙ୍କ ସହମତି ଏବଂ ୧୯୩ ଜାତିସଂଘ ସଦସ୍ୟଙ୍କ ମଧ୍ୟରୁ ୨ ତୃତୀୟାଂଶ ସଦସ୍ୟଙ୍କ ଭୋଟ ନିହାତି ଆବଶ୍ୟକ ଅଟେ।