Movie prime

ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ Imran Khan ଦେଖନ୍ତୁ କେଉଁ କାରଣ ପାଇଁ ହୋଇପାରନ୍ତି ଗିରଫ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଖବର ବିଷୟରେ ଜାଣି ପାରୁଥିବେ । ଆଉ ଏହି ସୋସିଆଲ ମିଡ଼ିଆ ଅଛି ବୋଲି ଆମେ ଦେଶ, ବିଦେଶ ଆଉ ରାଜ୍ୟ ଏବଂ ଜିଲ୍ଲା ଏବଂ ଗାଁର ଖବର ଜାଣିପାରୁଛେ । ଆଉ ଏମିତି ଅନେକ ଘଟଣା ସବୁବେଳେ ସବୁ ସମୟରେ ଘଟିଥାଏ । ଆଉ ପାକିସ୍ତାନକୁ ନେଇ ଏବେ କିଛି ଖବର ସାମ୍ନାକୁ ଆସିଛି । ଖବର ଆସିଛି କି ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ଖାନ୍ ସାହାବ୍ । 
ଇମ୍ରାନକୁ ଅକଳରେ ପକାଇବା ପାଇଁ ଶାହାବଜ୍ ସରିଫ ସୁଯୋଗ ଖୋଜୁଥିବା ବେଳେ ଇମ୍ରାନ ନିଜେ ନିଜକୁ ଅଡ଼ୁଆରେ ପକାଉଛନ୍ତି । ଇମ୍ରାନ କ୍ଷାମତାଚ୍ୟୁତ ହେବା ପରେ ଶାହାବାଜ୍ ସରିଫଙ୍କ ବିରୋଧରେ ଆକ୍ରମଣ ଜାରି ରଖିଛନ୍ତି । ଗତ ଶନିବାର ଦିନ ଏକ ସଭାରେ ଇମ୍ରାନ ଏକ ତାଙ୍କୁ ଟାର୍ଗେଟ କରିଥିଲେ । ଆଉ ଇମ୍ରାନ ଏହି ସଭାରେ ମହିଳା ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀ, ଓ ନିର୍ବାଚନ କମିଶନରଙ୍କୁ ଏବଂ ରାଜନୈତିକ ବିରୋଧୀଙ୍କୁ ସମାଲୋଚନା କରିଥିଲେ । 
ନିଜ ବନ୍ଧୁଙ୍କର ଗିରଫକୁ ନେଇ ସମସ୍ତ ରାଜନୈତିକ ଦଳକୁ ସମାଲୋଚନା ସହ କଟୁ କଥା କହିଥିଲେ । ସରକାରୀ ଅଫିସର ଓ ରାଜନୈତିକ ଦଳକୁ ସମାଲୋଚନା କରି ଇମ୍ରାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଆତଙ୍କବାଦର ନିରୋଧ ଆଇନର ଧାରା ୭ ମାମଲା ରୁଜ୍ଜୁ କରାଯାଇଛି । ଇସଲାମବାଦ ମର୍ଗଲା ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ପାକ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡ଼ିଲା ଗୃହ ବିଭାଗ । ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି । 
ଇମ୍ରାନଙ୍କୁ ଗୃହବନ୍ଦୀ କରାଯିବ ବୋଲି ସୂଚନା ମିଳୁଛି । ଇମ୍ରାନ ଆଗୁଆ ଇସଲାମ ବାଦ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆଉ କୋର୍ଟ ତାଙ୍କୁ ତିନିଦିନ ପାଇଁ ସୁରକ୍ଷା ଦେଇଛନ୍ତି । ଇମ୍ରାନଙ୍କ ଘରେ ସେନାମାନେ ସୁରକ୍ଷା ଯୋଗାଇଛନ୍ତି । ଆଉ ଇମ୍ରାନଙ୍କ ଘରକୁ ରାସ୍ତା ବନ୍ଦ କରାଯାଇଛି । ସେ ଏପ୍ରିଲ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ବାହାରି ଯାଇଥିଲେ । ଦେଶରେ ଦେଖାଦେଇଥିବା ଖାଦ୍ୟାଭାବକୁ ନେଇ ସଙ୍କଟ ସ୍ଥିତିର ଫାଇଦା ମାରିଥିଲେ ମିଳିତ ବିରୋଧୀ । ଆଉ କ୍ଷମତାରୁ ଯିବା ପରେ ଇମ୍ରାନ ପାକିସ୍ତାନର ବିରୋଧ ହୋଇଯାଇଛନ୍ତି ।