Movie prime

କାହିଁକି ଅଲଗା ହେଲେ ହିରୋ ଠୁ ହୋଣ୍ଡା ( Hero Honda ) ଜାଣନ୍ତୁ ସାମ୍ନାକୁ ଆସିଲା ଏହାର ବଡ କାରଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ହିରୋ ଏବଂ ହୋଣ୍ଡା ନାମକ ଦୁଇଟି କମ୍ପାନୀ ଏବେ ଅଲଗା ହୋଇ ଯାଇଛନ୍ତି। ପ୍ରାୟତଃ ଲୋକ ମାନେ ଜାଣି ନଥିବେ କି ହିରୋ ଓ ହୋଣ୍ଡା ନାମରେ ଦୁଇଟି କମ୍ପାନୀ ଥିଲା। କାରଣ ଅନେକ ବର୍ଷ ରୁ ପ୍ରାୟତଃ ଲୋକ ମାନଙ୍କର ପ୍ରଥମ ପଶନ୍ଦ ଥିଲା ହିରୋ ହୋଣ୍ଡା ବାଇକ୍। ଏବଂ ଏହା ଏକ ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ବେଶ ଲଭ ଦାୟକ ହୋଇ ପାରୁଥିଲା ତାହା ପୁଣି କମ୍ ମୂଲ୍ୟରେ।
ତେବେ ହିରୋ ନାମରେ ଏକ କମ୍ପାନୀ ଆମ ଭାରତରେ ସ୍ଥାପିତ ହୋଇଥିଲା ଯାହାକି କେବଳ ସାଇକେଲ ହିଁ ତିଆରି କରୁଥିଲା ଏବଂ ସେ ସମୟରେ ଏହି ହିରୋ ସାଇକେଲ ର ଚାହିଦା ମଧ୍ଯ ବେଶ ଅଧିକା ଥିଲା। ସେତେବେଳେ ନିଜ ବ୍ୟାପାର ରେ ବୃଦ୍ଧି ପାଇଁ ଜାପାନ ରେ ଥିବା ଏକ ହୋଣ୍ଡା କମ୍ପାନୀ ସହ ହାତ ମିଳାଇବା ପାଇଁ ପ୍ରସ୍ତାବ ଦେଲା। ସେତେବେଳେ ଏହି ଦୁଇଟି କମ୍ପାନୀ ଭାରତରେ ମିଶି ଲୋକ ମାନଙ୍କ ପାଇଁ ହିରୋ ହୋଣ୍ଡା ମୋଟର ସାଇକେଲ ନିର୍ମାଣ କରିଲେ।
ହିରୋ ହୋଣ୍ଡା ର ପ୍ରଥମ ପ୍ଲାଣ୍ଟ ମଧ୍ୟ ହରିୟଣା ରେ ନିର୍ମାଣ କରାଯାଇ ଥିଲା। ଏହାର ପ୍ରଥମ ମୋଟର ସାଇକେଲ ଥିଲା ହିରୋ ହୋଣ୍ଡା ସିଡ଼ି 100। ଧୀରେ ଧୀରେ ସମୟ ବିତୁଥିଲା ଏଥି ମଧ୍ୟରେ ଉପରୁ ଉପରୁ ଭଲ ଦେଖା ଯାଉଥିବା କମ୍ପାନୀ ମଧ୍ୟରେ ମନ ଭିତରେ ଅନେକ ମନାନ୍ତର ଓ ମତାନ୍ତର ସୃଷ୍ଠି ହେଉଥିଲା। ସେପରେ ହୋଣ୍ଡା ବିଦେଶ ରେ ବାଇକ ଗୁଡିକ ବିକ୍ରୀ ହେବା ପାଇଁ ଅନୁମତି ଦେଉ ନଥିଲା।
ଯେତେବେଳେ କି ହିରୋ ସାଇକେଲ ବିଶ୍ଵର ପ୍ରସିଦ୍ଧ ଥିଲା ଏବଂ ଏହାର ନାମ ମଧ୍ୟ ଗିନିଜ ବୁକ୍ ରେ ଥିଲା।କେବଳ ଆଖପାଖ ଦେଶ ଭୁଟାନ ଓ ନେପାଳ ହିରୋ ହୋଣ୍ଡା କୁ ଜାଣି ପାରୁଥିବା ବେଳେ ଅନ୍ୟ ଦେଶ ମାନେ ଏହାକୁ ଜାଣି ମଧ୍ଯ ପାରୁ ନଥିଲେ। ଏହାକୁ ନେଇ ତାଙ୍କ ମଧ୍ୟରେ ମତାନ୍ତର ବଢ଼ିବାକୁ ଲାଗିଲା । ଏବଂ ହୋଣ୍ଡା ତାର ଏକ ଅଲଗା କମ୍ପାନୀ ମୋଟର ସାଇକେଲ ଆଣ୍ଡ ସ୍କୁଟର ନିର୍ମାଣ କରିବାକୁ ଲାଗିଲା। ଏବଂ ହିରୋ ହୋଣ୍ଡା ଠାରୁ ଅଧିକ ଲାଭ ମଧ୍ଯ ପାଇଲା ଏହାପରେ ଦୁହେଁ ୨୦୧୦ ମସିହାରେ ଅଲଗା ହୋଇ ଗଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.