Movie prime

ଏଥର ଆଉ ନାହିଁ ରକ୍ଷା ଏଥର ଏହି ସବୁ ନିୟମ ଭାଙ୍ଗିଲେ ମିଳିବ ଏହି ସବୁ ଦଣ୍ଡ

 
Special report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟ୍ରେନ ନିୟମ ଭାଙ୍ଗିଲେ ମିଳିବ ଦଣ୍ଡ। ୱେଟିଂ ଟିକେଟ ବାତିଲ ହେଲେ ଯାତ୍ରା କରନ୍ତୁ ନାହିଁ। ରେଳ ଟିକେଟ ଦଲାଲି କଲେ ମିଳିବ ଦଣ୍ଡ।
ଆପଣମାନେ ଅନେକ ସମୟରେ ଟ୍ରେନ ରେ ଯାତ୍ରା କରିଥିବେ।ଏହି ଯାତ୍ରା ସମୟରେ ଅନେକ ନିୟମ ମଧ୍ୟ ଯାତ୍ରୀ ମାନଙ୍କ ପାଇଁ ତିଆରି ହୋଇଛି।ଯଦି ଏହି ନିୟମ କି କିଏ ଉଲଂଘନ କରନ୍ତି ତେବେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯିବ।
ଆପଣ ଜାଣନ୍ତି କି ରେଳ ଯାତ୍ରା ସମୟରେ ଏପରି ପାଞ୍ଚୋଟି ବଡ଼ ଅପରାଧ ଅଛି ଯାହାକୁ ଭୁଲ୍ ରେ କେବେ କରିବା ଉଚିତ ନୁହେଁ।ଜୋରିମାନା ଦେବା ସହିତ ଜେଲ୍ ଯିବାକୁ ମଧ୍ୟ ପଡ଼ିପାରେ।
ଯଦି ଏହି ପାଞ୍ଚୋଟି ଉପାୟ ନ ଜାଣି ପାରିବେ ତାହେଲେ ଆପଣ ବି ସଙ୍କଟ ରେ ପଡି ଯାଇ ପାରନ୍ତି।ରେଳ ପରିସରରେ ବିନା ଅନୁମତି ରେ ଜିନିଷ ପତ୍ର ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ।
ଏହା କରି ରେଳ ବାହୀ ଅଧିନ୍ୟ ନିୟମ ଧାରା ୧୪୪ ଅନୁଯାୟୀ ଆପଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ ହୋଇପାରିବ।
ଦୋଷୀ ପ୍ରମାଣିତ ହେଲେ ବର୍ଷେ ପର୍ଯ୍ୟନ୍ତ କାରାଦଣ୍ଡ ଆଉ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।ଯଦି ଅନଲାଇନ୍ ରେ ୱେଟିଂ ଟିକେଟ ନେବେ ଏବଂ ଏହା ବାତିଲ ହୋଇ ଯାଇଥିବ ତେବେ ଆପଣ ଏହା ସହିତ ଯାତ୍ରା କରିପାରିବେ ନାହିଁ।
ବିନା ଟିକେଟ ରେ ଯାତ୍ରା କରୁଥିବାର ଧରା ପଡିଲେ ଜେଲ୍ ହୋଇପାରେ ଏବଂ ୨୫୦ ଟଙ୍କା ଜୋରିମାନା ଦେବାକୁ ପଡିବ।
ଯଦି କୌଣସି ବ୍ୟକ୍ତି ବିନା ଅନୁମତି ରେ ଟିକେଟ ବିକ୍ରି କରୁଥିବାର ଦେଖିବାକୁ ମିଳିବ ତେବେ ରେଳ ଆଇନ୍ ର ଧାରା ୧୪୩ ଅନୁଯାୟୀ ଆପଣଙ୍କୁ ଗିରଫ କରାଯିବ।
ତିନି ବର୍ଷ ଜେଲ ଦଣ୍ଡ ଆଉ ଦଶ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଛାତ ଉପରେ ଯାତ୍ରା କରିବା ବେଆଇନ।
ଯଦି କିଏ ଧରା ପଡେ ତାହେଲେ ୧୫୬ ଧାରା ଅନୁଯାୟୀ ଗିରଫ କରାଯିବ।ଏଭଳି ପରିସ୍ଥିତି ରେ ତିନି ମାସ ଜେଲ୍ ଦଣ୍ଡ ଆଉ ପାଞ୍ଚ ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।ତେଣୁ ଟ୍ରେନ ଯାତ୍ରାରେ ଏଭଳି ଭୁଲ୍ କରନ୍ତୁ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.