Movie prime

ଆମେରିକା (USA) ଚୀନ ମହାଯୁଦ୍ଧ ଆଶଙ୍କାରେ ସାରା ବିଶ୍ଵ ଦେଖନ୍ତୁ ହଠାତ୍ କଣ ଏମିତି ହେଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମେରିକା ର ହାଉସ ସ୍ପିକର ନନ୍ସୀ ପାଲେଶି ଙ୍କୁ ନେଇ ଆମେରିକା ଓ ଚିନ ମୁହାଁ ମୁହିଁ ହୋଇଛନ୍ତି। ଡ୍ରାଗୋନ ଧମକ ଦେଇଥିବା କାରଣ ହେତୁ ବିଳମ୍ବିତ ରାତିରେ ତାଇୱାନ ଗସ୍ତ କରି ପାରନ୍ତି ନନ୍ସି ପାଲେସୀ। କାରଣ ତାଇୱାନ ର ସରକାରୀ ଅଧିକାରୀ ଙ୍କୁ ଭେଟିବାର କାର୍ଯ୍ୟ କ୍ରମ ସେଠାରେ ରହିଛି। ତେବେ ପାଲେଷି ତାଇପେଇ ରେ ରହିବେ କୀ ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।
ନନ୍ସୀ ପାଲେଶି ହେଉଛି ଆମେରିକା ସରକାର ର ତୃତୀୟ ବରିଷ୍ଠ ଅଧିକାରୀ। ବହୁ ବର୍ଷ ଧରି ସେ ବେଜିଂ କୁ ସମାଲୋଚନା କରି ଆସିଛନ୍ତି। ଏପଟେ ପାଲେଶୀ ଙ୍କ ତାଇୱାନ ଗସ୍ତ ନେଇ ସ୍ପଷ୍ଟ କରିଛି ହ୍ୱାଇଟ ହାଉସ।ନନ୍ସୀ ପାଲେଶି ବାଚସ୍ପତି ହୋଇ ଥିବାରୁ ତାଙ୍କର ତାଇୱାନ ଗସ୍ତ ନେଇ ସମ୍ପୂର୍ଣ ଅଧିକାର ଅଛି। ନନ୍ସୀ ପାଲେଶି ତାଇୱାନ ଗସ୍ତ କୁ ବିରୋଧ କରି ଆସୁଛି ଚିନ।
ଏଥି ପାଇଁ ଆମେରିକାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି ଚିନ। ତାଇୱାନ କୁ ଧମକାଇବା ପାଇଁ ଚିନ ର ଚାରୋଟି ଲଢ଼ୁଆ ବିମାନ ତାଇୱାନ ର ଏୟାର ଡିଫେନ୍ସ ଏରିଆ ରେ ପ୍ରଵେଶ କରିଥିଲେ। ଏହାପରେ ତାଇୱାନ ର ବାୟୁ ସେନା ସତର୍କ ହୋଇ ଯାଇଥିଲା। ତାଇୱାନ ର ବିମାନ ଆକାଶ ରେ ଉଡ଼ିବା ସହ ଚିନ ର ବିମାନ କୁ ଫେରି ଯିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ।
ତାଇୱାନ ର କ୍ଷେପଣାସ୍ତ୍ର ବ୍ୟବସ୍ଥା ମଧ୍ଯ ସକ୍ରିୟ ହୋଇଛି। କିଛି ସମୟ ପର୍ଯ୍ୟନ୍ତ ତାଇୱାନ ର ବିମାନ ଉଡ଼ିବା ପରେ ଚିନ ର ବିମାନ ଫେରି ମଧ୍ଯ ଯାଇଥିଲେ। ସେଥି ପାଇଁ ନନ୍ସୀ ପାଲେଶି ଙ୍କ ତାଇୱାନ ଗସ୍ତ ସମୟରେ ଆକାଶ ମାର୍ଗ ରେ ସଜାଗ ରହିବ ତାଇୱାନ ର ଲଢ଼ୁଆ ବିମାନ। ଆମେରିକା ମଧ୍ୟ ଚିନ ର ଆକ୍ରମଣ କବଳ ରୁ ସୁରକ୍ଷା କରିବ ବୋଲି କହି ଆସୁଛି। ଅନ୍ୟ ପଟେ ତାଇୱାନ କୁ ଚିନ ତା ଭୁ ଖଣ୍ଡ ବୋଲି ଦାବୀ କରି ଆସୁଛି।