Movie prime

ଦୀର୍ଘ ୫୯ ବର୍ଷ ପରେ ବୃହସ୍ପତି ନିକଟ ହେବ ପୃଥିବୀ ଦେଖନ୍ତୁ କେମିତି ରହିବ ଏହାର ପ୍ରଭାବ

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।୫୯ ବର୍ଷ ପରେ ପୃଥିବୀର ନିକଟତର ହେବ ବୃହସ୍ପତି।ବାଇନୋକୁଲାରରେ ମନଲୋଭା ଦୃଶ୍ୟ ଦେଖି ପାରିବେ।ଦୀର୍ଘ ଛଅ ଦଶନ୍ଧି ପରେ ସୋମବାର ଦିନ ପୃଥିବୀରେ ପ୍ରଥମ ଥର ପାଇଁ ଅତି ନିକଟତର ହେବ ସୌର ଜଗତର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି। ସୋମବାର ଦିନ ରାତିସାରା ଏହି ବଡ଼ ଗ୍ରହର ମନଲୋଭା ଦୃଶ୍ୟ ପୃଥିବୀ ବାସୀ ଦେଖି ପାରିବେ।
ପୃଥିବୀ ଠାରୁ ୬୦ କୋଟି କୋଷ ଦୂର ରେ ଥିବା ବୃହସ୍ପତି ର ଏହି ଦୃଶ୍ୟ ଆପଣ ମାନେ ଘରେ ରହି ମଧ୍ୟ ଦେଖି ପାରିବେ। ଏଥିପାଇଁ ଆପଣଙ୍କୁ ଦୁଇଟି ଲେନ୍ସ ଥିବା ଭଲ ବାଇନୋକୁଲାରରେ ତଥା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ରହିଛି।ଏହି ବାଇନୋକୁଲାରରେ ସାହାଯ୍ୟରେ କିଛି ଟା ଦୃଶ୍ୟ ଦେଖିପାରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାଶା କହିଛନ୍ତି।
କିନ୍ତୁ ବୃହସ୍ପତି ରେ ଥିବା ନାଲି ରଙ୍ଗ ର ବଡ଼ ଚିହ୍ନ କୁ ଦେଖିବା ପାଇଁ ଆପଣ ମାନଙ୍କୁ ବଡ଼ ଟେଲି ସ୍କୋପ ର ଆବଶ୍ୟକତା ରହିଛି ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାଶା କହିଛନ୍ତି।କେମିତି ପୃଥିବୀର ନିକଟତର ହୁଏ ବୃହସ୍ପତି?ସେପ୍ଟେମ୍ବର ୨୬ ରେ ପୃଥିବୀର ବିପରୀତ ପାର୍ଶ୍ଵରେ ଜୁପିଟର ରହିବ।ସୂର୍ଯ୍ୟ,ପୃଥିବୀ ଓ ବୃହସ୍ପତି ଏକ ସରାଳରେଖା ରେ ରହିବେ।ଯେତେବେଳେ ସୂର୍ଯ୍ୟ ପଶ୍ଚିମ ରେ ଅସ୍ତ ହେବେ ସେତେବେଳେ ଜୁପିଟର ପୂର୍ବରେ ଉଦୟ ହେବ।
ସାରା ରାତି ପୁଣି ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ବୃହସ୍ପତି ର ନିକଟତମ ଦୃଶ୍ୟ ଦେଖାଦେବ।କାହିଁକି ବୃହସ୍ପତି ର ନିକଟତର ହୋଇଥାଏ ପୃଥିବୀ?ପୃଥିବୀ ଏବଂ ବୃହସ୍ପତି ର କକ୍ଷପଥର ବୃତ୍ତ ଆକୃତି ସମାନ ନଥିବାରୁ ଦୁଇ ଗ୍ରହ ଅତି ନିକଟତର ହୋଇଥାନ୍ତି।୧୯୬୩ ରେ ଶେଷ ଥର ପାଇଁ ପୃଥିବୀର ଅତି ନିକଟତର ହୋଇଥିଲା ଜୁପିଟର।ସେହି ସମୟରେ ବୃହସ୍ପତି ପୃଥିବୀ ଠାରୁ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.