Movie prime

ମା ମଝି ଘରିଆଣି ଙ୍କ ହୁଣ୍ଡିରେ ମିଳିଲା ଏକ କୋଟି ଟଙ୍କା ଦେଖନ୍ତୁ ଆଶ୍ଚର୍ୟ୍ଯ ଲାଗିଲେ ବି ସତ

 
Special Report
ବର୍ତ୍ତମାନ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମନ୍ଦିର ହୁଣ୍ଡିରୁ ବାହାରିଲା ଏକ କୋଟି ଟଙ୍କା।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ଘଟଣାଟି ବାସ୍ତବରେ ସତ ଅଟେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସେଠାରେ ଅନେକ ଲୋକ ଉପସ୍ଥିତ ହୋଇଥିବାର ଦେଖିବାକୁ ମିଳିଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ମା ମଝି ଘରିଆଣି ଙ୍କ ମନ୍ଦିରରେ ବହୁତ ଟଙ୍କା ହୁଣ୍ଡିରୁ ବାହାରିଛି।ମନ୍ଦିର ରେ କେତେଜଣ ଝିଅ ବସି ମୁଦ୍ରା ଗନୁଛନ୍ତି। ଅନେକ ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ,କୋଡ଼ିଏ ଟଙ୍କିଆ, ଶହେ ଟଙ୍କିଆ ଏଭଳି ଟଙ୍କା ହୁଣ୍ଡିରୁ ବାହାରୁଛି। ଯାହାକି ସେଠାରେ ଅନେକ ଲୋକ ଗଣିବା ପାଇଁ ରହିଥିଲେ।ପ୍ରଥମେ ଦଶ ଟଙ୍କିଆ,କୋଡ଼ିଏ ଟଙ୍କିଆ ଏଭଳି ଅଲଗା କରି ରଖିଥିଲେ।ଏହାପରେ ସବୁ ଟଙ୍କା ଏକାଠି କରି ଅଳ୍ପ ଅଳ୍ପ କରି ଗଣୁଥିଲେ।
ସେଠାରେ ଅନେକ ଭକ୍ତମାନେ ମା ମଝି ଘରିଆଣି ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।ବହୁତ ଦୂର ଦୂରରୁ ଲୋକମାନେ ମା ଙ୍କ ଦର୍ଶନ କରିବା ନିମନ୍ତେ ଆସିଥାନ୍ତି।ଏବଂ ଯାହାର ଯେତିକି ସକ୍ଷମ ମା ମଝି ଘରିଆଣି ଙ୍କ ହୁଣ୍ଡିରେ ପକେଇଥାନ୍ତି। ତେଣୁ ବର୍ତ୍ତମାନ ତାହା ଗଣା ଯାଉଛି।ସେଥିରୁ ଏକ କୋଟି ଟଙ୍କା ବାହାରିଛି ବୋଲି ସୂଚନା ମିଳିଛି।ଜଣେ ଝିଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କୁ ବହୁତ ଖୁସି ଲାଗୁଛି।ସେ ନିଜକୁ ଧନ୍ୟ ମନେ କରୁଛନ୍ତି।
ତାଙ୍କୁ ମଝି ଘରିଆଣି ଙ୍କ ହୁଣ୍ଡିରୁ ପଇସା ଗଣିବା ପାଇଁ ସୁଯୋଗ ମିଳିଛି। ଟଙ୍କା ଗଣିବା ପାଇଁ ଅନେକ ଲୋକ ଉପସ୍ଥିତ ହୋଇଛନ୍ତି। ତିନି ଘଣ୍ଟା ରୁ ଉର୍ଦ୍ଧ ହୋଇଗଲାଣି ତଥାପି ଟଙ୍କା ଗଣିବା ସରି ନାହିଁ।ଆହୁରି ଟଙ୍କା ଗଣିବାକୁ ଅଛି। ଟଙ୍କା ମେସିନ ମଧ୍ୟ ରହିଛି।ଏହି ମା ମଝି ଘରିଆଣି ଙ୍କ ମନ୍ଦିର ରାୟଗଡ଼ା ରେ ରହିଛି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.