Movie prime

ମଲା ମଶା ଧରି କୋର୍ଟ ରେ ପହଞ୍ଚିଲେ କଏଦି କାରଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମଲା ମଶାକୁ ଧରି କୋର୍ଟରେ ହାଜର ହେଲେ କଏଦୀ। ମଶାକୁ ନେଇ ହାଜର ହେଲେ ମୋଷ୍ଟ ୱାଣ୍ଟେଡ କଏଦୀ। ବୋତଲରେ ମଶାକୁ ନେଇ କୋର୍ଟରେ ଉପସ୍ଥାପନ କଲେ କଏଦୀ। ଜେଲରେ ମଶା ମାନଙ୍କ ପାଦ୍ରୁଭାବ ଟିକେ ଅଧିକ। ତେବେ ମଶା କାମୁଡାରେ ଅଧିଷ୍ଠ ହୋଇ ମୁମ୍ବାଇର ଜଣେ କଏଦୀ ଅଜବ ଘଟଣା ଘଟେଇଛନ୍ତି। 
କଏଦୀ ଜଣକ ହେଉଛନ୍ତି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗ ଷ୍ଟାର ଏଚୱାଚ ଲାଗଡୱାନ୍ କୋର୍ଟରେ ତାଙ୍କୁ ହାଜର କରିଥିବା ବେଳେ, ସେ ମଲା ମଶାଥିବା ଏକ ବୋତଲ କୋର୍ଟରେ ଉପସ୍ଥାପନ କରିଛନ୍ତି। ଜେଲରେ ରହୁଥିବା କଏଦୀ ମାନେ ମଶା ମାନଙ୍କ ପାଇଁ ରାତିରେ ଶୋଇପାରୁନଥିବା କହିଥିଲେ। ରାତିରେ ଶୋଇଲା ବେଳେ ଲାଗଡୱାନଙ୍କୁ ମଶାରୀ ବ୍ୟବହାର ଲାଗି ଅନୁମତି ଦେବା ପାଇଁ ସେ ବିଚାରପତିଙ୍କୁ ଅନୁରୋଧ କରିଥିଲେ।
ଲାଗଡୱାନ ନିଜ ଆବେଦନରେ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ୨୦୨୦ରେ ଜେଲକୁ ପଠାଯାଇଥିଲା ସେତେବେଳେ ମଶାରୀ ବ୍ୟବହାର କରିବାକୁ ଅନୁମତି ଦିଆଯାଇନଥିଲା। କିନ୍ତୁ ଚଳିତ ବର୍ଷ ମେ ମାସରେ ଜେଲ କତୃପକ୍ଷ ସୁରକ୍ଷାକୁ ଦର୍ଶାଇ ମଶାରୀକୁ ଜବତ କରିଛନ୍ତି। ତାଓଜା ଜେଲରେ ସମସ୍ତ ବନ୍ଦୀଙ୍କୁ ପ୍ରତିଦିନ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। 
କିନ୍ତୁ ଜର୍ଜ ଏଥିରେ କଏଦୀ ମାନଙ୍କୁ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ ବୋଲି ସିଧା ମନା କରିଦେଇଥିଲେ। ଦାଉଦ୍ ଇବ୍ରାହିମଙ୍କ ସହଯୋଗୀ ଭାବେ ଲାଗଡୱାନ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଅନେକ ମାମଲା ରହିଛି। ୨୦୨୦ ଜାନୁୟାରୀରେ ମୁମ୍ବାଇ ପୋଲିସ ଲାଗଡୱାନଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଲାଗଡୱାନ ତାଓଜା ଜେଲରେ ସଜା କାଟୁଛନ୍ତି।