Movie prime

ସାଙ୍ଘାତିକ ଅବସ୍ଥାର ଶିକାର ହେଉଛି ପାକିସ୍ତାନ ବିଲାତି ବାଇଗଣ କିଲୋ ୫୦୦ ଟଙ୍କା Kg ଜାଣନ୍ତୁ କାହିଁକି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ୍ ପାକିସ୍ଥାନ ର ବନ୍ୟା ପରିସ୍ଥିତି ବିଷୟରେ ବେଶ ଭଲ ଭାବରେ ଅବଗତ ହୋଇ ସାରିଥିବେ। କାରଣ ବର୍ତ୍ତମାନ୍ ସମୟରେ ପାକିସ୍ଥାନ ର ସ୍ଥିତି ମଧ୍ୟ ବେଶ ଭୟଙ୍କର ହୋଇ ଯାଇଛି। ଆକାଶ ଛୁଆଁ ହୋଇ ଯାଇଛି ଏବେ ପାରିବା ଦର। ଟମାଟୋ ଗୋଟେ କେଜି ପ୍ରତି ପାଞ୍ଚ ଶହ ଟଙ୍କା ଥିବା ବେଳେ ପିଆଜ କେଜି ପ୍ରତି ଚାରି ସହ ଟଙ୍କା ହୋଇ ଯାଇଛି।
ଏହି ବନ୍ୟା ଯୋଗୁଁ ପାକିସ୍ଥାନ ରେ ଅନେକ ଜମି ମାନଙ୍କରେ ବନ୍ୟା ପାଣି ପଶିଯିବା ଦ୍ବାରା ହଜାର ହଜାର ଏକର ର ଫସଲ ସବୁ ନଷ୍ଟ ହୋଇ ଯାଇଛି। ଏବଂ ଏଭଳି ପରିସ୍ଥିତି ରେ ପାକିସ୍ଥାନ ଏବେ ଭାରତ ଠାରୁ ସାହାଯ୍ୟ ଲୋଡୁଛି। ଏବଂ ପାରିବା ର ରେଟ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି କି ଏହା ମଧ୍ଯ ଲୋକ ମାନଙ୍କୁ କନ୍ଦେଇ ସାରିଲାଣି। ଲୋକେ ମାନେ ଏବେ ଚିନ୍ତା ଗ୍ରସ୍ତ ଅଛନ୍ତି କି କଣ ଖାଇବେ କେମିତି ରହିବେ।
ବନ୍ୟାଗ୍ରସ୍ତ ହୋଇ ରହିଛି ଏବେ ପାକିସ୍ଥାନ ର ଅନେକ ଅଞ୍ଚଳ।ଆର୍ଥିକ ସମସ୍ୟା ଥିବା ବେଳେ ଏଭଳି ଭାବରେ ଦରଦାମ ବୃଦ୍ଧି ଏବେ ଲୋକ ମାନଙ୍କୁ ବହୁତ୍ ହିନସ୍ଥା କରି ସାରିଲାଣି। ଦକ୍ଷିଣ ପାକିସ୍ଥାନରେ ଏହି ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏହି ବନ୍ୟା ଯୋଗୁଁ ହାଜର ରୁ ଅଧିକା ଲୋକ ମଧ୍ୟ ନିଜ ପ୍ରାଣ ହରାଇ ସାରିଲେଣି। ଲୋକ ମାନଙ୍କର ଆର୍ଥିକ ମେରଦଣ୍ଡ ଏବେ ସମ୍ପୂର୍ଣ ଭାବରେ ଭାଙ୍ଗି ସାରି ଲାଣି।
ସାଧାରଣତଃ ବନ୍ୟା ପରେ ପରେ ପାରିବା ଦର ଖୁବ୍ ବଢ଼ିବାରେ ଲାଗିଥାଏ। ମାତ୍ର ଏତେ ମାତ୍ରାରେ ନୁହେଁ କି ଲୋକ ମାନେ ଏହାକୁ କିଣିବା ପାଇଁ ମଧ୍ଯ ସକ୍ଷମ ହେବେ ନାହିଁ। ଏବେ ପାକିସ୍ଥାନ ର ଅନେକ ଲୋକ ମାନେ ମଧ୍ଯ ଖାଇବା କୁ ପାଉ ନାହାଁନ୍ତି। ଏକ ବନ୍ୟା ଯାହାକି ସମ୍ପୂର୍ଣ ପାକିସ୍ଥାନକୁ କ୍ଷୁର୍ଣ୍ଣ କରି ଦେଇଛି।