Movie prime

ଅବତାର ୨ ଫିଲ୍ମ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ୍ ଦମନ ଦେଖନ୍ତୁ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଦମନ ଫିଲ୍ମ୍ କୁ ଟକ୍କର ଦେବାକୁ ଯାଉଛି ଅବତାର-୨ ଫିଲ୍ମ୍। ଏବଂ ଏହି କଥାଟି ମଧ୍ୟ ନିହାତି ଭାବରେ ସତ୍ୟ ଅଟେ।
ଗୋଟେ ପଟେ ହଲିଉଡ୍ ର ସୁପର୍ ଭିଏଫଏକ୍ସ ଫିଲ୍ମ୍ ଅବତାର ଯାହାକି କୋଟି କୋଟି ଟଙ୍କା ବ୍ୟୟ ରେ ମଧ୍ୟ ନିର୍ମାଣ କରାଯାଇଛି। ଏହି ଫିଲ୍ମ୍ ରେ ମଧ୍ୟ ଖୁବ୍ ଆକ୍ସନ ଥିବା ବେଳେ ଦମଦାର କ୍ଲାଇମାକ୍ସ ମଧ୍ଯ ରହିଛି।
ଅନ୍ୟପଟେ ଅଛି ମାତ୍ର ୯୫ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଓଡିଆ ଫିଲ୍ମ ଦମନ। ଦମନ ର ଦମଦାର କାହାଣୀ ବଳରେ ଏହା ଦର୍ଶକ ମାନଙ୍କ ମନକୁ ମଧ୍ୟ ଛୁଇଁ ପାରିଛି।
ଦମନ ରିଲିଜ୍ ହେବା ପରଠାରୁ ଏହା ଏତେ ମାତ୍ରାରେ ଲୋକପ୍ରିୟ ହେବ ବୋଲି ତାହା କେହି ହେଲେ ମଧ୍ୟ ଜାଣି ନଥିଲେ।
ବର୍ତ୍ତମାନ ଏହା ସୂଚନା ଆସିଛି କି ବାବୁଶାନ ଙ୍କ ଏହି ଦମନ ଫିଲ୍ମ୍ ଟକ୍କର ଦେବ ହଲିଉଡ୍ ର ଏହି ହାଇ ବଜେଟ ଫିଲ୍ମ୍ ଅବତାର- ୨କୁ ଟକ୍କର ଦେବ।
କାରଣ ଦୀର୍ଘ ତେର ବର୍ଷ ପରେ ହିଁ ହଲିଉଡ୍ ର ଏହି ହାଇ ବଜେଟ ଫିଲ୍ମ୍ ଆସିବାକୁ ଯାଉଛି। ଡ଼ିସେମ୍ବର ୧୬ ତାରିଖରେ ଅବତାର ର ଦ୍ଵିତୀୟ ଭାଗ ଅର୍ଥାତ୍ ଅବତାର ଟୁ ଦ ୱେ ଅଫ ୱାଟର ରିଲିଜ୍ ହେବ।
ଏହାର ପ୍ରଥମ ଭାଗ ୨୦୦୯ ରେ ମଧ୍ଯ ରିଲିଜ୍ ହୋଇଥିଲା । କେଜିଏଫ୍ ଓ ଆରଆରଆର ଭଳି ସିନେମା କୁ ଟକ୍କର ଦେଉଥିବା ଦମନ ଏବେ ହଲିଉଡ୍ ର ହାଇ ବଜେଟ ଫିଲ୍ମ୍ କୁ ଟକ୍କର ଦେବାକୁ ଯାଉଛି।
କାରଣ ସେହି ଡିସେମ୍ବର ୧୬ ତାରିଖରେ ହିଁ ହିନ୍ଦୀ ଭାଷାରେ ଦମନ ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଯାଉଛି। ଦମନ ର ନିର୍ମାତା ଏହାର କ୍ରେଜ କୁ ଦେଖି ସାରା ଭାରତରେ ଏହି ଦମନ ଫିଲ୍ମ୍ କୁ ଡିସେମ୍ବର ୧୬ ରେ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।
ଫିଲ୍ମ୍ ର ଡବିଂ ମଧ୍ୟ ସରି ଯାଇଥିବାର ସୂଚନା ମିଳିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ଅବତାର- ୨ କୁ ବାବୁଶାନ ଙ୍କ ଅଭିନୀତ ଫିଲ୍ମ୍ କିଭଳି ଟକ୍କର ଦେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.