Movie prime

ଋଷିଆ ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ସ୍ଥିତି ଅନୁଧ୍ୟାନ ଦେଖନ୍ତୁ କଣ ହେଲା ସ୍ପଷ୍ଟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଋଷ ଓ ୟୁକ୍ରେନ ର ଯୁଦ୍ଧ ଥମିବାର ନାଁ ହିଁ ନେଉ ନାହିଁ। ଦିନକୁ ଦିନ ଯୁଦ୍ଧ ମୁହାଁ ହେବାରେ ଲାଗିଛନ୍ତି ଏହି ଦୁଇ ଦେଶ। ୟୁକ୍ରେନ କୁ ସମ୍ପୂର୍ଣ ଭାବରେ ଧ୍ଵଂସ କରିବାର ରାସ୍ତା ଖୋଜୁଛି ମସ୍କୋ। ୟୁକ୍ରେନ ରେ ମହାବିପର୍ଜୟ ପାଇଁ ଏବେ ମସ୍କୋ ପ୍ଲାନ୍ କରୁଛି। ଟାର୍ଗେଟ ରେ ରହିଛି ଶକ୍ତି ଭିତ୍ତି ଭୂମି। ୟୁକ୍ରେନ ର ବିଦ୍ୟୁତ ବ୍ୟବସ୍ଥା ଉପରେ ଘନ ଘନ ଷ୍ଟ୍ରାଇକ କରୁଛି ଋଷ।
ଗତ ଦଶ ଦିନ ମଧ୍ୟରେ ଋଷ ମଧ୍ଯ ୩୦୦ ଟି ମିସାଇଲ ମାଡ଼ କରି ସାରିଲାଣି। ୟୁକ୍ରେନ ରେ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ୪୦ ପ୍ରତିଶତ ବାଧାପ୍ରାପ୍ତ ହୋଇଛି। ଆହୁରି ମଧ୍ଯ ଭୟାନକ ଯୋଜନା କରିବାରେ ଲାଗି ପଡ଼ିଛି ମସ୍କୋ। ସବୁଠାରୁ ଜଳ ବିଦ୍ୟୁତ୍ ପ୍ରକଳ୍ପ କୁ ଉଡାଇ ଦେବାକୁ ଋଷ ସେନା ମାଇନ ବିଛାଇ ଥିବାର କହିଛନ୍ତି ଜେନେକ୍ସି। ଏହା ବଡ଼ ବିପର୍ଯ୍ୟୟ ସୃଷ୍ଠି କରିବ।
ସହ ସହ ଜନବସତି ଭାସି ଯିବ , ହଜାର ହଜାର ଲୋକମାନଙ୍କର ମଧ୍ୟ ମୃ-ତ୍ୟୁ ଘଟିବ। ଋଷ ର ଏଭଳି ଆତଙ୍କ ମୟ କାର୍ଯ୍ୟ କଳାପ କୁ ଅଟକାଇବା ପାଇଁ ବିଶ୍ଵ ସମୂହ କୁ ଆହ୍ବାନ ଦେଇଛନ୍ତି ଗେନେଲସ୍କି। ସେ କହିଛନ୍ତି କି ବିଶ୍ଵର ସମସ୍ତ ନେତା ମାନେ ଏକତ୍ରିତ ହୋଇ ଋଷ କୁ ଆହ୍ବାନ ଦିଅନ୍ତୁ। କାଖୋଭୋକା ଡ୍ୟାମ ଉପରେ ଆକ୍ରମଣକୁ ଗଣ ବିଧ୍ୱନ୍ସି ପରମାଣୁ ବୋମା ର ଆକ୍ରମଣ ସହ ତୁଳନା କରିଛନ୍ତି।
ଏବେ ଏହି ଯୁଦ୍ଧ ଦିନକୁ ଦିନ ବଢ଼ିବାର ନାଁ ନେଉଛି ହେଲେ ତାହା କମିବାର ନାଁ ନେଉ ନାହିଁ। ଆଗକୁ କଣ ହେବ ତାହା ମଧ୍ୟ ଜଣା ନାହିଁ। ଏହି ସବୁ କେବଳ ଏକ ମାତ୍ର ପରିସ୍ଥିତି ଉପରେ ହିଁ ନିର୍ଭରଶିଳ ଅଟେ ତେବେ ଦେଖା ଯାଉ ଆଗକୁ ଏହି ଯୁଦ୍ଧ କେଉଁ ମୋଡ ନେବାକୁ ଯାଉଛି। ଏବଂ ଏହାର ସମାଧାନ କେବେ ହେଉଛି। ଆମେ ଆଶା କରୁଛୁ କି ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧ ଖୁବ ଶୀଘ୍ର ଥମି ଯାଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.