Movie prime

Breaking News ପ୍ରକୃତି ରଚିଲା ତାଣ୍ଡବ ଏକାଥରେ ଚାଲିଗଲା ୧୦୦୦ ରୁ ଅଧିକ ଲୋକଙ୍କ ଜୀବନ ଆହତ ହେଲେ ଅଗଣତି ଲୋକେ

 
efgrgr

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତମାନ ର ସବୁ ଠାରୁ ବଡ଼ ଖବର ଯାହାକି ସମସ୍ତ ଙ୍କ ମନରେ ଏବେ ଭୟର ବାତାବରଣ ସୃଷ୍ଠି କରିଛି। ଆଫଗାନିସ୍ଥାନ ର ଏବେ ଚାରି ଆଡ ଛାରଖାର ହୋଇଯାଇଛି। ଯେଉଁଠି ଦେଖିଲେ ସେଠି କେବଳ ଘର ଦ୍ବାର ଖଣ୍ଡ ବିଖଣ୍ଡିତ ହୋଇ ପଡିଛି। ଏହା ସବୁ ହୋଇଛି ଆଫଗାନିସ୍ଥାନ ରେ ହୋଇଥିବା ଭୂମିକମ୍ପ ଯୋଗୁଁ। ସେଠାରେ ମଧ୍ୟ ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ବର୍ତ୍ତମାନ ମୃ-ତ୍ୟୁ ସଂଖ୍ୟା ୧୦୦୦ ରେ ପହଞ୍ଚିଥିବା ବେଳେ ୬୦୦ ଅଧିକା ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି। ରିକ୍ଟର ସ୍କେଲ ରେ ଭୂମିକମ୍ପ ର ଗଭୀରତା ୬.୧ ଥିବାର ସରକାରୀ ଅଧିକାରୀ ମାନେ କହିଛନ୍ତି। ଏହି ଭୂମିକମ୍ପ ଯୋଗୁଁ ସେଠାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ବଡ଼ ବଡ଼ ଅଟ୍ଟାଳିକା ଗୁଡିକ ମଧ୍ୟ ଭଙ୍ଗୀ ରୁଜି ଚୁରମାର ହୋଇ ଯାଇଛି।

ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ଥାନ ର ଅନେକ ଗ୍ରାମାଞ୍ଚଳରେ ଅତ୍ୟଧିକ ମାତ୍ରାରେ କ୍ଷୟକ୍ଷତି ମଧ୍ଯ ହୋଇଛି। ସେଠାରେ ଅଧିକାଂଶ ଘର ମାଟିରେ ହୋଇ ଥିବାରୁ ସବୁ ଭୁଶୁଡ଼ି ପଡିଛି। ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର ଚାଳିଛି ସମସ୍ତ ଲୋକ ମାନଙ୍କୁ। ଆହୁରି ମଧ୍ୟ ମାଟି ତଳେ ଅନେକ ଲୋକ ପୋତି ହୋଇ ରହିଛନ୍ତି।

ଆଫଗାନିସ୍ଥନ ର ପୂର୍ବ ଅଞ୍ଚଳରେ ଏହି ଭୂମିକମ୍ପ ରଚିଛି ତାର ଧ୍ଵଂସ ଲୀଳା। ଗତ କାଲି ଆଫଗାନ ସମୟ ରାତି ୧.୩୦ ରେ ହୋଇଥିଲା ଏହି ବଡ଼ ଧାରଣର ଭୂମିକମ୍ପ। ସୋଇଥିବା ସମୟରେ କମ୍ପନ ଅନୁଭବ କରିଥିଲେ ଲୋକ ମାନେ ଏହା ପରେ ସଂପୂର୍ଣ୍ଣ ଭାବରେ ରଚିଥିଲା ତାର ଧ୍ବଂସ ଲୀଳା। ପାକିସ୍ଥାନରେ ମଧ୍ୟ ଏହି ଭୂମକମ୍ପ ର ଝଟକା ଅନୁଭୂତ ହୋଇଛି।