Movie prime

ପାକିସ୍ତାନ ହୋଇଗଲା ଦେବାଳିଆ, ଅଣ୍ଡା ଗୋଟେ ୪୦ ଟଙ୍କା, ରୁଟି ଖାଇବାକୁ ଗହମ ମିଳୁନି, ଏପଟେ ହାତ ଯୋଡ଼ିଲେଣି ପ୍ରଧାନମନ୍ତ୍ରୀ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗୁରୁତର ଖାଦ୍ଯ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ ଗୋଟିଏ କି ଦୁଇଟି ପ୍ରଦେଶରେ ନୁହେଁ ବରଂ ସମଗ୍ର ପାକିସ୍ତାନରେ ଦେଖିବାକୁ ମିଳିଛି ସମାନ ସ୍ଥିତି।
କଳପ୍ରଳୟ ପରେ ଅଣ୍ଟା ସଳଖ କରି ଠିଆ ହେବାକୁ ଚେଷ୍ଟା କରୁଥିବା ପାକିସ୍ଥାନବାସୀ ଦି’ ଓଳି ଦି’ ମୁଠା ଖାଦ୍ଯ ପାଇଁ କାକୁତି ମିନତି ହେଉଛନ୍ତି ଲ।
ଖାଦ୍ଯ ସାମଗ୍ରୀ ଓ ପେଟ୍ରୋଲ ଆକାଶ ଛୁଆଁ ଦର ଯୋଗୁଁ ଅନେକ ଲୋକ ପାଣି ପିଇ ଦିନ କାଟୁଛନ୍ତି। ବିଶେଷ କରି ପାକିସ୍ଥାନରେ ଏହି ସ୍ଥିତି ଅଧିକ ସଙ୍କଟମୟ ହୋଇଛି।
ଏହାର ପ୍ରତିବାଦରେ ସେଠାକାର ଜନତା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ନିକଟ ଅତୀତରେ ଅନ୍ୟ ଏକ ପଡୋଶୀ ଦେଶ ଶ୍ରୀଲଙ୍କାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ବେଳେ ବର୍ତ୍ତମାନ ପାକିସ୍ତାନ ମଧ୍ୟ ସମାନ ଦଶା ଭୋଗୁଛି।
ଏଠି ଅଟା, ଡାଲି, ଚାଉଳ, ଚିନି, ତେଲ ଓ ପେଟ୍ରୋଲ ସବୁକିଛି ମହଙ୍ଗା। ଗରିବ ଲୋକେ କଣ ବା ଖାଇବେ। ମହଙ୍ଗା ମାଡରେ ବଡବଡିଆଙ୍କ ପିଠି ବି ଭାଙ୍ଗି ଯାଉଛି
ଆଉ ସାଧାରଣ ଗରିବ ଲୋକ କେମିତି ପେଟ ପୁରେଇବେ। ସ୍ଥିତି ଏଭଳି ଯେ ଲୋକେ ଦୋକାନରୁ ସାମାନ୍ଯ ଅଟା କିଣିବାକୁ ବି ବାଡିଆପିଟା ହେଉଛନ୍ତି। 
ସର୍ବପ୍ରଥମେ ରହୁଛି ଅଟା। ତେବେ ଭାରତରେ ଯେଉଁଠି ଅଟା ର ଦର ୩୦-୪୦ ଟଙ୍କା ପ୍ରତି କିଲୋ ସେଇଠି ପାକିସ୍ତାନୀ ଦର ହିସାବରେ ସେଇଠୁ ଅଟା ର ଦର ୧୪୦-୧୪୫ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଞ୍ଚିଛି।
ତେବେ ଚାଉଳ ଭାରତରେ ଯେଉଁଠି ୩୫-୪୫ ଟଙ୍କା କିଲୋ ସେଇଠି ପାକିସ୍ତାନ ରେ ୧୮୧-୨୦୦ ଟଙ୍କା ପାଖିପାଖି ପହଞ୍ଚି ଯାଇଛି। ଆଉ ଭାରତରେ ଚିନି ଯେଉଁଠି ୪୦-୪୮ ଟଙ୍କାରେ ଗୋଟେ କିଲୋ ମିଳୁଛି ସେଇଠି ପାକିସ୍ତାନରେ ଏହାର କିଲୋ ୯୦-୧୦୦ ଟଙ୍କା କିଲୋ ପହଞ୍ଚି ଯାଇଛି। 
ତେଲ କଥା କହିବାକୁ ଗଲେ ଯେଉଁଠି ଭାରତରେ ୧୬୦-୧୮୦ ଲିଟର ଦରରେ ଉପଲବ୍ଧ। କିନ୍ତୁ ପାକିସ୍ତାନ ରେ ଏହାର ଦର ୫୪୦-୫୬୦ ପ୍ରତି ଲିଟର।
ଏବେ କହିବାକୁ ଗଲେ ପେଟ୍ରୋଲ ଦର ଭାରତରେ ୯୬-୯୭ ଲିଟର ହେଲେ ପାକିସ୍ତାନୀ ରେ ୨୧୭-୨୨୦ ପ୍ରତି ଲିଟର ହେଇଛି। ତେବେ କିଛିଟା ଦେଶ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିବା ବେଳେ ସେଠାକାର ସ୍ଥିତି କେବେ ସୁଧୁରୁଛି ଦେଖିବା ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.