Movie prime

ଶ୍ରୀ ମନ୍ଦିର ନିକଟରେ ଫୁଟିଲା ବୋ-ମା ଆତଙ୍କିତ ଲୋକେ ବର୍ତ୍ତମାନ ସୁଦ୍ଧା କାରଣ ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜଗତର ନାଥ ଜଗନ୍ନାଥ ଙ୍କ ସହର ହେଉଛି ପୁରୀ। ପୁରୀ ର ନାମ ଉଠିଲେ ଅନେକ ଭକ୍ତ ମାନଙ୍କ ମନରେ ଭାବାବେଗ ର ମଧ୍ୟ ନାମ ଉଠିଥାଏ। ଏବଂ ଲୋକ ମାନେ ପୁରୀରେ ପହଞ୍ଚିବା ମାତ୍ରେ ବଡ଼ ଦାଣ୍ଡ ର ଧୂଳି କୁ ନିଜ ମଥାରେ ମଧ୍ଯ ମାରି ଦେଇଥାନ୍ତି। ପୁରୀ ହେଉଛି ଏକ ଆଧ୍ୟାତ୍ମିକ ସହର ଅଟେ। ହେଲେ ଆଜି ଏଭଳି ଏକ ଖବର ଆସି ପହଞ୍ଚିଛି ଯାହା ଆପଣଙ୍କୁ ମଧ୍ଯ ଆଶ୍ଚର୍ଯ୍ୟ ଚକିତ କରି ଦେବ।
ଆଜ୍ଞା ହଁ ଏଭଳି ଖବର ଆସି ପହଞ୍ଚିଛି କି ପୁରୀ ଶ୍ରୀମନ୍ଦିର ନିକଟରେ ବୋମା ଫୁଟିଛି। ଏହା ଏବେ ସମସ୍ତଙ୍କୁ ସ୍ତବ୍ଧ କରି ପକାଇଛି। ପୁରୀ ଟାଉନ ଥାନା ଅନ୍ତର୍ଗତ ମାଟି ମୁଣ୍ଡକ ସାହିର ଅନ୍ଧାରୁଆ ଗଳିରେ ବୋମା ମାଡ଼ ହୋଇଛି। ଲଗାତାର ଦୁଇଟି ବୋମା ମାଡ଼ କରି ସେଠାରୁ ଫେରାର ହୋଇ ଯାଇଛନ୍ତି ଦୂର୍ବୁତ ମାନେ। ଏବଂ ସେହି ବୋମା ମାଡ଼ ସମୟର ଦୃଶ୍ୟ ମଧ୍ୟ ସିସି ଟିଭି କ୍ୟାମେରାରେ କାଏଦ ହୋଇଛି।
ଭଲ କରି ଦେଖି ନିଅନ୍ତୁ ସିସି ଟିଭି ରେ କାଏଦ ହୋଇଥିବା ସେହି ଦୃଶ୍ୟ କୁ। ଯେଉଁ ଦୃଶ୍ୟରେ ଦୁଇଜଣ ବ୍ୟକ୍ତି ଆସୁଛନ୍ତି। ଜଣେ ହାପ ପ୍ୟାଣ୍ଟ୍ ପିନ୍ଧି ଛିଡ଼ା ହୋଇଥିବା ବେଳେ ଅନ୍ୟ ଜଣେ ହାତରେ ବମ୍ ଧରି ଘରର ଦୁଆର ମୁହଁ କୁ ଯାଉଛନ୍ତି , ଏହାପରେ ସେହି ବୋମା ଟି ମଧ୍ୟ ଫୁଟିବାକୁ ଲାଗିଲା। ଯାହାଫଳରେ କି ସିସି ଟିଭି ର ଲେନ୍ସ ମଧ୍ୟ ସଂପୂର୍ଣ୍ଣ ଭାବରେ ପୂରା ଧୂଆଁ ଧୂଆଁ ହୋଇଗଲା।
ଏହାପରେ ଧୂଆଁ କମି ଗଲା ଏବଂ ଧୂଆଁ କମିଲା ବେଳକୁ ସେଠାରେ ଆଉ ଉପସ୍ଥିତ ନଥିଲେ ଦୁର୍ବୃତ ମାନେ। ହେଲେ ବର୍ତ୍ତମାନ୍ ପର୍ଯ୍ୟନ୍ତ ବୋମା ମାଡ଼ ର କାରଣ ଅସ୍ପଷ୍ଟ ରହିଛି। କାରଣ କେହି ହେଲେ ମଧ୍ୟ ଏହା ବୁଝି ପାରୁ ନାହାଁନ୍ତି କି ଜଣ ପାଇଁ ଏହି ବୋମା ମାଡ ହୋଇଛି। ଜଣେ ଦୁର୍ବୃତ କୁ ମଧ୍ଯ ଟାଉନ ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଘଟଣାର ତଦନ୍ତ ମଧ୍ଯ କରୁଛି।