Movie prime

ଚପଲ ପିନ୍ଧି ଗାଡ଼ି ଚଲାଇଲେ ଲାଗିବ ଏଥର ମୋଟା ଅଙ୍କର ଫାଇନ ! ଜାଣନ୍ତୁ କାହିଁକି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସରକାରଙ୍କ ନୂଆ ନିୟମ ଏଣିକି ଚପଲ ପିନ୍ଧି ବାଇକ ବା ସ୍କୁଟି ଚଲାଇଲେ ଖାଲି ହୋଇଯିବ ଆପଣଙ୍କ ପକେଟ। ଭାରତ ସରକାର ଦେଶରେ ଅନେକ କଢ଼ା ଟ୍ରାଫିକ ନିୟମ ଲାଗୁ କରିଛନ୍ତି ଏମିତିକି ଗାଡ଼ିର ନିର୍ମାଣ ନେଇ ମଧ୍ୟ ଗାଇଡ ଲାଇନ ଆସିଛି। ତେବେ ଆମେ ଆଜି ଆପଣଙ୍କୁ ଏମିତି କିଛି ଟ୍ରାଫିକ ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ।
ଏହାକୁ ଜାଣିନେବା ଆପଣଙ୍କ ପାଇଁ ଭଲ ହୋଇପାରେ ନ ହେଲେ ହୁଏତ ଆପଣଙ୍କ ମୋଟା ଅଙ୍କର ଚାଲଣ କଟିପାରେ। ତେବେ ଆପଣ ଜାଣିଛନ୍ତି ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିଥାଏ କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଯଦି ସ୍ଲିପର ବା ଚପଲ ପିନ୍ଧି ଗାଡ଼ି ଚଳାଉଛନ୍ତି ତେବେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ନିୟମ ଯାହା ଆପଣ ଜାଣିନଥିବେ।
ତେବେ ମୋଟର ଯାନ ଆକ୍ଟ ଅନୁଯାଇ ଟୁ ହୁଇଲର ଚାଳକଙ୍କୁ ବାଇକ ଚଳାଇବା ସମୟରେ ଜୋତା ପିନ୍ଧି ଗାଡ଼ି ଚଳାଇବା ନିୟମ ରହିଛି। ସମ୍ପୂର୍ଣ ଭାବରେ ବନ୍ଦ ବା କଭର ଜୋତା ପିନ୍ଧି ଗାଡ଼ି ଚଳାଇବା ଉଚିତ। ଯଦି ଆପଣ ଏପରି କରୁ ନାହାନ୍ତି ତାହେଲେ ନୂଆ ନିୟମ ଅନୁଯାଇ ଟୁ ହୁଇଲର ଡ୍ରାଇଭ କରିବା ସମୟରେ 1,000 ଟଙ୍କା ଜୋରି ମନା ଲଗାଯାଇପାରେ। ସେହିପରି ଡ୍ରାଇଭିଙ୍ଗ କରୁଥିବା ଲୋକଙ୍କୁ ଫୁଲ ପ୍ୟାଣ୍ଟ ସାଙ୍ଗକୁ ଟି ସାର୍ଟ ପିନ୍ଧିବା ଜରୁରୀ। 
ଆଉ ଏହି ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ନୂଆ ନିୟମ ଲଗାଯାଇପାରେ। ଆଉ ଏଥି ସହିତ କୌଣସି ବ୍ୟକ୍ତି ଯଦି ଦୁଇଟି ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟବହାର କରୁଥିବାର ଧରାପଡ଼େ ତେବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ। ହୁଏତ ଆପଣ ପୁରୁଣା ଲାଇସେନ୍ସ ସାଙ୍ଗକୁ ନୂଆ ଲାଇସେନ୍ସ ପାଖରେ ରଖି ଥାଇପାରନ୍ତି। ତେଣୁ ପୁରୁଣା ଲାଇସେନ୍ସକୁ ପାଖରେ ନ ରଖି ନୂଆ ଲାଇସେନ୍ସ ପାଖରେ ରଖନ୍ତୁ ନ ହେଲେ ମୋଟା ଅଙ୍କର ଜୋରିମାନା ଗଣିପାରନ୍ତି।