Movie prime

କର୍ଣାଟକ ରେ ଯେମିତି ରକିଭାଇ "ୟଶ" , ଓଲିଉଡ ରେ ସେମିତି ଆମ "ସମ୍ବିତ" ବୋଲି କହିଲେ ଓଡ଼ିଆ ପ୍ରଯୋଜକ ସୁଧାକର ବସନ୍ତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସମ୍ବିତ ଆଚାର୍ଯ୍ୟ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା। ସେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ।
ଏହାପରେ ସେ କଟକ, ବାଳୁଙ୍ଗା ଟୋକା, ଗଞ୍ଜା ଲଢ଼େଇ, ଚଉକା ଛକା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସମ୍ବିତ ୨୦୧୮ ମସିହାରେ ଏକ ଓଡ଼ିଆ ଏବଂ
ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ବନ୍ଧୁଗଣ ଓଲିଉଡ ର ନୂଆଁ ଫିଲ୍ମ 'ଫେରିଲେ ମୁଁ ତୁମର' ର ଟ୍ରେଲର ରିଲିଜ ହୋଇ ସାରିଛି। 
ମାଷ୍ଟର କ୍ୟାଣ୍ଟିନ ର ଫ୍ରେସକ୍ଳବ୍ ଠାରେ ଏହି ଫିଲ୍ମ ର ଟ୍ରେଲର ରିଲିଜ୍ ପାଇଁ ଏକ ପ୍ରେସ ରିଲିଜ୍ ର ଆୟୋଜନ ହୋଇଥିଲା। ଏହା ଏକ ରୋମାଣ୍ଟିକ ଲୋଭ ଷ୍ଟୋରି ଉପରେ ଆଧାରିତ ରହିଛି ବୋଲି ଜଣା ପଡିଛି।
ତେବେ ଏହି ଫିଲ୍ମ ରେ ମୁଖ୍ୟ ଚରିତ୍ର ଭାବେ ସମ୍ବିତ ତୃପ୍ତି ଭବନ ଥିବା ବେଳେ ବବି ମିଶ୍ର, ହରି ମହାପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ସରୋଜ ଦାସ ଆଦି ବିଭିନ୍ନ ଚରିତ୍ର ରେ ଅଭିନୟ କରୁଥିବା ଜଣାପଡିଛି। ଏହି ଫିଲ୍ମ କୁ ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ। 
ତେବେ ଏହି କାହାଣୀ ଟି ବବି ମିଶ୍ରଙ୍କ ଦ୍ଵାରା ଲେଖା ଯାଇଛି। ତେବେ ବର୍ତ୍ତମାନ ଗଣ ମାଧ୍ୟମ ଆଗରେ ନିର୍ଦ୍ଦେଶକ ସୁଧାକର ବସନ୍ତ କହିଛନ୍ତି, ସମ୍ବିତ ଏବେ ବହୁତ୍ ତେଲୁଗୁ ସିନେମା ରେ ବେସ୍ତ ରହୁଛନ୍ତି,
ସେଥିପାଇଁ ସମୟ ଦେଇ ପାରୁନାହାଁନ୍ତି। ଏବେ ସମ୍ବିତ ବର୍ତ୍ତମାନ୍ ତେଲୁଗୁ ହିରୋ ହେଇଗଲାଣି।ବହୁତ୍ ଖୁସି ଲାଗୁଛି ଗୋଟେ ଓଡ଼ିଆ ଟୋକା ସାଉଥ୍ ସିନେମାରେ ରାଜ୍ କରୁଛି। ଏବଂ ନିର୍ଦ୍ଦେଶକ ସୁଧାକର ବସନ୍ତ କହିଛନ୍ତି ସମ୍ବିତ ଙ୍କୁ ସେ ସବୁବେଳେ ମନେ ପକାନ୍ତି। 
ଯାହାକି ଅନୁଭବଙ୍କ ପରେ ନିର୍ଦ୍ଦେଶକ ସୁଧାକର ବସନ୍ତ ସମ୍ବିତ ଙ୍କ ସହିତ ବହୁତ୍ ଗୀତ ଆଉ ସିନେମା କରିଛନ୍ତି। ସମ୍ବିତ ବହୁତ୍ ସୁନ୍ଦର୍ ହିରୋ, କେବଳ ନିର୍ଦ୍ଦେଶକ ସୁଧାକର ବସନ୍ତ ନୁହେଁ ସାରା ଓଡିଶା ତାଙ୍କୁ ମନେ ପକାଉଛନ୍ତି ବୋଲି ସୁଧାକର ବସନ୍ତ କହିଛନ୍ତି।
ଏବଂ ନିର୍ଦ୍ଦେଶକ ସୁଧାକର ବସନ୍ତ ସମ୍ବିତ ଙ୍କର ନୂଆ ସିନେମା 'ଫେରିଲେ ମୁ ତୁମର' କୁ ବହୁତ୍ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ଏବଂ କେ.ଜି.ଏଫ୍ ର ହିରୋ ୟାସ୍ ଙ୍କୁ ଟକ୍କର ଦେବେ ଓଡ଼ିଆ ହିରୋ ସମ୍ବିତ।