Movie prime

50 ବର୍ଷ ରେ ମା କୁ ଦ୍ୱିତୀୟ ବିବାହ କରାଇଲେ ଝିଅ, ସରିଲା ଚତୁର୍ଥୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଝିଅ କରାଇଲା ମା’ର ବାହାଘର। ୫୦ ବର୍ଷ ବୟସରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଛି ଝିଅ। ଏ କାହାଣୀ ହେଉଛି ମେଘାଳୟର ସିଲଙ୍ଗ ନିବାସୀ ଦେବାର୍ତ୍ତୀ ଚକ୍ରବର୍ତ୍ତୀ ଓ ତାଙ୍କ ମା’ ମୌସୁମୀ ଚକ୍ରବର୍ତୀଙ୍କର।
ଦେବାର୍ତ୍ତୀ ଯେତେବେଳେ ମାତ୍ର ୨ ବର୍ଷର ହୋଇଥିଲେ, ସେତେବେଳେ ବ୍ରେନ୍ ହାମରେଜ୍ କାରଣରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତେବେ ସ୍ୱାମୀଙ୍କ ମୃ-ତ୍ୟୁ ପରେ ଝିଅର ଭବିଷ୍ୟତ କଥା ଚିନ୍ତା କରି ଦ୍ୱିତୀୟ ବିବାହ କରିନଥିଲେ ମୌସୁମୀ। 
ମା’ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ସେ ଦ୍ୱିତୀୟ ବିବାହ କରିବାକୁ ରାଜି ହୋଇନଥିଲଲେ। ଦେବାର୍ତ୍ତୀ ଛୋଟ ଥିବାବେଳେ ମା’ଙ୍କ ଦୁଃଖ ବୁଝି ପାରୁନଥିଲେ। ହେଲେ ବଡ଼ ହେବା ପରେ ମା’ଙ୍କୁ ଆଉ ଥରେ ବିବାହ କରିବା ପାଇଁ କହିଥିଲେ।
କିନ୍ତୁ ଝିଅ ପାଇଁ ବିବାହ ପାଇଁ ସରାଜି ହେଉନଥିଲେ। ଝିଅ ଏକା କିପରି ଚଳିବ, କାହା ସହିତ ରହିବ ବୋଲି ସେ ନିଜ ଜୀବନ ତଥା ଖୁସି କଥା ଚିନ୍ତା କରିନଥିଲେ।
ଏହାରି ମଧ୍ୟରେ ସମ୍ପତ୍ତିକୁ ନେଇ ଦେବାର୍ତ୍ତୀଙ୍କ କାକାଙ୍କ ସହ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା। ଆଉ ସେଥିରେ ସେ ଫଶି ଯାଇଥିଲେ। 
ଏପରି ବର୍ଷ ବର୍ଷ ବିତିଗଲା, ହେଲେ ସେ ବିବାହ ପାଇଁ ରାଜି ହେଉନଥିଲେ। ଦେବାର୍ତ୍ତୀ ବାପା ସିଲଂର ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ। ହେଲେ ଅଳ୍ପ ବୟସରେ ହିଁ ବ୍ରେନ ହାମରେଜ କାରଣଟରୁ ହଠାତ୍ ତାଙ୍କ ତାଙ୍କର ଦେହାନ୍ତ ହୋଇଥିଲା।
ଆଉ ସେହି ସମୟରେ ମୌସୁମୀ ଚକ୍ରବର୍ତ୍ତୀ ମାତ୍ର ୨୫ବର୍ଷ ହୋଇଥିବା ବେଳେ ଦେବାର୍ତ୍ତୀ ୨ବର୍ଷର ହୋଇଥିଲେ। ସ୍ୱାମୀଙ୍କ ସହ ଅଧିକ ଦିନ କାଟି ପାରିନଥିଲେ ମୌସୁମୀ। ଆଉ ତା’ପରେ ଦେବାର୍ତ୍ତୀ ଏବଂ ତାଙ୍କ ମା’ ନିଜ ଅଜାଆଈଙ୍କ ଘରେ ରହିବାକୁ ଲାଗିଲେ।
କିନ୍ତୁ ଦେବର୍ତୀ ଚାହୁଁଥିଲେ ତାଙ୍କ ମା, ଦ୍ୱିତୀୟ ବିବାହ କରନ୍ତୁ, ଆଉ ଏଥିପାଇଁ ସେ ତାଙ୍କ ମା’ଙ୍କୁ ଅନେକ ଥର ମନାଇବାକୁ ଚେଷ୍ଟା ବି କରିଛନ୍ତି।
ଆଉ ଶେଷରେ ଗତବର୍ଷ ମାର୍ଚ୍ଚ ମାସରେ ଦେବର୍ତୀଙ୍କ ମା’ଙ୍କ ବାହାଘର ପଶ୍ଚିମବଙ୍ଗର ସ୍ୱପନଙ୍କ ସହ ହୋଇଛି। ଉଭୟଙ୍କର ବୟସ ୫୦ ବର୍ଷ। ଦେବର୍ତୀ କହିଛନ୍ତି,
ବିବାହ ପରେ ତାଙ୍କ ମା’ଙ୍କ ଜୀବନ ଏବେ ବଦଳିଯାଇଛି। ସେ ଏବେ ବହୁତ ଖୁସି ଅଛନ୍ତି। ତେବେ ଏହି ବାହାଘରର ନିଆରା କାହାଣୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।