Movie prime

ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ବିଧିରେ ସାଜିଲା ବାଧା ଦେଖନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅକ୍ଟୋବର ୨୫ ତାରିଖ ଦୀପାବଳୀ ଦିନ ପଡ଼ୁଛି ସୂର୍ଯ୍ୟ ପରାଗ। ଅକ୍ଟୋବର ୨୪ ତାରିଖ ଭୋର ୪ ଟା ୫୭ ରୁ ପାକ ନିଷେଧ ଏବଂ ଦେବନୀତି ନିଷେଧ ଅଟେ। ସଂଧ୍ୟା ୬ ଟା ୨୬ ମିନିଟ ରେ ଗ୍ରହଣ ସର୍ବମୋକ୍ଷ। ଦୀପାବଳୀ ଦିନ ଶ୍ରାଦ୍ଧ ହୋଇ ପାରିବ ମାତ୍ର ଶ୍ରାଦ୍ଧ ରେ କୌଣସି ପ୍ରକାରର ଅନ୍ନ ଦାନ କରାଯିବ ନାହିଁ। ଫଳ ମୂଳ ଆଦିରେ କରାଯିବ।
ମଙ୍ଗଳ ବାର ଦିନ ୫ଟା ପୂର୍ବରୁ ଯାହା କିଛି ଦେବ ନୀତି ହୋଇ ଥିବ। ତାହା ପରଠୁ ଏହା ବନ୍ଦ୍ ରହିବ ପୁନର୍ବାର ଯେତେବେଳେ ସୂର୍ଯ୍ୟଙ୍କ ପରାଗ ଛାଡିବ। ସୂର୍ଯ୍ୟ ପରାଗ ର ୧୨ ଘଣ୍ଟା ପୂର୍ବରୁ ଅର୍ଣ୍ଣ ଭୋଜନ ରହିଥାଏ। ସମସ୍ତ ଦେବନୀତି ମଧ୍ୟ ନିଷେଧ ହେବ କେବଳ ଜଗନ୍ନାଥ ଙ୍କୁ ଛାଡ଼ି। କାରଣ ଶ୍ରୀ ଜଗନ୍ନାଥ ଙ୍କ ରୀତି ନୀତି ଅଲଗା ଥାଏ। ସେଥି ପାଇଁ ରାତ୍ର ୧୨ ରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ,
ଦ୍ବାର ଖୋଲାଯାଇ ସମସ୍ତ ନୀତି କାନ୍ତି ସମାପନ ହେବ। ଯଦି ଗ୍ରହଣ ସମୟରେ କୌଣସି ଲୋକ କିଛି ନିତି କାନ୍ତି ନମାନି ଖାଦ୍ୟ ଗ୍ରହଣ କରି ନିଏ , ତେବେ ସେ ଅନେକ ରୋଗର ଶିକାର ହେବ ସହ ଅନେକ ରୋଗ ମଧ୍ୟ ତାର ଶରୀରକୁ ଗ୍ରାସ କରିବ କାରଣ ସେହି ସମୟରେ ଗ୍ରହଣ ଲାଗିଥାଏ। ସେଥି ଗ୍ରହ ମାନଙ୍କର ଚଳନ ଯୋଗୁଁ ହିଁ ହୋଇଥାଏ। ସେଥି ପାଇଁ ସେହି ସମୟରେ କିଛି ଖାଇବା ଅନୁଚିତ ଅଟେ।
ଏବେ ରୋଗ ସଂଖ୍ୟା ବଢିବାର କାରଣ ହେଉଛି କୌଣସି ନୀତି ନିୟମ କୁ ନମାନିବା। ଏଥି ପାଇଁ ଏବେ ଏତେ ମାତ୍ରାରେ ଲୋକ ମାନେ ରୋଗର ଶିକାର ହେବାରେ ଲାଗିଛନ୍ତି। ହେଲେ ବୈଜ୍ଞାନିକ ମାନେ ଏହାକୁ ସମ୍ପୂର୍ଣ ଭାବରେ ବିରୋଧ କରିଥାଆନ୍ତି କାରଣ ସେମାନେ କହିଥାନ୍ତି କି ସୂର୍ଯ୍ୟ ପରାଗ କି ଚଦ୍ର ଗ୍ରହଣ ସମୟରେ ନଖାଇବା ଗ୍ରହଣ ଯୋଗ୍ୟ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.