Movie prime

ରାଣୀଙ୍କ ମୃତ୍ୟୁ ପରେ କୋ-ହି-ନୂ-ର ଫେରାଇବ ବ୍ରିଟେନ! ସାରା ବିଶ୍ବରେ ବିବାଦ ଅସଲ ମାଲିକ କିଏ ?

 
Special Report
ଭାରତ ମାଗୁଛି "କୋହିନୂର"।ସେହିଭଳି ସାଉଥ ଆଫ୍ରିକା ମାଗୁଛି "ଗ୍ରେଟ୍ ଷ୍ଟାର ଅଫ ଆଫ୍ରିକା"। ସବୁଠି ଦାବି କରାଯାଇଛି ଯେ ଯାହାଠୁ ଯାହା ନେଇଛ ତାହା ତୁରନ୍ତ ଫେରାଅ।କୁଇନ ଙ୍କ ଦେ-ହା-ନ୍ତ ପରେ ବ୍ରିଟେନ ଉପରେ ଚାପ ପଡୁଛି।ଆମେରିକା ଠାରୁ ଅଷ୍ଟ୍ରେଲିଆ ପୁଣି ଇଣ୍ଡିଆ ରୁ ସାଉଥ୍ ଆଫ୍ରିକା।ବିଶ୍ଵର ୫୦ ଟି ଅଧିକ ଦେଶର ଇଂରେଜ ମାନଙ୍କର ଉପନିବେଶ ରହିଥିଲା।କିନ୍ତୁ ଆଜି ଦୁନିଆ ସାମ୍ନାରେ ଦୁର୍ବଳ ହୋଇ ଛିଡା ହୋଇଛି ଇଂଲଣ୍ଡ।
ବ୍ରିଟେନ ର ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ହେଉ କି କାହାର ମୃ-ତ୍ୟୁ ହୋଇ ବ୍ରିଟେନ ର ଉପରେ ଚାପ ହେଉ ବର୍ତ୍ତମାନ ଚାରିଆଡ଼େ ବ୍ରିଟେନ କୁ ଚାପ ପଡିବାରେ ଲାଗିଛି।ବ୍ରିଟେନ ବର୍ତ୍ତମାନ ବହୁତ ଚିନ୍ତାରେ ରହିଛି।ଯେଉଁ କ୍ରାଉନ ରହିଛି ତାହାର ମୂଲ୍ୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଚାରି ମିଲିୟନ ଡଲାର ରୁ ଅଧିକ ଏହି କ୍ରାଉନ ର ଦାମ୍।କିନ୍ତୁ କାହା ସମ୍ପତି ହେଉଛି ଏହି କ୍ରାଉନ।ସେହି କ୍ରାଉଣ ରେ ଖଞ୍ଜା ହୋଇଥିବା ହୀରା କାହାର ଅଟେ।
ଭାରତର କୋହିନୂର ହୀରା ଏହି କ୍ରାଉନ ର ଶୋଭା ବଢ଼ାଉଛି।ସେହିପରି ସାଉଥ୍ ଆଫ୍ରିକାର ଗ୍ରେଟ୍ ଷ୍ଟାର ଅଫ ଆଫ୍ରିକା ମଧ୍ୟ ଏଥିରେ ଲାଗିଛି।ଭାରତର କିଛି ସଂଘଠନ ଏବଂ ଦକ୍ଷିଣ ଆଫ୍ରିକା ଏହି ମୂଲ୍ୟବାନ ହୀରା ଗୁଡ଼ିକ ଫେରାଇ ଦେବାକୁ ଦାବି କରିଛନ୍ତି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ କୁଇନ ଙ୍କ ଦେ-ହା-ନ୍ତ ପରେ ବ୍ରିଟେନ ଏହି ହୀରା ଫେରାଇବେ ନା ନାହିଁ।ଯଦି ବ୍ରିଟେନ ମନା କରେ ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚାପ ପକାଇବେ କି?
ସେପଟେ ବିଭିନ୍ନ ସୋସିଆଲ ମିଡିଆର ପ୍ଲାଟଫର୍ମ ରେ ମଧ୍ୟ ଏହି ହୀରା ଫେରାଇବା ପାଇଁ ଦାବି ଉଠିଲାଣି।କେବଳ ଏତିକି ନୁହେଁ କୁଇନ ଙ୍କ କ୍ରାଉନ ରେ ଲାଗିଥିବା ଅଧିକାଂଶ ହୀରା ବିଭିନ୍ନ ଦେଶରୁ ଚୋରି କରାଯାଇଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରେ ପ୍ରକାଶ ପାଇଛି।ବର୍ତ୍ତମାନ ବ୍ରିଟେନ ଏଥିପାଇଁ କଣ ପଦକ୍ଷେପ ନେବେ ତାହା ସମସ୍ତେ ଚାହିଁ ବସିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.