Movie prime

ତାମିଲ ମାଉସୀ ଖୋଜିବେ ରାହୁଲ ଙ୍କ ପାଇଁ ଝିଅ ଦେଖନ୍ତୁ କେତେବାଟ ଆଗକୁ ଗଲା କଥା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିବାହ କରିବେ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ। ତାଙ୍କ ପାଇଁ ତାମିଲ ଝିଅ ର ଆସିଛି ପ୍ରସ୍ତାବ। ରାହୁଲଙ୍କୁ ପ୍ରସ୍ତାବ ଦେଇଛନ୍ତି ତାମିଲନାଡୁ ର ମହିଳା ମାନେ। ତାମିଲନାଡୁ ର ମହିଳା ମାନେ ରାହୁଲ ଗାନ୍ଧିଙ୍କୁ ତାମିଲନାଡୁ ପସନ୍ଦ ବୋଲି ତାଙ୍କ ପାଇଁ ଏକ ତାମିଲ ଝିଅ ଠିକ୍ କରି ଦେଇ ବିବାହ କରିଦେବେ ବୋଲି କହିଥିଲେ। ତାମିଲନାଡ଼ୁରେ ମିଳିଛି ପ୍ରସ୍ତାବ। 
ଆସନ୍ତା ୭ ତାରିଖରେ ଭାରତ ଯୋଡ ଅଭିଯାନ ଆରମ୍ଭ ହେଇଥିଲା । କନ୍ୟାକୁମାରୀରୁ ରାହୁଲ ଆରମ୍ଭ କରିବେ ଅଭିଯାନ । ଏହା ବଡ ଜନ ସଂପର୍କ ପଦଯାତ୍ରା। ୧୨ ଟି ରାଜ୍ୟ ଓ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିବ। ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟରକୁ କଭର କରାଯିବ । ୩୦% ମହିଳା ପଦଯାତ୍ରାରେ ରହିବେ। ଭାରତ ଯୋଡ଼ୋ ଯାତ୍ରାର ତୃତୀୟ ଦିନରେ ରାହୁଲଙ୍କୁ ମିଳିଛି ବିବାହ ପ୍ରସ୍ତାବ । 
ତେବେ କୌଣସି ଝିଅ ଏହି ପ୍ରସ୍ତାବ ଦେଇ ନାହାନ୍ତି । ତାମିଲନାଡ଼ୁରୁ କନ୍ୟା ଗ୍ରହଣ କରିବାକୁ ଜଣେ ବୟସ୍କା ମହିଳା ଏହି ପ୍ରସ୍ତାବ ଦେଇଛନ୍ତି । ଭାରତ ଯୋଡ଼ୋ ଯାତ୍ରା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି ରାହୁଲ ଗାନ୍ଧୀ । କିଛି ମହିଳାଙ୍କ ସହ ଆଲୋଚନା ବେଳେ ଜଣେ ମହିଳା ତାଙ୍କ ବିବାହ ପ୍ରସଙ୍ଗ ଉଠାଇଥିଲେ। କହିଲେ ତାମିଲନାଡ଼ୁକୁ ରାହୁଲ ଭଲ ପାଆନ୍ତି। 
ତାମିଲନାଡ଼ୁ ଝିଅ ରାହୁଲଙ୍କୁ ବାହା ହେବାକୁ ରାଜି ଅଛନ୍ତି । ମହିଳାମାନଙ୍କ ସହ କଥା ହେଉଥିବାର ଫଟୋ ସେୟାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଜୟରାମ ରମେଶ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଥିଲେ। ତେବେ ସୋସିଆଲ ମିଡ଼ିଆରେ ଏବେ ଏନେଇ ଚର୍ଚ୍ଚା ହେଉଥିବା କଥା କେତେ ସତ ହେଉଛି ତାହା ଦେଖିବାକୁ ବାକି ରହିଲା।