Movie prime

ବଡ ଖୁସି ଖବର - ଲାଗୁ ହେବ ନୂଆ ନିୟମ ଏଥର ସପ୍ତାହକୁ ୪ଦିନ କାମ ୩ଦିନ ଛୁଟି ଜାଣନ୍ତୁ କେବେ ହେବ ଆରମ୍ଭ

 
VXCFGVDF

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆମ ଦେଶରେ ସମସ୍ତ୍ରେ କିଛି ନ କିଛି କାମ କରିଥାନ୍ତି । ଆଉ ଆମେ ଆଜି ଯେଉଁସବୁ ଜିନିଷ ଦେଖୁଛେ ତାହା ଜଣେ ଶ୍ରମିକ ହିଁ କରିଥିବ । କିନ୍ତୁ ଆମ ଶେଷରେ ଶ୍ରମିକ ଆଜି ବି ଗରିବ । ଆଉ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ଜୁଲାଇ ୧ ତାରିଖରୁ କିଛି ନୂଆ ଶ୍ରମିକ ଆଇନ୍ କାର୍ଯ୍ୟକାରୀ କରିବେ ବୋଲି ସୂଚନା ମିଳିଛି । ଆଉ ଏହି ନୂଆ ଶ୍ରମ କୋର୍ଡ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ ଏହି ଆଇନର ପ୍ରଭାବ ପଡିପାରେ । 


୧) ଆଗରୁ ଅଫିସରେ ଶ୍ରମିକମାନେ ୮ ଘଣ୍ଟା କାମ କରୁଥିଲେ । ଆଉ ରହି ଆଇନ୍ ଅନୁଯାୟୀ ଏହା ବଦଳରେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ । ନୂଆ ଶ୍ରମ ଆଇନ୍ କାର୍ଯ୍ୟକାରୀ ହେଲେ କର୍ମଚାରୀମାନଙ୍କୁ ଏହି ସୁଯୋଗ ମିଳିବ । 


୨) ଶ୍ରମିକମାନେ ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବେ ସେଥିପାଇଁ ସରକାର ୪ ଦିନ କାମ ଓ ୩ ଦିନ ଛୁଟି କରିବେ ବୋଲି ସୂଚନା ମିଳୁଛି । 


୩) ଦରମାର ନଗଦ ରାଶି ଏବଂ ଭବିଷ୍ୟ ପାଇଁ ରଖା ଯାଇଥିବା ପଇସା କର୍ମଚାରୀଙ୍କ ଦରମାରୁ କାଟି ଦିଆଯାଏ ଆଉ ଏବେ ଏହାର ପରିମାଣ ବଢ଼ିବ । 


୪)  ଅବସର ପରେ ମିଳୁଥିବା ଗ୍ରାଚୁଇଟି ଅର୍ଥ ପରିମାଣ ମଧ୍ୟ ବଢି ପାରେ । ଏହା ଫଳରେ କର୍ମଚାରୀମାନେ ଅବସର ପରେ ଭଲରେ ଜୀବନ କାଟିପାରିବେ । 


୫) ନିଯୁକ୍ତି ସମୟରେ ଜଣେ କର୍ମଚାରୀ ଗୋଟିଏ ବର୍ଷରେ କିଛି ଛୁଟି ମିଳେ ଆଉ ଯଦି ଏହି ଛୁଟି ସେହି କର୍ମଚାରୀ ନନିଏ ତାହେଲେ ଏହା ଆଗାମୀ ବର୍ଷକୁ ରଖାଯିବ ।  


୬) ପୂର୍ବ ନିୟମ ଅନୁଯାୟୀ ବର୍ଷକୁ ୨୪୦ ଦିନ କାମ କରୁଥିଲେ ଛୁଟି ମିଳୁଥିବା ବେଳେ ଏଣିକି ୧୮୦ ଦିନ କାମ କଲେ ଛୁଟି ଲାଗୁ ହେବ ବୋଲି ସୂଚନା ମିଳିଛି । 


ଏହି  ନୂଆ ନିୟମ ଦ୍ଵାରା ଦେଶରେ ପୁଞ୍ଜି ନିବେଶ ବଢିପାରେ । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଏହି ନିୟମକୁ ବିରୋଧ କରାଯାଉଛି କାରଣ ଏହି ନିୟମ ଲାଗୁ ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି । ବଡ ବଡ଼ ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ ଏହି ଆଇନ୍ ବନାଯାଇଛି ବୋଲି ଅଭିଯୋଗ ହେଉଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ଦିଲ୍ଲୀ ସୂଚନା ଦେଇଛନ୍ତି କି, କେବଳ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚିଠା ନିୟମ ଜାରି କରିଛନ୍ତି ।