Movie prime

ମଡେଲଙ୍କ ପ୍ରେମରେ ଭାଙ୍ଗିଲା ସାନିଆ ସୋହେଵଙ୍କ ଘର ! ଦେଖନ୍ତୁ ସତ କଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣା ଯାହା ଆସିଛି ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ନେଇ । ଆପଣମାନେ ସମସ୍ତେ ତ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ଜାଣିଥିବେ । ଏହି ଖେଳାଳୀ ଜଣକ ଆମ ଭାରତ ପାଇଁ ଅନେକ ଗର୍ବ ଗୌରବ ଆଣିଥିଲେ । ଏହି ମହିଳା ଜଣକ ବହୁତ ସୁନ୍ଦର ଖେଳନ୍ତି । ସେ ଆମ ଭାରତ ପାଇଁ ଅନେକ ପଦକ ମଧ୍ୟ ଆଣିଥିଲେ ।
ସେ ନିକଟରେ ପାକିସ୍ତାନୀ କ୍ରିକେଟର ପୂର୍ବତନ ଖେଳାଳୀ ଶୋଏବଙ୍କୁ ବିବାହ କରିଥିଲେ । ଏହି ଦୁଇଜଣ ବହୁତ ସୁନ୍ଦର ଭାବରେ ତାଙ୍କ ଜୀବନ ଅତିବାହିତ କରିଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଏବେ ତାଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି । ତାଙ୍କ ବିବାହର ଫାଟ ସୃଷ୍ଟି ହେବାର କାରଣ ହେଉଛି ଜଣେ ମଡେଲ । ଏହି ମଡେଲ ଜଣକ ଆୟେଶା ।ସେ ପାକିସ୍ତାନର ଅଟନ୍ତି । ଆୟେଶା ଟିଭିରେ ପ୍ରସାରିତ ହେଉଥିବା ଟେଲି ସିରିଏଲ ଗୁଡ଼ିକରେ ଘରଭଙ୍ଗା ଚରିତ୍ରରେ ଅଭିନୟ କରୁଥିବା ମହିଳା । ଏହି ମହିଳା ଜଣକ ସିରିଏଲ ଗୁଡ଼ିକରେ ନେଗେଟିଭ କ୍ୟାରେକ୍ଟର କରିଥାନ୍ତି ।
ଆଉ ସେ ରିଲ୍ ଲାଇଫରେ କରୁଥିବା ଘର ଭଙ୍ଗା କାମ ଆଜି ରିଅଲ ଲାଇଫରେ କରିଛନ୍ତି । ଏହି ମହିଳା ଜଣକ ସାନିଆ ମିର୍ଜା ଏବଂ ତାଙ୍କ ସ୍ଵାମୀ ଶୋଏବଙ୍କ ମଝିରେ ଆସିଛନ୍ତି । ଶୋଏବ ଏବଂ ସାନିଆ ମିର୍ଜା ୨୦୧୦ ମସିହାରେ ବିବାହ କରିଥିଲେ । ଆଉ ତାଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲରେ ଥିଲେ । ତାଙ୍କ ପାରିବାରିକ ଜୀବନରେ ଫାଟ ସୃଷ୍ଟି କରିଲେ ମଡେଲ ଜଣକ । ଏକ ସୁଟିଂ ପାଇଁ ଶୋଏବ ଏହି ମଡେଲଙ୍କୁ ଭେଟିଥିଲେ । ଆଉ ଏହାପରେ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ଥିଲେ । ଆଉ ସେ ନିଜ ପତ୍ନୀ ସାନିଆ ଏବଂ ପୁତ୍ରକୁ ଭୁଲି ଯାଇଥିଲେ ।
ଏହାପରେ ସାନିଆ ମଧ୍ୟ ପୋଷ୍ଟ କରିଥିଲେ । ଆଉ ସାନିଆ ଏହି ବିବାହ ବିଚ୍ଛେଦକୁ ନେଇ ଲେଖିଛନ୍ତି ଯେତେବେଳେ ହୃଦୟ ଭାଙ୍ଗି ଯାଏ ସେତେବେଳେ ମଣିଷ ଆଲ୍ଲାଙ୍କ ନିକଟକୁ ଯାଏ । ସେ ୨୦୧୦ ମସିହାର ଏପ୍ରିଲ ମାସରେ ବିବାହ କରିଥିଲେ । ଆଉ ଏବେ ତାଙ୍କର ୪ ବର୍ଷର ପୁଅ ଅଛି । ତାଙ୍କ ବିବାହ ଏବେ ବିଛେଦର ରୂପ ନେଇଛି । ଏବେ ସେମାନେ ଅଲଗା ଅଲଗା ରହୁଛନ୍ତି । ତାଙ୍କ ପୁଅକୁ ଭେଟିବା ସମୟରେ ଦୁହେଁ କେବଳ ଏକାଠି ହେଉଛନ୍ତି । ଜଣେ ମଡେଲଙ୍କ ପାଇଁ ସାନିଆ ଆଉ ଶୋଏବଙ୍କର ସଂସାର ଭାଙ୍ଗିଗଲା ।