Movie prime

ମହିଳା ମାନଙ୍କ ପାଇଁ LIC ଆଣିଦେଲା ବଢ଼ୀଆ ସ୍ଲିମ ତେବେ ଏବେ ହିଁ ଜାଣନ୍ତୁ କେମିତି ଲାଭ ଉଠାଇବେ ଏହି ଯୋଜନାର ଦେଖନ୍ତୁ

 
yedryh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।LIC ଆଜ୍ଞା ହଁ ଦେଶର ସର୍ବ ବୃହତ ବିମା କମ୍ପାନୀ ଲାଇଫ ଇନ୍ସୁରାନ୍ସ କର୍ପୋରେସନ ଏବେ ପ୍ରତ୍ୟକ ବିଭାଗ ପାଇଁ ଭିନ୍ନ ଭିନ୍ନ ଯୋଜନା ମାନ ଆଣିଛି। ବଜାରରେ ବିଭିନ୍ନ ପ୍ରକାରର ବୀମା ପ୍ରକଳ୍ପ ର ସୁବିଧା ମଧ୍ଯ ରଖା ଯାଇଛି । ଏଥି ପାଇଁ ତ ଲୋକ ମାନେ LIC ରେ ଟଙ୍କା ବିନିଯୋଗ କରିବା ପାଇଁ ପଶନ୍ଦ କରିଥାଆନ୍ତି।

ଏହାର ସବୁ ଠାରୁ ଭଲ କଥା ହେଉଛି ଏହା ଉଚ୍ଚ ମାତ୍ରା ରେ ରିଟର୍ନ ସହିତ ବଜାର ବିପଦ ଠାରୁ ବାହାରେ ମଧ୍ଯ ଅଛି। ଯଦି ଆପଣ ଛୋଟ ବିନିଯୋଗ କରି ଅଧିକା ଅର୍ଥ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣ LIC ର ଆଧାର ନୀତିରେ ବିନିଯୋଗ କରିବା ନିତ୍ୟାନ୍ତ ଲାଭ ଦାୟକ ଅଟେ। ତେବେ ଚାଲନ୍ତୁ ଜାଣିବା ଏହା ମହିଳା ମାନଙ୍କ ପାଇଁ କିଭଳି ଭାବରେ ସାହାଯ୍ୟ କାରୀ ଅଟେ।

LIC ଆଧାର ଶିଲତା ନୀତି କେବଳ ହିଁ କେବଳ ମହିଳା ମାନଙ୍କ ପାଇଁ ବିଶେଷ ଉପଯୋଗୀ ଅଟେ। ଏହି ନୀତିରେ ମହିଳା ମାନେ ଉଭୟ ସଞ୍ଚୟ ଓ ପଲିସି କଭର୍ ର ସୁଯୋଗ ପାଇ ପାରିବେ। ଯଦି ଆପଣ ମାନଙ୍କ ନିକଟରେ ଆଧାର କାର୍ଡ ଉପଲବ୍ଧ ଥିବ ତେବେ ଆପଣ ଏହି ପଲିସି କରି ପାରିବେ। ଏହି ନିତି ଦ୍ବାରା ତାଙ୍କ ଭବିଷ୍ୟତ ସୁରକ୍ଷିତ ହେବା ସହ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ମଧ୍ୟ କରାଇବ।

ଏହି ନୀତିରେ ବିନିଯୋଗ କରିବା ପାଇଁ ମହିଳା ଙ୍କ ବୟସ ଆଠ ରୁ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଆବଶ୍ୟକ ଅଟେ। ଏହି ନୀତିରେ ନିବେଶକ ୭୫ ହଜାର ରୁ ୩ ଲକ୍ଷ ପର୍ଯ୍ୟନ୍ତ ରାଶି ପାଇ ପାରିବେ। ଯଦି ତାହା ମଧ୍ୟରେ ମହିଳା ଜଣକର ଜୀବନ ଚାଲିଯାଏ ତେବେ ୧୧୦ ପ୍ରତିଶତ ପଇସା ପାଇ ପାରିବେ। ଆପଣ ଏହି ନୀତି ମଧ୍ୟ ୧୦ ରୁ ୨୦ ବର୍ଷ ପର୍ଯ୍ୟନ୍ତ କରି ପାରିବେ।