Movie prime

ମୋଦୀ କଲେ ବଡ ଯୋଜନା ଏଥର ମିଳିବ ମନଧନ ଯୋଜନାରେ ପେନସନ ଦେଖନ୍ତୁ କେମିତି ପାଇବେ

 
Special report
ଗରିବ ଓ ମଧ୍ୟବିତ୍ତ ମାନଙ୍କ ପାଇଁ ଆସିଛି ଏକ ବହୁତ ବଡ଼ ଖୁସିର ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବଡ଼ ଉପହାର।ଶ୍ରମିକ ମାନଙ୍କୁ ପେନସନ ଦେବାପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମନଧନ ଯୋଜନା ଆରମ୍ଭ କରିଛନ୍ତି। ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ପାଇଁ ଏହା ଏକ ଉତ୍ତମ ଯୋଜନା।ଏହି ଯୋଜନା ଅଧୀନରେ ରାସ୍ତା ଘାଟରେ ବିକ୍ରେତା,ରିକ୍ସା ଚାଳକ,ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ପେନସନ ସୁବିଧା ପ୍ରସ୍ତୁତ କରାଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରମ ମନ୍ଧନ ଯୋଜନା ଅଧୀନରେ ସରକାର ଶ୍ରମିକ ମାନଙ୍କ ପେନସନ ର ଗ୍ୟାରେଣ୍ଟି ଦେଇଥାନ୍ତି।ଯେଉଁଥିରେ ପ୍ରତିଦିନ ମାତ୍ର ଦୁଇ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ।ପ୍ରଧାନମନ୍ତ୍ରୀ ଶ୍ରମ ମନ୍ଧନ ଯୋଜନା ଆରମ୍ଭ କରିବା ସମୟରେ ହିତାଧିକାରୀ ଙ୍କୁ ପ୍ରତି ମାସରେ ପଞ୍ଚାବନ ଟଙ୍କା ଜମା କରିବାକୁ ପଡ଼ିବ।୧୮ ବର୍ଷ ବୟସରେ ସେ ଦିନକୁ ପ୍ରାୟ ଦୁଇ ଟଙ୍କା ସଞ୍ଚୟ କରିବେ।
ତାପରେ ୬୦ ବର୍ଷ ବୟସ ପରେ ତାଙ୍କୁ ୩୬ ହଜାର ଟଙ୍କା ପେନସନ ମିଳିବ।ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରିବେ ତେବେ ତାଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ।୬୦ ବର୍ଷ ବୟସ ରେ ପେନସନ ଉପଲବ୍ଧ ହେବ।୬୦ ବର୍ଷ ପରେ ଆପଣ ମାସକୁ ତିନି ହଜାର ଟଙ୍କା ଅର୍ଥାତ୍ ବର୍ଷକୁ ୩୬ ହଜାର ଟଙ୍କା ପେନସନ ପାଇବେ।ଏହି ଯୋଜନା ପାଇଁ ଆପଣଙ୍କୁ ସାଧାରଣ ସେବାକେନ୍ଦ୍ର ରେ ନାମ ଲେଖାଇ ବାକୁ ପଡିବ।
ଏଥିପାଇଁ ଶ୍ରମିକ ମାନେ ନିଜକୁ ପଞ୍ଜିକୃତ କରିବେ।ଏହି ଯୋଜନା ପାଇଁ ସରକାର ଏକ ୱେବ୍ ପୋର୍ଟାଲ୍ ମଧ୍ୟ ସୃଷ୍ଟି କରିଛନ୍ତି।ଅନଲାଇନ୍ ରେ ନାମ ଲେଖା ମଧ୍ୟ କରାଯାଇ ପାରିବ।ପଞ୍ଜିକରଣ କରିବା ସମୟରେ ଆପଣଙ୍କୁ ଆଧାର କାର୍ଡ ସେଭିଂ କିମ୍ବା ଜନ୍ ଧନ ବ୍ୟାଙ୍କ ଆକାଉଣ୍ଟ ପାସ୍ ବୁକ୍,ମୋବାଇଲ୍ ନମ୍ବର୍ ଦରକାର ପଡିବ।ଯାହାଫଳରେ ପେନସନ କିସ୍ତି ଠିକ ସମୟରେ ତାଙ୍କ ଆକାଉଣ୍ଟ ରୁ କଟାଯାଇ ପାରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.