Movie prime

ଖୁବ ଶୀଘ୍ର ଆରମ୍ଭ ହେବ One Nation One Charger ଦେଖନ୍ତୁ କାହିଁକି ନେଲେ ସରକାର ଏମିତି ପଦକ୍ଷେପ

 
Special Report
ଏବେ ଡିଜିଟାଲ ଦୁନିଆ ରେ ସବୁ କାମ ଫୋନ୍ ରେ ହେଉଛି। ଫୋନ୍ ରେ ଅଫିସ କାମ ମଧ୍ୟ ହେଉଛି।କିଛି ଜରୁରୀ ସୂଚନା ଜାଣିବାକୁ ହେଲେ ଆମେ ଫୋନ୍ କୁ ପ୍ରଥମେ ବାହାର କରିଥାଉ। ଏମିତିରେ ଏହି ଡିଭାଇସ୍ ଠିକ୍ ରହିବା ନିହାତି ଜରୁରୀ। ସେଥିପାଇଁ ଫୋନର ଚାର୍ଜର ଏସବୁ ପାଇଁ ଏକ ବଡ଼ ଭୂମିକା ସାଜିଥାଏ। ଆଜି ର ଏହି ଖବର ରହିଛି କେନ୍ଦ୍ରସରକାରଙ୍କର 'one nation one charge' ନିୟମ କୁ ନେଇ। 
ଯାହା ଲାଗୁ ହେବା ପରେ ମାତ୍ର ଗୋଟାଏ ଚାର୍ଜର ରେ ଆପଣଙ୍କର ସବୁ ଇଲେକ୍ଟ୍ରୋନିକ ଡିଭାଇସ୍ ଖୁବ୍ ସହଜରେ ଚାର୍ଜ ହେଇଯିବ। ଏହି ନିଷ୍ପତି କ୍ରମେ ସମସ୍ତ ଇଲେକ୍ଟ୍ରୋନିକ ଡିଭାଇସ୍ ପାଇଁ କେବଳ ମାତ୍ର ଗୋଟିଏ ଚାର୍ଜର ବ୍ୟବହାର ହେବା। ଏଥିରେ ସବୁ କମ୍ପାନୀ ର ମୋବାଇଲ, ଲ୍ୟାପଟପ୍, ଇଅର ଫୋନ୍ ଓ ଅନ୍ୟ ଡିଭାଇସ୍ ସାମିଲ ରହିବ। 
ସେହିପରି କିଛି କମ୍ପାନୀଫାଷ୍ଟ ଚାର୍ଜିଂ ପାଇଁ USB ଟାଇପ-ଏ ଓ USB ଟାଇପ-ସି କେବୁଲ ଚାର୍ଜର ପ୍ରଦାନ କରନ୍ତି। ଏହା ବ୍ୟତୀତ iphon କୁ ଚାର୍ଜ କରିବା ପାଇଁ ଲାଇଟନିଙ୍ଗ ଚାର୍ଜର ର ବ୍ୟବହାର କାରାଯାଏ। କେବଳ ଭରତ ରେ ନୁହେଁ ଆମେରିକାରେ ମଧ୍ୟ "one nation one charge" ନିୟମ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ଭାରତରେ ଯଦି ଏପରି ହୁଏ ତେବେ ଲୋକଙ୍କୁ ଅନେକ ସୁବିଧା ମିଳିବ।
ଖରାପ ହେଇଯାଉ ଥିବା ଇଲେକ୍ଟ୍ରୋନିକ ଜିନିଷ କୁ ଆମେ ଡଷ୍ଟବିନ୍ ରେ ଫୋପାଡି ଦେଇଥାଉ। ପରେ ଯେତେବେଳେ ଏହା ମାଟିରେ ମିଶେ ସେତେବେଳ ଏଥିରୁ ବାହାରିଥିବା କେମିକାଲ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥିରୁ ଲାଭର, କିଡନୀ, କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାର ଶୁଣିବାକୁ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.