Movie prime

ଏ ଘର ନୁହେଁ ସ୍ଵର୍ଗ ଦେଖନ୍ତୁ ମୁକେଶ ଅମ୍ବାନୀ କିଣିଥିବା ଘର ର ଭିତର ଦୃଶ୍ୟ ଦେଖନ୍ତୁ ଏହି ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ମୁକେଶ ଅମ୍ବାନୀଙ୍କୁ ଜାଣିଥିବେ । ସେ ଜଣେ ବହୁତ ଭଲ ବ୍ୟକ୍ତି ।ଆଉ ଜଣେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି । ତାଙ୍କର ଅନେକ ଧନ ସମ୍ପତ୍ତି ଅଛି ।ଆଉ ଏବେ ତାଙ୍କୁ ପୃଥିବୀର ଲୋକମାନେ ସମସ୍ତେ ଜାଣିଛନ୍ତି । ପୃଥିବୀରେ କେତେ ଧନୀ ବ୍ୟକ୍ତି ଅଛନ୍ତି ସେମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ମୁକେଶ ଅମ୍ବାନୀ ଅଛନ୍ତି । 
ଆଉ ଏବେ ତାଙ୍କୁ ନେଇ କିଛି ଖବର ସୋସିଆଲ ମିଡିଆରେ ଆସିଛି । ଆଉ ଏହି ଖବର ଏବେ ସାରା ଦୁନିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।ଏବେ ଖବର ଆସିଛି କି ସେ ତାଙ୍କ ପୁଅ ପାଇଁ ଏକ ଭିଲ୍ଲା କରିଛନ୍ତି ।ଆଉ ଏହା ସେ ଦୁବାଇରେ କରିଛନ୍ତି ।ଆଉ ଏଥିରେ ୧୦ଟି ବେଡ଼ରୁମ ଆଉ ସ୍ଵିମିଂ ପୂଲ୍ ମଧ୍ୟ ରହିଛି। ଐଶ୍ୱର୍ଯ୍ୟ ଦ୍ବୀପ କୁହାଯାଉଥିବା ଦୁବାଇର ପାମ୍ ଯୁମେରାରେ ଏଭଳି ବିଳାସମୟ ଘର କିଣିଛନ୍ତି ବିଲେନର ମୁକେଶ ଅମ୍ବାନୀ ।
ଘରର ଦାମ୍ ଆମେରିକା ଡୋଲାରରେ ହେଉଛି ୮ କୋଟି । ଆଉ ଆମ ଭାରତୀୟ ମୁଦ୍ରାରେ ୬୪୦ କୋଟି ଟଙ୍କା । ୬୪୦ କୋଟି ଟଙ୍କା ଦେଇ ରିଲିଆନ୍ସ କମ୍ପାନୀର ଏମଡି ମୁକେଶ ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଆମ୍ବନୀଙ୍କ ପାଇଁ ଏହି ଘର କିଣିଛନ୍ତି । ଏହା ହେବ ତାଙ୍କର ଦ୍ଵିତୀୟ ଘର । ଆଉ ଗତ ୩୧ ତାରିଖରେ ଏହି ଡ଼ିଲ୍ ଫାଇନାଲ ହୋଇଥିଲା । ଏହା ୩୩ ହଜାର ବର୍ଗଫୁଟ ଅଟେ । 
ଏହା ବହୁତ ବିରାଟ ସ୍ଥାନ । ଭିଲ୍ଳା ଭିତରେ ସବୁ ପ୍ରକାରର ବିଳାସ ଆପଣ ପାଇପାରିବେ । ଆଉ ଏହା ଭିତରେ ସବୁ ପ୍ରକାରର ସୁବିଧା ରହିଛି । ଆଉ ଏହାକୁ ଲାଗି ଏକ ବିଚ୍ ମଧ୍ୟ ରହିଛି । ଆଉ ଏହି ଭିଲ୍ଲା ଭିତରେ ୧୦ଟି ବେଡ଼ରୁମ, ସ୍ପା, ସେଲୁନ, କିଚେନ୍, ଡାଇନିଂ ଆଦି ସବୁ ସୁବିଧା ରହିଛି । ଆଉ ଏବେ ଏହି ଖବରକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି । ଆଉ ଯଦି ଏହି ଭିଲ୍ଲା ସେ କିଣୁଛନ୍ତି ତାହେଲେ ଶାହାରୁଖ ଖାନ୍ ଏବଂ ଅନେକ ସେଲେବ୍ରିଟି ତାଙ୍କ ପଡୋଶୀ ହେବେ ।