Movie prime

କାଚଜାର ଭିତରେ ରହିଛି ଏହି ଖତରନାକ କିଲର ମୁଣ୍ଡ ଦିନେ ନୁହେଁ କି ଏକ ବର୍ଷ ନୁହେଁ ୧୮୧ ବର୍ଷ ଧରି ରହିଛି ମୁଣ୍ଡ ଏହାର କାରଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି। ଆଜିକୁ ପ୍ରାୟ ଦୀର୍ଘ ୧୮୧ବର୍ଷ ହେବ ଜାର ଭିତରେ ସୁରକ୍ଷିତ ଭାବେ ରଖାଯାଇଛି ମଣିଷ ମୁଣ୍ଡ। ଆପଣ ମାନେ ଭାବୁଥିବେ ବ୍ୟକ୍ତି ଜଣକ ଏମିତି କ'ଣ କାମ କରିଥିଲେ ଯେ ତାଙ୍କ ମୁଣ୍ଡକୁ ଜାର ଭିତରେ ସାଇତି ରଖାଯାଇଛି। ପ୍ରକୃତରେ ଏହି ବ୍ୟକ୍ତି ଜଣକ ଏମିତି କିଛି ବଡ କାମ କରିନାହାନ୍ତି ଯେଉଁଥିପାଇଁ କି ତାଙ୍କ ମୁଣ୍ଡକୁ ଜାରରେ ସୁରକ୍ଷିତ ଭାବେ ରଖାଯାଇଛି। ବରଂ ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହ-ତ୍ୟା-କା-ରୀଙ୍କ ମଧ୍ୟରୁ ଜଣେ ଯିଏ ୭୦ ରୁ ଅଧିକ ନିରୀହ ଲୋକଙ୍କୁ ନିର୍ମମ ଭାବରେ ହ-ତ୍ୟା କରିଛି। 
ପର୍ତ୍ତୁଗାଲର ରାଜଧାନୀ ଲିସ୍ପନରେ ଏହି ବ୍ୟକ୍ତିଙ୍କ ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି। ପର୍ତ୍ତୁଗାଲରେ ଏହି ସିରିୟଲ କିଲର୍ ଙ୍କୁ ତା'ର ଘୂର୍ଣ୍ୟ କାମ ପାଇଁ ଫାସୀ ଦଣ୍ଡ ମିଳିଥିଲା। ଏହି ଘଟଣାପରେ ପର୍ତ୍ତୁଗାଲରେ ଆଉ କାହାକୁ ଫାସୀ ଦଣ୍ଡ ପାଇଁ ନିର୍ଦେଶ ଦିଆଯାଇ ନାହିଁ। ସିରିଏଲ କିଲରଙ୍କ ନା ହେଉଛି ଡିଓଗୋ ଆଲେଭସ୍। ୧୮୧୯ ମସିହାରେ ସ୍ପେନର ଗେସୋଲିଆ ସହରରେ ଡିଓଗୋ ଆଲେଭସ୍ ଜନ୍ମ ଗ୍ରହଣ କରିଥିଲେ। ଯୁବାବସ୍ଥାରେ ସେ କାମ ପାଇଁ ପର୍ତ୍ତୁଗାଲର ରାଜଧାନୀ ଲିସ୍ପନ୍ ରେ ଆସି ପହଞ୍ଚିଥିଲେ। ଏଠାରେ ଡିଓଗୋ ଆଲେଭସ୍ ଚାକିରୀ କରିଥିଲା। 
ହେଲେ ତାଙ୍କୁ କୌଣସି ଚାକିରୀ ମିଳିନଥିଲା। ଆଉ ଚାକିରୀ ନମିଳିବାରୁ ଅପରାଧ ଜଗତରେ ପାଦ ଦେଇଥିଲେ ଡିଓଗୋ ଆଲେଭସ୍। ଏହାପରେ ଡିଓଗୋ ଆଲେଭସ୍ ଲୁଟପାଟ୍ ଆରମ୍ଭ କରିଥିଲା। ବିଶେଷ କରି ଜନ ଗହଳି ସପର୍ଣ୍ଣ ଅଞ୍ଚଳକୁ ଯାଇ ଡିଓଗୋ ଆଲେଭସ୍ ଲୁଟପାଟ୍ କରୁଥିଲେ। ଏସବୁ ଭିତରେ ସହରରେ ଥିବା ୨୧୩ ଫୁଟ୍ ଉଚ୍ଚ ପୋଖରୀକୁ ଡିଓଗୋ ଆଲେଭସ୍ ଟାର୍ଗେଟ କରିଥିଲା। ଏକୁଟିଆ ସେହି ରାସ୍ତା ଦେଇଯାଉଥିବା ଚାଷୀଙ୍କ ଠାରୁ ଲୁଟ୍ କରି ତା'ପରେ ସେମାନଙ୍କୁ ହ-ତ୍ୟା କରି ପୋଖରୀ ଭିତରକୁ ଡିଓଗୋ ଫିଙ୍ଗି ଦେଉଥିଲା। ହେଲେ କେହି ବି ଏ ସମ୍ପର୍କରେ ପତା ପାଉନଥିଲେ। କିଭଳି ଭାବେ ଚାଷୀ ମାନେ ନିଖୋଜ ହେଉଛନ୍ତି ଏବଂ ପରେ ପରେ ସେମାନଙ୍କ ମୃ-ତ ଦେହ ମିଳୁଛି। 
ଏହାକୁ ନେଇ ପୋଲିସଠୁ ଆରମ୍ଭ କରି ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ୭୦ ରୁ ଅଧିକ ଲୋକଙ୍କୁ ସେ ହ-ତ୍ୟା କରିଥିବାର କଥା ନିଜେ ସ୍ବୀକାର କରିଥିଲା। କୋର୍ଟ ଡିଓଗୋ ଆଲେଭସଙ୍କ ବିରୋଧରେ ମାମଲାର ଶୁଣାଣି କରି ୧୮୪୧ ମସିହାରେ ଡିଓଗୋ ଆଲେଭସଙ୍କ ଫାସୀ ଦଣ୍ଡ ଶୁଣାଇଥିଲେ। ଯେତେବେଳେ ଫାସୀ ଦଣ୍ଡ ପାଇଁ ସମୟ ସୀମା ଧାର୍ଯ୍ୟ କରାଗଲା ସେତେବେଳେ ଡିଓଗୋର ଚିନ୍ତାଧାରା ବିଷୟରେ ଜାଣିବା ପାଇଁ କିଛି ଡ଼ାକ୍ତର କୋର୍ଟ ଓ ସରକାରଙ୍କ ଠାରୁ ଡିଓଗୋ ଆଲେଭସଙ୍କ ମୁଣ୍ଡ ରଖିବା ପାଇଁ ଅନୁମତି ମାଗିଥିଲେ। ଆଉ ସେବେଠାରୁ ଡିଓଗୋ ଆଲେଭସଙ୍କ ମୁଣ୍ଡ ଏମିତି ଜାର ଭିତରେ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.