Movie prime

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ତମନ୍ନା ଭାଟିଆ ଦେଖନ୍ତୁ କାହା ହାତ ଧରିବେ ବାହୁବଳୀ ସୁନ୍ଦରୀ

 
Viral News

ଆପଣମାନେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ବର୍ତ୍ତମାନ ସମୟରେ ଅଭିନେତ୍ରୀ ତମନ୍ନା ଭାଟିଆ ଙ୍କୁ ନେଇ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।ବିବାହ କରିବାକୁ ଯାଉଛନ୍ତି ବାହୁବଳୀ ଫିଲ୍ମ ଅଭିନେତ୍ରୀ ତମନ୍ନା ଭାଟିଆ।ଅଭିନେତ୍ରୀ ତମନ୍ନା ଭାଟିଆ ଙ୍କ ଘରେ ବହୁତ ଜଲ୍ଦୀ ବାଜିବାକୁ ଯାଉଛି ସେହେନାଇ।

ମୁମ୍ବାଇ ର ଜଣେ ବ୍ୟବସାୟିକ ଙ୍କ ହାତ ଧରିବେ ଅଭିନେତ୍ରୀ ତମନ୍ନା ଭାଟିଆ।କିଛି ଏଭଳି ଖବର ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଯେଉଁ ମାନେ ଏହି ଖବର ଶୁଣିଛନ୍ତି ବହୁତ ଖୁସି ହେଉଛନ୍ତି।
ତେବେ ବିବାହ ପାଇଁ ଅଭିନେତ୍ରୀ ତମନ୍ନା କିଣାକିଣି ଆରମ୍ଭ କରି ଦେଲେଣି ବୋଲି ଜଣାପଡିଛି। ଏଥିପାଇଁ ସେ ତାଙ୍କର ନୂଆ ଚଳଚ୍ଚିତ୍ର କରିବା ପାଇଁ ମଧ୍ୟ ସାଇନ୍ କରି ନାହାନ୍ତି ବୋଲି ଜଣାପଡିଛି।
ଦକ୍ଷିଣ ଭାରତୀୟ ସିନେମା ରେ ଅଭିନେତ୍ରୀ ତମନ୍ନା ଭାଟିଆ ଙ୍କ ର ବେଶ୍ ନାମ ରହିଛି।ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ରେ ମଧ୍ୟ ତାଙ୍କ ଅଭିନୟ ର ଯାଦୁ ଦେଖାଇଛନ୍ତି।ବିଶେଷ କରି ତାଙ୍କର ବ୍ଲକ୍ ବଷ୍ଟର ଚଳଚ୍ଚିତ୍ର ହେଉଛି ବାହୁବଳୀ।
ଏଥିରେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ।ଅଭିନୟ ଜୀବନରେ ସଫଳତା ପାଇବା ପରେ ଅଭିନେତ୍ରୀ ତମନ୍ନା ଏବେ ବ୍ୟକ୍ତିଗତ ଜୀବନରେ ଆଉ ଏକ ପାଦ ଆଗକୁ ବଢେଇବା ପାଇଁ ଯାଉଛନ୍ତି।
ଖୁବ୍ ଶୀଘ୍ର ଏନେଇ ଅଭିନେତ୍ରୀ ତମନ୍ନା ଘୋଷଣା କରିବେ ବୋଲି ମଧ୍ୟ କୁହାଯାଇଛି।ଅଭିନେତ୍ରୀ ତମନ୍ନା ଙ୍କ ର ବିବାହ କୁ ନେଇ ଏହା ପ୍ରଥମଥର ଚର୍ଚ୍ଚା ହେଉନାହିଁ।
ବରଂ ପୂର୍ବରୁ ମଧ୍ୟ ତାଙ୍କ ବିବାହ କୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା।କିନ୍ତୁ ସେ କଥାରେ ମଧ୍ୟ କୌଣସି ସତ୍ୟତା ନଥିଲା।କିନ୍ତୁ ଏପର୍ଯ୍ୟନ୍ତ ଅଭିନେତ୍ରୀ ତମନ୍ନା ବିବାହ କୁ ନେଇ କୌଣସି ସୂଚନା ଦେଇ ନାହାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.