Movie prime

ରହିଯିବ ଆପଣଙ୍କ ମୋଟା ଅଙ୍କର ଟଙ୍କା ଏଥର ଆପଣଙ୍କ ପାଇଁ କୋର୍ଟ ରେ ଲଢିବ ରୋବୋଟ

 
Special report
ବର୍ତମାନ ଏକ ଅଜବ ପ୍ରକାରର ଘଟଣା ଜାଣିବାକୁ ମିଳିଛି।
କୋର୍ଟ ରେ ଲଢ଼ିବ ରୋବର୍ଟ୍।ଓକିଲ ଙ୍କୁ ଆଉ ମୋଟା ଅଙ୍କର ଟଙ୍କା ଦେବାକୁ ପଢ଼ିବ ନାହିଁ।
କୋର୍ଟ କଚେରୀ ଚକରରେ ଲୋକ ମାନଙ୍କର ଅନେକ ସମୟ ନଷ୍ଟ ହୋଇ ଯାଇଥାଏ।ଓକିଲ ଙ୍କୁ ଟଙ୍କା ଦେଇ ଦେଇ ଲୋକ ମାନେ କାଙ୍ଗାଳ ହୋଇ ଯାଇଥାନ୍ତି।
ଅନେକ ଲୋକ ଟଙ୍କା ଖର୍ଚ୍ଚ କରି ମଧ୍ୟ ନ୍ୟାୟ ପାଇ ନଥାନ୍ତି।କିନ୍ତୁ ବର୍ତ୍ତମାନ ଏପରି ଏକ ରୋବର୍ଟ୍ ତିଆରି ହୋଇଛି ଯାହା କୋଟି ରେ ଲୋକଙ୍କ କେଶ୍ ଲଢ଼ିବ।
ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ବାସ୍ତବରେ କଥାଟି ସତ ଅଟେ।ଆମେରିକାରେ ପଥମା ଥର ପାଇଁ ଏପରି ଏକ ରୋବର୍ଟ୍ ତିଆରି କରାଯାଇଛି।
ଫେବୃଆରୀ ମାସରେ ଏହି ରୋବର୍ଟ୍ ଜଣେ ମାମଲା କାରୀ ଙ୍କ ପାଇଁ କେଶ୍ ଲଢିବ ବୋଲି ଜଣାପଡିଛି। ଡୁ ନଟ ପେ ନାମକ ଏକ କମ୍ପାନୀ ଏହି ରୋବର୍ଟ୍ ତିଆରି କରିଛନ୍ତି।
ରୋବର୍ଟ୍ କୁ ତିଆରି କରିଥିବା ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି ରୋବର୍ଟ୍ ଏକ ସ୍ମାର୍ଟ୍ ଫୋନ ଦ୍ଵାରା ପରିଚାଳିତ ହେବ।
ମାମଲା କାରୀ ଙ୍କୁ ଆଗକୁ କଣ କରିବାକୁ ହେବ ସେ ନେଇ କୋର୍ଟ ରେ ଏହି ରୋବର୍ଟ୍ ନିର୍ଦ୍ଧେଶ ଦେବ।ତେବେ ଏହି ରୋବର୍ଟ୍ କୁ ଡୁ ନଟ ପେ ଏକ କମ୍ପାନୀ ପ୍ରସ୍ତୁତ କରିଛନ୍ତି।
୨୦୧୫ ରେ ବୈଜ୍ଞାନିକ ଯୋସୁଆ ବ୍ରାଉନର ଏହି କମ୍ପାନୀ କୁ ସ୍ଥାପିତ କରିଥିଲେ।ଏହି ରୋବର୍ଟ୍ ବନାଇବା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାହାର୍ଯ୍ୟ କରିବା।
ଯେଉଁ କେସ କୁ ଲଢ଼ିବା ପାଇଁ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଉଛନ୍ତି ସେହି କେଶ୍ କୁ ରୋବର୍ଟ୍ ଲଢି ନ୍ୟାୟ ଦେବା ସହିତ ଲୋକଙ୍କ ଟଙ୍କା ବଞ୍ଚାଇବା ଏହି ରୋବର୍ଟ୍ ତିଆରି କରିବା ପଛର ଲକ୍ଷ୍ୟ ରହିଛି।
ଓକିଲ ଙ୍କ ଚାକିରି ଉପରେ ବର୍ତ୍ତମାନ ସଙ୍କଟ ପଡ଼ିଛି।ବୈଜ୍ଞାନିକ ଯୋସୁଆ ବ୍ରାଉନର ଙ୍କ କହିବା କଥା ହେଉଛି ଯେ ୟୁରୋପୀୟ କୋର୍ଟ ରେ ମାନବ ଅଧିକାର ଲଢ଼ିବା ପାଇଁ ଅନେକ ଓକିଲ ଅଛନ୍ତି।
କିନ୍ତୁ ସେମାନେ ଟଙ୍କା ବେଶି ନେଇଥାନ୍ତି।ଜଣେ ସାଧାରଣ ଲୋକଙ୍କୁ ତାଙ୍କର ଟଙ୍କା ଦେବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହେବ। ତେଣୁ ଏହି ରୋବର୍ଟ୍ କେଶ୍ ଲଢ଼ିଲେ ଲୋକଙ୍କୁ ଅଧିକ ମାତ୍ରାରେ ଟଙ୍କା ଦେବାକୁ ପଡିବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.