Movie prime

କାଦୁଅ ଭିତରେ ଫସିଲା ପୋଲିସ ବାବୁଙ୍କ ଜିପ ଦେଖନ୍ତୁ ଏହି ଦୃଶ୍ୟ

 
Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟ ଖରାପ୍ ହୋଇ ଯାଇଛି। ରାସ୍ତା ତିଆରି ହୋଇ ନଥିବା କାରଣରୁ ମଧ୍ୟ ଲୋକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି।

ଲୋକେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନ କୁ ଯାତାୟାତ ମଧ୍ୟ କରି ପାରୁନାହାନ୍ତି। କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ମଧ୍ୟ ଶୀଘ୍ର ଯାତାୟାତ କରି ହେଉ ନାହିଁ।

ଆମେ ଆପଣଙ୍କୁ ଏବେ ଏହି ସମ୍ପର୍କିତ ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଦେଖନ୍ତୁ ଏହି ଭିଡିଓ ଟିରେ ରାସ୍ତାର ଅବସ୍ଥା କିଭଳି ହୋଇଛି ଏବଂ ସେହି ରାସ୍ତାରେ ଯାତାୟାତ ନକରି ପାରି ଗୋଟେ ପୋଲିସ୍ ଭ୍ୟାନ ଏହି ରାସ୍ତା ମଧ୍ୟରେ କାଦୁଅ ରେ ଫସି ଯାଇଛି। ସେହି ସ୍ଥାନରୁ ମଧ୍ୟ ଗତି କରି ପାରୁ ନାହିଁ। ଭ୍ୟାନ ର ଚକା ମଧ୍ଯ ପୋତି ହୋଇ ଯାଇଛି।
ସତରେ ଏଭଳି ଦୃଶ୍ୟ ଦେଖିବା ପରେ ସରକାର ଙ୍କୁ ପ୍ରଶ୍ନ କରିବା ନିଶ୍ଚିତ ଭାବରେ ଉଚିତ ଅଟେ। କଣ ପାଇଁ ସେ ଏହି ରାସ୍ତା ଘାଟ ମରାମତି କରୁ ନାହାଁନ୍ତି ଯାହାଫଳରେ ଯିଏକି ସୁରକ୍ଷା ଦାତା ତାଙ୍କୁ ମଧ୍ଯ ଆଜି ସୁରକ୍ଷାର ଆବଶ୍ୟକତା ପଡ଼ୁଛି।
ଏହା ନିଶ୍ଚିତ ଭାବରେ ଏକ ଚିନ୍ତା ଜନକ ଘଟଣା ଅଟେ। ଥରେ ଆପଣ ମାନେ ଭାବି ଦେଖନ୍ତୁ ଯଦି ଏହି ପୋଲିସ୍ ମାନେ କୌଣସି ଅପରାଧି କରି ଧରିବାକୁ ଯାଉଥିବେ ତେବେ ସେ ଅପରାଧି ସେଠାରୁ ତ ଫେରାର ହୋଇ ଯିବ।
ଏହି ଦୃଶ୍ୟ ଟି ହେଉଛି ବାଲେଶ୍ଵର ନମ୍ଫୋ ଫାଣ୍ଡି ପାଖ ନେତୁଆ ଗ୍ରାମର। ଏବଂ ପୋଲିସ୍ ଗାଡ଼ି ଟି ଏଭଳି ଭାବରେ ଫସିଥିବା ଦେଖି ସେଠାରେ ଅନେକ ଲୋକ ମାନେ ମଧ୍ୟ ଜମା ହୋଇଛନ୍ତି।
ସେମାନେ ମଧ୍ୟ ଏଭଳି ରାସ୍ତାର ପରିସ୍ଥିତି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହୋଇ ସାରିଲେଣି। ତେବେ ଆଶା କରାଯାଉଛି କି ସରକାର ଖୁବ୍ ଶୀଘ୍ର ଏହି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବେ।