Movie prime
ବାହା ହେବେ ରାହୁଲ ଗାନ୍ଧୀ ! ଆସୁଛି ବିବାହ ପ୍ରସ୍ତାବ ଦେଖନ୍ତୁ କଣ ହେବ ଆଗକୁ
 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡ଼ ଯାତ୍ରା କୁ ନେଇ ଏବେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।
ଏବଂ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ରାହୁଲ ଗାନ୍ଧୀ ଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାରେ ଲାଗିଛି। ରାହୁଲ୍ ଗାନ୍ଧୀ ଙ୍କୁ କିଛି ମହିଳା ବାହାଘର ପ୍ରସ୍ତାବ ଦେଉଥିବାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେ ବର୍ତ୍ତମାନ୍ ଭାରତ ଯୋଡ଼ ଅଭିଯାନ ରେ କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ପଦ ଯାତ୍ରା କରୁଛନ୍ତି ରାହୁଲ୍।
ତାଙ୍କ ଗସ୍ତ ର ଚତୁର୍ଥ ଦିନ ହୋଇଥିବା ବେଳେ ଗତ କାଲି ଅପରାହ୍ନରେ ସେ କନ୍ୟାକୁମାରୀ ର ମାର୍ଥଣ୍ଡାମ ରେ ମହିଳା ଶ୍ରମିକ ମାନଙ୍କୁ ସେ ଭେଟି ଥିଲେ। ଏବଂ ଏହି ସମୟରେ ମହିଳା ମାନେ ତାଙ୍କୁ ବିବାହ ପ୍ରସ୍ତାବ ଦେଇ ଥିବାର ଜାଣିବାକୁ ମିଳିଛି।
ଏବଂ ଏହି ପ୍ରସ୍ତାବ କଥା ଶୁଣି ମଧ୍ୟ ରାହୁଲ୍ ମୁରୁକି ମୁରୁକି ହସି ଥିଲେ। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ମହିଳା ମାନେ ରାହୁଲ୍ ଙ୍କୁ କହିଥିଲେ କି ସେମାନେ ଜାଣନ୍ତି କି ରାହୁଲ୍ ଗାନ୍ଧୀ ତାମିଲନାଡୁ କୁ ବହୁତ୍ ଭଲ ପାଆନ୍ତି। ତେଣୁ ରାହୁଲ୍ ଙ୍କ ବିବାହ ପାଇଁ ଜଣେ ତାମିଲ ଝିଅ ର ବ୍ୟବସ୍ଥା କରିଦେବେ ବୋଲି ମହିଳା ମାନେ କହିଥିଲେ।
ଆପଣ ମାନେ ଜାଣିଥିବେ କି ରାହୁଲ୍ ଗାନ୍ଧୀ ବିବାହ କରି ନାହାଁନ୍ତି। ଏବଂ ସେ ଏହି ବିବାହ କରିବା ପ୍ରସଙ୍ଗରେ ମଧ୍ୟ କେବେ କିଛି କହି ନାହାଁନ୍ତି।
ତେବେ ମହିଳା ମାନେ ତାଙ୍କୁ ଯେତେବେଳେ ଏହି ବିବାହ କଥା କହିଥିଲେ ସେତେବେଳେ ରାହୁଲ ଗାନ୍ଧୀ ଙ୍କ ମୁହଁ ରେ ଏକ ଅଲଗା ଚମକ ଦେଖିବାକୁ ମିଳି ଥିଲା। ଏବଂ ସେ ଖୁସି ମଧ୍ୟ ଥିଲେ ସେଥି ପାଇଁ ଏହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।