Movie prime

ସାମ୍ନାକୁ ଆସିଲେ ଆଉ ଜଣେ ଦୀପିକା ପରକୀୟା ପ୍ରୀତିର ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ କେତେ ଘଟଣା ଘଟୁଛି ଯାହା ଆପଣ ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ଆଜିକା ଦୁନିଆରେ ଲୋକମାନେ ଏମିତି ସବୁ କାମ କରୁଛନ୍ତି ଯାହା ଲଜ୍ୟାଜନକ ଅଟେ ।କିନ୍ତୁ ଲୋକମାନେ ଏମିତି କାମ କରି ମଧ୍ୟ ଲାଜ କରୁନାହାଁନ୍ତି । ଆଉ ଆଜିକା ସମାଜରେ ବିବାହ ପରେ ପରକୀୟା ପ୍ରୀତି କଥା ତ ଆପଣମାନେ ସମସ୍ତେ ଜାଣିଥିବେ । ସେ ସ୍ତ୍ରୀ ହେଉ କି ପୁରୁଷ ପରକୀୟା ପ୍ରୀତିରେ ମଜି ରହୁଛନ୍ତି । 
ଆଉ ଏମିତି ଅନେକ ଘଟଣା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।ପୁଣି ରାସ୍ତାରେ ତମ୍ବୁ ଟାଣି ଧାରଣାରେ ବସିଛି ଆଉ ଗୋଟିଏ ପରିବାରର ବୋହୂ । ଆଉ ଜଣଙ୍କର ସ୍ତ୍ରୀ ଆଉ ତା ସାଙ୍ଗରେ ରହିଛି ଗୋଟିଏ ପୁଅ । ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶ୍ରୀକୃଷ୍ଣପୁର ଗ୍ରାମରେ । ଏହି ଗ୍ରାମର ଜଣେ ମହିଳା ଯାହାଙ୍କ ନାମ ସୁମତି ବେହେରା। ସେ ଗୋରା ବେହେରାଙ୍କୁ ୨୦୦୬ ମସିହାରେ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେଉଥିଲା । ଘଟଣା ଆଉ କଳହ ବହୁତ ଅଧିକ ବଢ଼ି ଯାଇଥିଲା । 
ଆଉ ଏହାପରେ ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।କିନ୍ତୁ ଥାନା କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଏହାପରେ ସେହି ମହିଳା ଜଣକ ତାଙ୍କ ବାପଘର ଗାଁ ନିକଟରେ ଥିବା ଥାନାରେ ଶାଶୁଘର ନାଁରେ ଅଭିଯୋଗ କରିଥିଲେ । ଏହାପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ସ୍ଵାମୀ । ଏବଂ ଜାମିନରେ ମଧ୍ୟ ଆସିଥିଲେ । ଏହି ଘଟଣାକୁ ମାସେ ବିତି ଗଲାଣି କିନ୍ତୁ ଆଜିବି ସୁମତି ତାଙ୍କ ପୁଅକୁ ଧରି ତମ୍ବୁ ତଳେ ବସିଛନ୍ତି । ସ୍ତ୍ରୀଙ୍କ କଥାକୁ କିନ୍ତୁ ତାଙ୍କ ସ୍ଵାମୀ ଖଣ୍ଡନ କରିଛନ୍ତି । ଏହି ମହିଳା ଜଣଙ୍କର ସ୍ବାମୀ କହିଛନ୍ତି କି ତାଙ୍କ ସ୍ତ୍ରୀ ଯାହା ସହିତ କଥା ହେଲେ ସନ୍ଦେହ କରନ୍ତି । 
ସେ ସବୁବେଳେ ସନ୍ଦେହ କରନ୍ତି । ଆଉ ସେ ତାଙ୍କୁ ଜମା ବି ନିଜର କରିବାକୁ ଚାହୁଁ ନାହାନ୍ତି ।କିନ୍ତୁ ମହିଳା ଜଣକ କହିଛନ୍ତି କି ତାଙ୍କ ସ୍ଵାମୀ ଅନ୍ୟ ଝିଅ ସହ ଗପୁଛି । ଆଉ ତାଙ୍କ ଶାଶୁ ତାଙ୍କ ଉପରେ ଅତ୍ୟାଚାର କରୁଛି । ତାଙ୍କ ସ୍ଵାମୀ ତାଙ୍କୁ ଛାଡି କୁଆଡେ ପଳାଇ ଯାଇଛନ୍ତି । ଆଉ ସେଥିପାଇଁ ସେ ଧାରଣାରେ ବସିଛନ୍ତି ଏବଂ ସେ କହିଛନ୍ତି ତାଙ୍କ ସ୍ଵାମୀ ତାଙ୍କ ପାଖକୁ ନ ଫେରିବା ଯାଏଁ ସେ ଏମିତି ଧାରଣାରେ ବସିଥିବେ । ଦେଖାଯାଉ ଏହି ମହିଳା ଜଣଙ୍କ କେତେଦିନ ଏମିତି ଧାରଣାରେ ବସୁଛନ୍ତି । ଆଉ ତାଙ୍କ ସ୍ବାମୀ ତାଙ୍କୁ ଗ୍ରହଣ କରୁଛନ୍ତି ନା ନାହିଁ ।