୧୦ମ ଯାଏଁ ପାଠ ପଢି ଆଜି ୧୫ହଜାର କୋଟି ଟଙ୍କାର ମାଲିକ ଦେଖନ୍ତୁ କେମିତି ପାଇଲେ ଏତେବଡ଼ ସଫଳତା
Dec 27, 2022, 11:15 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପରିଶ୍ରମ ହିଁ ସଫଳତା ର ମାର୍ଗ ଦେଖାଇ ଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ବ୍ୟକ୍ତିତ୍ଵ ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ
ସେ ଇଂଲିଶ ରେ ପଦେ ଭଲରେ କଥା ମଧ୍ଯ ହୋଇ ପାରନ୍ତି ନାହିଁ , କିନ୍ତୁ ପରିଶ୍ରମ ତାଙ୍କୁ ସଫଳତାର ଶିଖର ଛୁଆଁଇଛି। ଆମେ କହୁଛୁ Solar industries ର ଚେୟାରମେନ ସତ୍ୟ ନାରାୟଣ ନୁଆଲ ଙ୍କ ବିଷୟରେ।
ରାଜସ୍ଥାନ ର ଭିଲୱରା ଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ସତ୍ୟ ନାରାୟଣ। ଯିଏକି ଦଶମ ରୁ ଆଗକୁ ପଢ଼ି ପାରି ନଥିଲେ। ବାପା ଜଣେ ପଟୁଆରି ଥିଲେ ୧୯୭୧ ରେ ଅବସର ନେବା ପରେ ପରିବାର ଚଳାଇବା ମଧ୍ଯ କଷ୍ଟକର ହୋଇ ପଡ଼ିଲା।
ଜେଜେ ବାପା ଏକ ଛୋଟ ଖାଦ୍ୟ ସାମଗ୍ରୀ ଦୋକାନ ଚଳାଉ ଥିଲେ। ଏବଂ ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚାଲୁ ଥିଲା।
ସତ୍ୟ ନାରାୟଣ ପ୍ରଥମେ ଫାଉଣ୍ଟେନ୍ ସ୍ୟାହି ବିକ୍ରୀକରି ରୋଜଗାର କରୁଥିଲେ। ହେଲେ ସେଥିରେ ଏତେ ଭଲ ରୋଜଗାର ହେଲା ନାହିଁ।୧୯ ବର୍ଷ ବୟସରେ ତାଙ୍କର ବିବାହ କରା ଯାଇଥିଲା।
ଏହାପରେ ସେ କୂଅ ଖୋଳିବା ଓ ରାସ୍ତା ନିର୍ମାଣ କାର୍ଯ୍ୟ କରିଲେ। ଏହାପରେ ଖଣି ଖୋଲିବା ପାଇଁ ବିସ୍ପୋରକ ବ୍ୟବସାୟୀ ଙ୍କୁ ଭେଟିଲେ। ସେତେବେଳେ ଏହି କମ୍ପାନୀ ଖୁବ କମ୍ ଥିଲା। ଏହାପରେ ସେ ସେହି ବ୍ୟବସାୟ ଆରମ୍ଭ କଲେ।
ଡିଲର ମାନେ ୨୫ କିଲୋ ଗ୍ରାମ ବିସ୍ପୋରକ ପାଇଁ ୨୫୦ ଟଙ୍କା ରେ କିଣି ବଜାରରେ ଏହାକୁ ୮୦୦ ଟଙ୍କା ରେ ବିକ୍ରୀ କରୁଥିଲେ। ହେଲେ ଏହାପାଇଁ ସରକାର ଟଙ୍କା ଦେବା ଆରମ୍ଭ କରିବାରୁ ଏହାର ପ୍ରତିଯୋଗିତା ମଧ୍ୟ ବଢ଼ି ଗଲା।
ଏହାପରେ ସେ ବିସ୍ପୋରଣ ଉତ୍ପାଦନ କରିବାର ଛୋଟ ୟୁନିଟ ଆରମ୍ଭ କରିଥିଲେ। କୋଇଲା ଇଣ୍ଡିଆ ତାଙ୍କର ବଡ଼ ଗ୍ରାହକ ହେଲା। ଏହାପରେ ୧୯୯୬ ରେ solar industries ଆଗକୁ ବଢିଲା। ଆଉ ଏବେ ଏହା ସଫଳତା ର ଶୀର୍ଷ ରେ।

