Movie prime

ପ୍ରେମରେ ଧୋକା ଖାଇ ଖଡିଲେ ୭୦ କେଜି ଦେଖନ୍ତୁ କେମିତି ଧୋକା ଦେଇଥିବା ପ୍ରେମିକା ଠୁ ନେଲେ ବଦଲା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରେମ ସମ୍ପର୍କକୁ ନେଇ ବହୁତ୍ କିଛି ଅସୁବିଧା ଦେଖା ଦେଉଛି। କିଏ ପ୍ରେମ ପାଇଁ ନିଜ ଜୀବନ ଦେଇ ଦଉଛି। ତ ଆଉ କିଏ ପ୍ରେମ ପାଇଁ ପ୍ରତିଶୋଧ ନେବାକୁ ବି ପଛଉନାହିଁ। ଆଜିକାଲି ପ୍ରେମ କରି ବହୁତ ଜଣ ପ୍ରେମ ଏବଂ ବିଶ୍ବାସ ରେ ଧୋକା ଖାଉଛନ୍ତି। ଆଜିକାଲି ପ୍ରେମ ଅଢେଇ ଦିନିଆ। କେତେ ଜଣ ପ୍ରେମି ଯୁଗଳ ହୃଦୟରୁ ପ୍ରେମ କରିନଥାନ୍ତି କେବଳ ସୁନ୍ଦର ଚେହେରା କୁ ଦେଖି ପ୍ରେମ କରିଥାନ୍ତି। ଏବଂ ସେହି ପ୍ରେମ ସଂପର୍କ ରେ ବହୁତ ଶୀଘ୍ର ବିଚ୍ଛେଦ ଦେଖା ଦେଇଥାଏ। ସେହି ପ୍ରେମ ବିଚ୍ଛେଦ କେତେ ଜଣଙ୍କ ଜୀବନ ବଦଳେଇ ଦଉଛି ତ ଆଉ କେତେ ଜଣଙ୍କର ଜୀବନ ନଷ୍ଟ କରି ଦଉଛି। 
ଏବେ ସୋସିଆଲ ମିଡିଆରେ ସେହିପରି ଏକ ଘଟଣା ଦେଖିବାକୁ ମିଳୁଛି ଯେ ଜଣେ ପ୍ରେମିକା ତା ପ୍ରେମିକ କୁ ଅପମାନ କଲା ପରେ କିଭଳି ସେ ପ୍ରେମିକ ନିଜ ଜୀବନ ଶୈଳୀ କୁ ନିଜେ ବଦଲେଇ ଦେଉଛନ୍ତି। ବନ୍ଧୁଗଣ ଆମେ ସମସ୍ତେ ଜାଣିଛେ ଯେ ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକା କିଛି ବି କରିବା ପାଇଁ ପଛେଇ ନଥାନ୍ତି। କିନ୍ତୁ ଆଜି ଆମେ ଏହି ଭିଡିଓ ଟିରେ ଜାଣିବା ପ୍ରେମିକ ଓ ପ୍ରେମିକା ଙ୍କ ବିଚ୍ଛେଦ ହେଲା ପରେ ତାଙ୍କର ମାନସିକ ସ୍ଥିତି କିଭଳି ଥାଏ। ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବ୍ରେକ୍ ଅପ୍ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ଯାହା ଅନେକଙ୍କ ପାଇଁ ପ୍ରେରଣା ସାଜିବ। 
ଆମେ ଜାଣିଛେ ଯେ ପ୍ରେମ ବିଚ୍ଛେଦ ମଣିଷକୁ କେତେ ମାତ୍ରା ରେ କଷ୍ଟ ଦେଇଥାଏ। କିନ୍ତୁ ତା ଠାରୁ ଅଧିକ କଷ୍ଟ ସେତେବେଳ ଲାଗିଥାଏ ଯେତେବେଳେ ନିଜ ସାଥୀ ପ୍ରକୃତ ପ୍ରେମ କୁ ନବୁଝି ସୁନ୍ଦର ଚେହେରା କୁ ଦେଖୁଥାଏ। ଠିକ୍ ଏମିତି କିଛି ଘଟିଥିଲା ଏକ ଯୁବକଙ୍କ ସହିତ। ଅଧିକ ମୋଟା ହେବା କାରଣରୁ ସେହି ଯୁବକଙ୍କ ପ୍ରେମିକା ତାଙ୍କୁ ଅପମାନ ଦେବା ସହିତ ତାଙ୍କ ସହିତ ବ୍ରେକ୍ ଅପ୍ କରିଦେଇଥିଲେ। ଏହା ସେହି ଯୁବକ ଜଣଙ୍କ ହୃଦୟକୁ ବହୁତ୍ ଆଘାତ ଦେଇଥିଲା। ତାପରେ ସେହି ଯୁବକ ଜଣଙ୍କ ମନରେ ସ୍ଥିର କଲେ ନିଜକୁ ବଦଳାଇବା ପାଇଁ। ସେ ନିଜକୁ ଫିଟ୍ ଏବଂ ଷ୍ଟାଇଲ କରିବା ପାଇଁ ପହଞ୍ଚିଥିଲେ ଜୀମ। ଯାହା ବଦଳାଇ ଦେଇଥିଲା ତାଙ୍କର ପୁରା ଲାଇଫ ଷ୍ଟାଇଲକୁ। 
ଆଉ ସେହି ଯୁବକ ଜଣକ ହେଉଛନ୍ତି ପୁଭି। ଯିଏ କି ଟିକ୍ ଟକ ଷ୍ଟାର ଭାବରେ ସୋସିଆଲ ମିଡ଼ିଆରେ ଖୁବ୍ ପରିଚିତ। ଯେତେବେଳ ପୁଭୀ ଙ୍କୁ ତାଙ୍କ ପ୍ରେମିକା ଛାଡ଼ି ଚାଲିଯାଇଥିଲା ସେତେବେଳେ ତାଙ୍କର ଓଜନ ଥିଲା କ୍ୟୁଣ୍ଟାଲ ୩୯ କିଲୋ। ଏବେ ପୁଭି ଙ୍କ ଓଜନ ୭୦ କିଲୋ। ଯାହାକି ନିଶ୍ଚୟ ଏକ ବଡ଼ ପରିବର୍ତ୍ତନ ପୁଭିଙ୍କ ଠାରେ ଦେଖିବାକୁ ମିଳିଛି। କିଛି ଲୋକ ପ୍ରେମରେ ଧୋକା ଖାଇଲା ପରେ ନିଜ ଜୀବନ ହାରି ଦେଉଛନ୍ତି କିନ୍ତୁ ଏହି ଭିଡିଓ ଟିରେ ପୁଭି ଭାଙ୍ଗି ନପଡ଼ି ନିଜକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଛନ୍ତି।