Movie prime

ଖାଇବା ଅର୍ଡର ପାଇଁ ଗଲେ ୩୩୦୦୦୦ କିଲୋମିଟର ଦେଖନ୍ତୁ କଣ ଦେଲେ ଡେ-ଲିଭରି

 
Special Report
ଆପଣମାନେ ଅନଲାଇନ୍ ରେ ଯେଉଁ ଖାଇବା ଅର୍ଡର୍ କରୁଛନ୍ତି ସେହି ଖାଇବାକୁ ଯିଏ ନେଇ କରି ଆସୁଛନ୍ତି ସେମାନେ କେଉଁଠୁ ଆଣୁଛନ୍ତି ଓ ଆଉ କେତେ ସମୟ ଭିତରେ ଆଣି ପହଞ୍ଚୁ ଛନ୍ତି ତାହା ଜାଣିଛନ୍ତି କି?
ଆପଣମାନେ କେବେ ଦୂର ଜାଗାରୁ ଖାଇବା ଅର୍ଡର୍ କରିଛନ୍ତି କି? ତେବେ ଅନେକ ଜାଗାରେ ଦୁର ଜାଗାରୁ ଯଦି ଖାଇବା ଆପଣଙ୍କ ପାଇଁ ପାର୍ସଲ୍ ପହଞ୍ଚିବାର ଥାଏ କିଛି ନ ଭାବି ବହୁତ ଲୋକମାନେ କ୍ୟନ୍ସେଲ୍ କରି ଦେଇଥାନ୍ତି।
କିନ୍ତୁ ବର୍ତ୍ତମାନ ଜଣେ ଏପରି ଫୁଡ୍ ଡେଲିଭରୀ ଗାର୍ଲଙ୍କୁ ଦେଖିବାକୁ ମିଳିଛି ଯିଏ କି ୩୩ ହଜାର କିଲୋମିଟର ରୁ ଆହୁରି ଅଧିକ ବାଟ ଯାଇ ନିଜର ଫୁଡ୍ ଡେଲିଭରୀ କରିଛନ୍ତି।ସେହି ଫୁଡ୍ ଡେଲିଭରୀ ଗାର୍ଲଙ୍କ ନାମ ହେଉଛି ମାନସା ଭୋପାଲ।
ଯିଏ କି ଜଣେ ଭାରତୀୟ ଝିଅ।ଆଉ ତା ସହିତ ଗୋଟିଏ ଏଭଳି ରେକର୍ଡ କାହିଁକି କରିଛନ୍ତି ତାହା ପଛରେ ରହିଛି ଏକ ନିଆରା କାହାଣୀ। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓ ରେ ଯୁବତୀ ଜଣଙ୍କ ଦେଖେଇଛନ୍ତୀ ଯେ ସିଙ୍ଗାପୁର ରୁ ଯାଇ ହମବୁର୍ଗ ରେ ପହଞ୍ଚିଥଲେ ଏବଂ ସେ ତାଙ୍କ ଫୁଡ୍ ଡେଲିଭରୀ କରିଥିଲେ।ମାନସା ଙ୍କ ପାଖକୁ ବହୁ ଦୂରରୁ ଖାଇବା ଅର୍ଡର୍ ଆସିଥିଲା।
ଯିଏ କି ସିଙ୍ଗାପୁର ର କିଛି ଖାଇବା ଖାଇବାକୁ ଚାହିଁ ଥିଲେ।ମାନସା ଅର୍ଡର୍ ଦେଖିବା ପରେ ସେହି ବ୍ୟକ୍ତି ଙ୍କୁ ଖାଇବା ଦେବା ପାଇଁ ବାହାରି ପଡ଼ିଥିଲେ।ଏବଂ ସେ ଯେଉଁ ଭଳି ଭାବରେ ଯାଇଥିଲେ ଭିଡିଓ କରିଥିଲେ।
ଏଥିପାଇଁ ତାଙ୍କୁ ୪ ଟି ମହାଦେଶ ଅତିକ୍ରମ କରି ଯିବାକୁ ପଡିଥିଲା। କେତେବେଳେ ପ୍ଳେନ୍ ରେ, କେତେବେଳେ ଚାଲି କରି, ଆଉ କେତେବେଳେ ଟ୍ରେନ୍ ରେ,ସେହିଭଳି ଆଉ ଯେତେବେଳେ ଫ୍ଲାଇଟ୍ ରେ ବସି ଖାଇବା ଅର୍ଡର୍ ଦେଇଥିଲେ।
ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.