Movie prime

ନକଲି ସୁନା ଦେଇ ୩ ଲକ୍ଷ ଟଙ୍କା ଲୁଟି ନେଲେ ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ

 
Special report
ନକଲି ସୁନା ଦେଇ ତିନି ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି।ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ରେ।ଲୋଭର ବଶବର୍ତ୍ତୀ ହୋଇ ଶାନ୍ତି ନଗର ର ରିନା କୁମାରୀ ଜଣେ ଅଣ ଓଡ଼ିଆ ବ୍ୟବସାୟ ଠାରୁ କମ୍ ଦରରେ ଏକ ସୁନା ଖଣ୍ଡ କିଣିଥିଲେ।
ହେଲେ କମ୍ ଦାମର ସୁନା କିଣିବାରୁ ମହଙ୍ଗା ପଡ଼ିଛି।ଯେଉଁ ସୁନା ମହିଳା ଜଣଙ୍କ କିଣିଥିଲେ ତାହା ନକଲି ହୋଇଥିବା ବେଳେ ବ୍ୟବସାୟ ଜଣଙ୍କ ତିନି ଲକ୍ଷ ଟଙ୍କା ନେଇ କେଉଁଆଡେ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର କୁ ଜଣେ ବ୍ୟବସାୟୀ ୧୫ ଦିନ ହୋଇଗଲାଣି ପରିବା ବିକ୍ରି କରିବାକୁ ଆସିଥିଲେ।ଏହି ସମୟରେ ରିନା କୁମାରୀ ଙ୍କ ସହିତ ତାଙ୍କର ଦେଖା ହୋଇଥିଲା।
ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଘନିଷ୍ଠତ ବଢିଥିଲା।ଦିନେ ଘରେ ଖୋଳିଲା ବେଳେ ସୁନା ଖଣ୍ଡ ବାହାରିଥିଲା।ଏହାକୁ ଦେଖି ପରିବା ଦୋକାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଯାହାର ଦାମ୍ ବହୁତ ଅଧିକ।
ଯଦି ତିନି ଲକ୍ଷ ଟଙ୍କା ଦେବ ତାହେଲେ ସବୁ ତକ ସୁନା ରିନା ଙ୍କୁ ଦେଇଦେବେ ବୋଲି ସେ ଅଣ ଓଡ଼ିଆ ପରିବା ଦୋକାନୀ ରିନା କୁମାରୀ ଙ୍କୁ କହିଥିଲେ।ପରେ ରିନା ଲୋଭରେ ବଶବର୍ତ୍ତୀ ହୋଇ ଟଙ୍କା ଦେଇ ସୁନା କିଣି ଦେଇଥିଲେ।
ହେଲେ ପରବର୍ତ୍ତୀ ସମୟରେ ନକଲି ସୁନା ଜଣା ପଡ଼ିବା ପୂର୍ବରୁ ଉକ୍ତ ବ୍ୟକ୍ତି ଜଣଙ୍କ ସେଠାରୁ କେଉଁଆଡେ ଫେରାର ହୋଇ ଯାଇଥିଲେ।ଏହାପରେ ରିନା କୁମାରୀ ଉକ୍ତ ବ୍ୟକ୍ତି ଙ୍କ ନାମରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ଏହି ଘଟଣା ବିଷୟ ଜାଣିବା ପରେ ମାମଲାକୁ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଏହି ବିଷୟରେ ଆଲୋଚନା କରିବାରେ ଲାଗିଛନ୍ତି।
ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଦାବି କରିଛନ୍ତି।ଏବଂ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.